ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦ ସ୍କୁଲ ଭିତରେ ଶହ ଶହ କ୍ୱିଣ୍ଟାଲ ମାଣ୍ଡିଆ ଗଚ୍ଛିତ, ମଣ୍ଡି ବାହାନାରେ ଚାଲିଛି କି ଦଲାଲଙ୍କ ମସୁଧା

ବନ୍ଦ ସ୍କୁଲ ଭିତରେ ଶହ ଶହ କ୍ୱିଣ୍ଟାଲ ମାଣ୍ଡିଆ ଗଚ୍ଛିତ, ମଣ୍ଡି ବାହାନାରେ ଚାଲିଛି କି ଦଲାଲଙ୍କ ମସୁଧା

କୋକସରା,୬।୪( ମନିସ): ପ୍ରସାଦ ଗଜେନ୍ଦ୍ର ,କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ତେଲିଗୁଡ଼ା ଗ୍ରାମର ବନ୍ଦ ପଡ଼ିଥିବା ଏକ ପ୍ରାଥମିକ ବିଦ୍ୟାଳୟ କୋଠରୀରେ ଶହ ଶହ କ୍ୱିଣ୍ଟାଲ ମାଣ୍ଡିଆ ଗଛିତ ହୋଇ ବାହାରକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଅଞ୍ଚଳରେ ମଣ୍ଡିଆ କଳାବଜାରୀ କୁ ନେଇ ବିଗତ ଦିନରେ ମଧ୍ୟ ଖୁବ୍ ଚର୍ଚ୍ଚାରେ ବିଷୟ ସାଜିଛି। କେତେବେଳେ ଚାଷ କରି ନଥିବା ଚାଷୀ ମଣ୍ଡିରେ ମାଣ୍ଡିଆ ବ୍ରିକ୍ରୀ କରିଥିବା ଘଟଣା ସାମ୍ନାକୁ ଆସିଛି ତ’ ଆଉ କେତେବେଳେ ଚାଷୀ ଯେତିକି ଉତ୍ପାଦନ କରିଛି ତା’ ଠାରୁ ଢେର ଅଧିକ ବିକ୍ରୀ କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ସବୁ କାରବାର ଗୁଡ଼ିକ ପ୍ରଚ୍ଛଦ ପଟରେ କୌଣସି ଏକ ନିର୍ଦ୍ଦିଷ୍ଟ ସଂସ୍ଥାର ହାତ ଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଏବେ କିନ୍ତୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ କି ଏକ ବନ୍ଦ ହୋଇଯାଇଥିବା ବିଦ୍ୟାଳୟର କୋଠରୀରେ ହଜାର ହଜାର କୁଇଣ୍ଟାଲ ମାଣ୍ଡିଆ ଗଚ୍ଛିତ ରଖି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଛି। ତେବେ ଏତେ ମାତ୍ରାରେ ମାଣ୍ଡିଆ କେଉଁଠି ଆସୁଛି ଓ କେଉଁଠି କୁ ଯାଉଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କୋକସରା ବ୍ଲକର ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ତେଲିଗୁଡା ଠାରେ ଥିବା ବନ୍ଦ ହୋଇଯାଇଥିବା ବିଦ୍ୟାଳୟରେ କିଛି ଦିନ ହେବ ଶହ ଶହ କୁଇଣ୍ଟାଲ ମଣ୍ଡିଆ ଗଚ୍ଛିତ ଥିବା ଦେଖିବାକୁ ମିଳୁଛି। ଏହି ମାଣ୍ଡିଆ ଏତେ ମାତ୍ରାରେ ରହିଛି ଯେ’ ଏହା କୌଣସି ଚାଷୀର ହୋଇ ଥାଇ ନ ପାରେ। ଏହି ସ୍କୁଲ ନିକଟରେ ଦୈନିକ ଏକାଧିକ ଟ୍ରକ୍ ଓ ପିକ୍ ଅପ୍ ଭ୍ୟାନ ଲାଗୁଥିବା ଦେଖିବାକୁ ମିଳିଥିବାବେଳେ ଏତେ ଗୁଡ଼ିଏ ମାଣ୍ଡିଆ କେଉଁଠାରୁ ଆସୁଛି ଓ କେଉଁଠି କୁ ପଠା ଯାଉଛି। ଏବଂ ଏସବୁ ପଛରେ କାହାରି ହାତ ରହିଛି। ଶୁଣିବାକୁ ମିଳୁଛି ଯେ’ ଏହି କାରବାର ପଛରେ ସ୍ଥାନୀୟ କିଛି ଯୁବକ ଓ ଆମପାଣି ମଣ୍ଡଳ ବିଜେପିର କିଛି ଆଗ ଧାଡ଼ିର ପଦାଧିକାରୀଙ୍କ ହାତ ରହିଛି। ତାଙ୍କ ଇଙ୍ଗିତରେ ଏହି କାରବାର ବର୍ଷ ବର୍ଷ ଧରି ଚାଲିଥିବା ଅଞ୍ଚଳରେ ଯୋରଦାର ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ଶ୍ରୀଅନ୍ନ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ବିଭିନ୍ନ ସମୟରେ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି। ଚାଷୀମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରିବା ପାଇଁ ଚାଷ ପ୍ରତି ଆକର୍ଷିତ ହୋଇ ଚାଷ କରୁଛନ୍ତି। ତେବେ ଯେତେ ପରିମାଣର ଜମିରେ ଏହି ଚାଷ କରାଯାଉଛି ସେହି ପରିମାଣରେ ଚାଷୀ ମାଣ୍ଡିଆ ବିକ୍ରୀ କରୁ ନଥିବା ବେଳେ ଦଲାଲ ମାନେ ଏହାର ଭରପୁର ଫାଇଦା ଉଠାଇବାରେ ଲାଗିଛନ୍ତି। ପଞ୍ଚାୟତ ଗୁଡିକରେ ପ୍ରଦାନ କରାଯାଉଥିବା ମାଣ୍ଡିଆ କୁ ହିତାଧିକାରୀ ମାନଙ୍କଠାରୁ କମ୍ ମୂଲ୍ୟରେ କ୍ରୟ କରି ପରବର୍ତ୍ତୀ ସମୟରେ ମଣ୍ଡିରେ ବିକ୍ରି କରୁଥିବା ଅନେକ ଅଭିଯୋଗ ଆସିଛି। ଏହା ବର୍ଷେ କି ଦୁଇ ବର୍ଷର ନୁହେଁ ଏହି କାରବାର ଦିର୍ଘ ବର୍ଷରୁ ଚାଲିଆସୁଥିବା ପ୍ରକାଶ ପାଇଛି। ତେବେ ଏହା ପଛରେ କାହାରି ହାତ ରହିଛି ଓ କାହା ଇଙ୍ଗିତରେ ଚାଲିଛି ଏହାର ପ୍ରଚ୍ଛଦପଟ୍ଟରେ ରହିଥିବା ଦଲାଲକୁ ଲୋକଲୋଚନକୁ ଆଣିବା ପାଇଁ ଜନ ସାଧାରଣରେ ଦାବି ହେଉଛି।ଏନେଇ କୋକସରା ଗୋଷ୍ଠୀକୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଙ୍କୁ ପଚାରିବାରୁ ମାର୍ଚ୍ଚ ଶେଷରେ ମଣ୍ଡି ସରିଯାଇଛି ବର୍ତମାନ କୌଣସି ସରକାରୀ ଭାବରେ ମାଣ୍ଡିଆ ଉଠାଣ ହେଉନଥିବା ପ୍ରକାଶ କରିଛନ୍ତି l ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହୋଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Related posts

ବନ୍ଧା ହେଲେ ରାଣିମୁଣ୍ଡା ସରପଞ୍ଚ ଓ ପୂର୍ବତନ ପିଇଓ

masiha

କଲମ ଛାଡିବା ପାଇଁ ଜିଲ୍ଲା ସ୍ତରୀୟ ଅମଲାଙ୍କ ସଜବାଜ

Sunil Chandra Nayak

ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!