ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଓଡ଼ିଶା ଦିବସ -୨୦୨୬ ପାଳିତ,ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଓଡ଼ିଶା ଦିବସ -୨୦୨୬ ପାଳିତ,ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ 

ଢେଙ୍କାନାଳ: ତା.୦୬.୦୪.୨୦୨୬ ରିଖ : ସ୍ଥାନୀୟ ଢେଙ୍କାନାଳ ବସଷ୍ଟାଣ୍ଡସ୍ଥିତ ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖାର ଅସ୍ଥାୟୀ କାର୍ଯ୍ୟାଳୟ “ଢେଙ୍କା ନୀଳୟମ୍ “ରେ ସଭାପତି ବାବୁଚାନ୍ଦ ମହାଳିକଙ୍କ ସଭାପତିତ୍ବରେ,ସମ୍ପାଦକ ଉଷାରାଣୀ ଦାସଙ୍କ ବଳିଷ୍ଠ ସଂଯୋଜନାରେ ଓଡ଼ିଶା ଦିବସ -୨୦୨୬ ମହାସମାରୋହରେ ପାଳିତ,ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଅନ୍ୟତମ ମୁଖ୍ୟଅତିଥି ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ପ୍ରାନ୍ତର ସଂଗଠନ ସମ୍ପାଦକ ରାମ ଚନ୍ଦ୍ର ଦଳାଇ ଓ ପ୍ରାନ୍ତ କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ ଯୋଗଦାନ କରିଥିଲେ।ମୁଖ୍ୟଅତିଥି ଓ ନିର୍ବାଚନ ପର୍ଯ୍ୟବେକ୍ଷକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଗୌରବ ରକ୍ଷା ବିଶ୍ବର ଯୁବପିଢିମାନଙ୍କର ନୈତିକ କର୍ତ୍ତବ୍ୟ ଉପରେ ସ୍ଵକୀୟ ମତ ଉପସ୍ଥାପନ କରିଥିଲେ।ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆଜୀବନ ସଦସ୍ୟ ଆଡ୍ ଭୋକେଟ୍ ଦୀପକ ପ୍ରସାଦ ପଟ୍ଟନାୟକ,ବିଶିଷ୍ଟ ଶିକ୍ଷାବିତ୍ ଅବସର ପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ କର,ସଂପର୍କ ସଚିବ ତଥା ବିଶିଷ୍ଟ ଶିକ୍ଷାବିତ୍ ଡ.କବିତା ମହାନ୍ତି ଓ ବିଶିଷ୍ଟ ଶିକ୍ଷାବିତ୍ ତଥା ଭାରତ ବିକାଶ ପରିଷଦ ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ସ୍ଵୀୟ ବକ୍ତବ୍ୟରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଗରିମାମୟ ଇତିହାସ ଓ ଗୌରବମୟ ମୂହୁର୍ତ୍ତ ସମ୍ପର୍କିତ ବିରଳ ତଥ୍ୟ,ପୂର୍ଣ୍ଣାଙ୍ଗ ଓଡ଼ିଶା ପ୍ରଦେଶ ଗଠନ ଦିଗରେ ଓଡ଼ିଶାର ବରପୁତ୍ରମାନଙ୍କ ବଳିଦାନ ତଥା ଆନ୍ଦୋଳନ ଏବଂ ଆଜିର ଓଡ଼ିଶା ଦିବସର ଆହ୍ବାନ ସମ୍ପର୍କରେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଓଡ଼ିଶା ଦିବସ ପାଳନର ଆବଶ୍ୟକତା, ଉଦ୍ଦେଶ୍ୟ,ଯଥାର୍ଥତା,ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷାର ସୁରକ୍ଷା ହିଁ ଓଡ଼ିଶାର ଅସ୍ମିତା ରକ୍ଷାର ପ୍ରଥମ ସୋପାନ ବୋଲି ଦୃଢ଼ ମତପୋଷଣ କରି ସମସ୍ତେ ଏଥିପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ ଏଵଂ ଓଡ଼ିଶା ଦିବସ,ଓଡ଼ିଆ ଭାଷା ସାଂପ୍ରତିକ ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ସ୍ୱରଚିତ ତିନୋଟି ଓଡ଼ିଆ କବିତା ଆବୃତ୍ତି କରିଥିଲେ।ମଞ୍ଚାସୀନ ବିଶିଷ୍ଟ ବ୍ୟକ୍ତିବୃନ୍ଦଙ୍କ ମଧ୍ୟରେ ସଭାପତି ଇଂ.ବାବୁଚାନ୍ଦ ମହାଳିକ ସ୍ଵୀୟ ବକ୍ତବ୍ୟରେ ଭାରତ ବିକାଶ ପରିଷଦର ଲକ୍ଷ୍ୟ,ଉଦ୍ଦେଶ୍ୟ ଆଭିମୁଖ୍ୟ ସହିତ ଏହାର ସଭ୍ୟା,ସଭ୍ୟ ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଆମେ ସମ୍ପର୍କ,ସହଯୋଗ, ସଂସ୍କାର,ସେବା ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ସାଜି,ସମ୍ମିଳିତ ଭାବରେ କାର୍ଯ୍ୟକରି ସମଗ୍ର ବିଶ୍ଵରେ ପରିବର୍ତ୍ତନର ସୂତ୍ରଧାର ସାଜିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବା ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ସଭାର ଦ୍ଵିତୀୟ ପର୍ଯ୍ୟାୟରେ ସଂଗଠନର ନିୟମାନୁଯାୟୀ ୨୦୨୬-୨୭ ନିମନ୍ତେ ପର୍ଯ୍ୟବେକ୍ଷକ ଭାବରେ ପ୍ରାନ୍ତର ସଂଗଠନ ସମ୍ପାଦକ ରାମ ଚନ୍ଦ୍ର ଦଳାଇ ଓ ପ୍ରାନ୍ତ କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କର ନାମ ଘୋଷଣା କରାଯାଇଥିଲା।

