ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ପାଣି ଯୋଗାଣ ଦାବିରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଚାଷୀ 

କେନାଲ ପାଣି ଯୋଗାଣ ଦାବିରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଚାଷୀ 

  ଦିନ କୁ ଦିନ ଚାଷୀ ଙ୍କ ଉତ୍ତେଜନା ବୃଦ୍ଧି ପାଉଛି। ଖରିଖ ଫସଲ ସଂଗ୍ରହ କରି ରବି ଚାଷ ପାଇଁ ପ୍ରସ୍ତୁତି କରୁଛି ।ହେଲେ ଇନ୍ଦ୍ରାବତୀ କେନାଲ ପାଣି ଯୋଗାଣ କୁ ନେଇ ଦ୍ଵନ୍ଦ ସୃଷ୍ଟି କରିଛି।କିଛି ଦିନ ତଳେ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟ ରୁ ବିଜ୍ଞାପନ ଜରିଆରେ ଚଳିତ ରବି ଧାନ ଫସଲ ପାଇଁ ଜଳ ଯୋଗାଣ ବନ୍ଦ ହେବା ସୂଚନା ଦିଆଯାଇଥିଲା ।ଯାହାକୁ ନେଇ ଚାଷୀ ଙ୍କ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଆନ୍ଦୋଳନ ର ଦାନା ବାନ୍ଧିଥିଲା। ଧର୍ମଗଡ ଚାରିଛକ ନିକଟରେ ୧୩୦ସି ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ ଚାଷୀ ।ଧର୍ମଗଡ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳ କୁ ଆସି ଚାଷୀ ଙ୍କ ସହ ଆଲୋଚନା କରିଥିବା ବେଳେ ସନ୍ଧ୍ୟା ରେ ମିଳିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ହେଲେ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇ ପାରି ନ ଥିଲା।ଯାହାକୁ ନେଇ ପୁଣି କିଛି ଦିନ ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖୀନରେ ଉତ୍ତେଜିତ ଚାଷୀ ଧାରଣା ରେ ବସିଥିଲେ । କେନାଲ ପାଣି ଯୋଗେଇଦେବା ପାଇଁ ଉପଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ବିଭାଗ ପକ୍ଷରୁ ଜଳ ସ୍ତର କମ ଥିବା ଦର୍ଶାଇ ବୋଡେ଼ନ ପର୍ଯ୍ୟନ୍ତ କେନାଲ ପାଣି ଯୋଗେଇଦେବା ନିଷ୍ପତ୍ତି ନେଇଥିବା ବେଳେ ଶନିବାର ଧର୍ମଗଡ ଆଞ୍ଚଳିକ କୃଷକ ସଂଗଠନ ର କର୍ମକର୍ତ୍ତା ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଚିଲିଚିଲା ଡିଷ୍ଟ୍ରିବୂଟାରି ପର୍ଯ୍ୟନ୍ତ କେନାଲ ପାଣି ଯୋଗେଇଦେବା ଦାବୀ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ର ଶାନ୍ତନୁ ମୁଣ୍ଡ, ଡାକେ ଲହଜଳ, ଏମ. ପ୍ରବୀଣ କୁମାର, ରାଜନୀ ମୁଣ୍ଡ, ଢଗ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ପାଣି ପାଇଁ ଡହଲ ବିକଳ , ଜଳ ସଙ୍କଟ ସମସ୍ୟାର ସମାଧାନ କେବେ ? ଚିନ୍ତିତ ଡୁଙ୍ଗୁରି ପଡ଼ାବସୀ 

Sunil Chandra Nayak

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂଆଁଖାଇ ଭେଟଘାଟ

Sunil Chandra Nayak

ଠାକୁରାଣୀ ଯାତ୍ରା, ଘଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

Leave a Comment

error: Content is protected !!