ବାବୁଚାନ୍ଦ ମହାଳିକ,ସଭାପତି,ଉଷାରାଣୀ ଦାସ,ସମ୍ପାଦକ ଓ ମୋନାଲିସା ମାହୁନ୍ତ,କୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।ବିଭିନ୍ନ ଗତିବିଧିର ପ୍ରମୁଖମାନଙ୍କ ନାମ ସମ୍ପାଦକ ଘୋଷଣା କରିଥିଲେ।ସମ୍ପର୍କ ସଚିବ ଡ.କବିତା ମହାନ୍ତି,ପର୍ଯ୍ୟବରଣ ସଚିଵ ସବ୍ୟସାଚୀ ପଟ୍ଟନାୟକ,ସଂସ୍କାର ସଚିଵ ଅନିଲ କୁମାର ରାଉତ,ସେବା ସଚିଵ ନବଦୀପ ନାୟକ 

ମହିଳା ସହଭାଗିତା ସଚିଵ ସବିତା ଧୀର ପ୍ରମୁଖ ବିଭିନ୍ନ ଗତିବିଧିର ପ୍ରମୁଖ ଭାବରେ କାର୍ଯ୍ୟକରିବେ।ନିର୍ବାଚିତ ସମସ୍ତ ସଦସ୍ୟା,ସଦସ୍ୟ ବୃନ୍ଦ,ବିଭିନ୍ନ ଗତିବିଧିର ପ୍ରମୁଖ ବୃନ୍ଦ ଶାଖାର ଅଭିବୃଦ୍ଧି ତଥା ସଙ୍ଗଠନର ବିକାଶ ନିମନ୍ତେ ସମସ୍ତ ସଦସ୍ୟା ଓ ସଦସ୍ୟ ମାନଙ୍କର ସାହାଯ୍ୟ,ସାହଚର୍ଯ୍ୟ କାମନା କରି ସେମାନଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।ସେମାନେ ଆଗାମୀ ଦିନରେ ସାରା ବର୍ଷ ଅନେକ ଅନେକ ନୂତନ କାର୍ଯ୍ୟପନ୍ଥା ହାତକୁ ନେଇ ଭାରତ ବିକାଶ ପରିଷଦକୁ ଲୋକାଭିମୁଖୀ କରି ସର୍ବ ଜନାଦୃତ କରିବାପାଇଁ ଶପଥ ନେବା ସଙ୍ଗେ ସଙ୍ଗେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ସ୍ଵୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଭାରତ ବିକାଶ ପରିଷଦ, ଶହୀଦ ବାଜିରାଉତ ଶାଖାର ସଭାପତି ବାବୁଚାନ୍ଦ ମହାଳିକ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଓଡ଼ିଶା ଦିବସ -୨୦୨୬ ତାତ୍ପର୍ଯ୍ୟ ସହ ଉତ୍କଳର ଆଧ୍ୟାତ୍ମିକ,ପୌରାଣିକ,ପ୍ରାକୃତିକ ସମ୍ପର୍କ ଓ ସାଂପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷାର ପ୍ରାସଙ୍ଗିକତା ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିଥିଲେ କରିବା ସଂଗେସଂଗେ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଓଡ଼ିଆ ଅସ୍ମିତାକୁ ନେଇ ଗର୍ବ କରିବା ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ସଭା ପ୍ରାରମ୍ଭରେ ଭାରତମାତା,ସ୍ବାମୀ ବିବେକାନନ୍ଦ ଓ ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ,ପୁଷ୍ପ,ଧୂପ ଅର୍ପଣ କରାଯାଇ ବନ୍ଦେ ମାତରମ୍ ଗାନ କରାଯାଇ ଥିଲା।ଭାରତ ବିକାଶ ପରିଷଦ ଶହୀଦ ବାଜିରାଉତ ଶାଖା,ଢେଙ୍କାନାଳର ସଂସ୍କାର ସଚିବ ଅନିଲ କୁମାର ରାଉତ, ଡ.ଅନୁପମା ମିଶ୍ର,କୋଷାଧ୍ୟକ୍ଷ ମୋନାଲିସା ମାହୁନ୍ତ,ଵିଶିଷ୍ଟ ଶିକ୍ଷାବିତ୍ ଅବସର ପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ କର,ସେବା ସଚିବ ନବଦୀପ ନାୟକ,ରତିକାନ୍ତ ବେହେରା,ପ୍ରଯତ୍ନ କୁମାର ସାହୁ, ସଚିଦାନନ୍ଦ ନାୟକ,ସଭାପତି ବାବୁଚାନ୍ଦ ମହାଳିକ,ସମ୍ପାଦକ ଉଷାରାଣୀ ଦାସ,ଅଳ୍ପନା ଦାସ,ରାମଚନ୍ଦ୍ର ଦଳେଇ,ସମ୍ପର୍କ ସଚିବ ଡ.କବିତା ମହାନ୍ତି,ମହିଳା ସହ ଭାଗିତା ସଚିବ ସବିତା ଧୀର,ବିଶିଷ୍ଟ ଶିକ୍ଷାବିତ୍ ତଥା ମିଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର,ଆଡଭୋକେଟ୍ ଦୀପକ ପ୍ରସାଦ ପଟ୍ଟନାୟକ, ସମୀର ପରିଡା ପ୍ରମୁଖ ସମସ୍ତ ସଦସ୍ୟା,ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ସମ୍ପାଦକ ଉଷାରାଣୀ ଦାସ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ,ବଳିଷ୍ଟ ସଭା ସଂଯୋଜନା ଓ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବଶେଷରେ ସମୂହ ଜାତୀୟ ସଂଗୀତଗାନ ପରେ ସଭାପତିଙ୍କ ନିର୍ଦ୍ଦେଶରେ ସଭାକାର୍ଯ୍ୟର ପରିସମାପ୍ତି ହୋଇଥିଲା। 

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ରାୟପୁର ବିଶାଖାପାଟଣା ଭାରତ ମାଳା ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲେ ରାଜ୍ୟପାଳ

Sunil Chandra Nayak

ବଡାମତଳିଆ ଲ୍ଯାମ୍ପରେ ୭୦ ତମ ଲ୍ଯାମ୍ପ ସ୍ତରୀୟ ନିଖିଳ ଭାରତୀୟ ସମବାୟ ସପ୍ତାହ ପାଳିତ

masiha

ଗଣେଶ ପୂଜା ଉପଲକ୍ଷେ ଵହଳଦାର ସିଦ୍ଧି ବିନାୟକ ଗେଙ୍ଗଷ୍ଟାର କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!