ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବାର୍ଷିକୀ ଶ୍ରାଦ୍ଧ ଦିବସରେ ଜମିଲା ସତସଙ୍ଗ ର ଆସର

ବାର୍ଷିକୀ ଶ୍ରାଦ୍ଧ ଦିବସରେ ଜମିଲା ସତସଙ୍ଗ ର ଆସର 

ନବରଙ୍ଗପୁର:(୧୯|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ସଦରମହକୁମା ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ(କେନ୍ଦୁପତ୍ର)ସ୍ଵର୍ଗତ କୃଷ୍ଣ ଚନ୍ଦ୍ର ଦାସ ଙ୍କ ବାସଗୃହରେ ତାଙ୍କର ବାର୍ଷିକୀ ଶ୍ରାଦ୍ଧ ଦିବସରେ ଶ୍ରାଦ୍ଧ କାର୍ଯ୍ୟ ଚାଲୁ ରହିଥିବା ବେଳେ ବେଶ୍ ଜମି ଉଠିଥିଲା ସତସଙ୍ଗ ର ଆସର l ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭକ୍ତବୃନ୍ଦ ସ୍ଵର୍ଗତ ଦାସ ଙ୍କ ବାସଗୃହ ପରିସରରେ ତାଙ୍କ ପରିବାରର ଆହ୍ଵାନ କ୍ରମେ ଏକ ସତସଙ୍ଗର ଆସର ଅନୁଷ୍ଠିତ ହୋଇଥିଲା l ସୁସଜ୍ଜିତ ଆସ୍ଥାନ ରେ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ଲକ୍ଷ୍ମୀ ମା, ଶ୍ରୀ ଶ୍ରୀ ବଡ଼ଦା ଓ ଆଜିର ସଂଘ ନେତା ଶ୍ରୀ ଶ୍ରୀ ଦାଦା ଙ୍କ ବିଗ୍ରହ କୁ ବସାଇ ପୁଷ୍ପ, ଧୂପ ,ଦୀପ ପ୍ରଜ୍ଜ୍ଵଳିତ କରାଇ ପ୍ରାତଃ ବିନତି, , ପ୍ରାତଃ ଓ ସନ୍ଧ୍ଯା କାଳୀନ ବିନତି,ସଦଗୁରୁ ବନ୍ଦନା, ଧ୍ୟାନ, ସତ୍ୟାନୁସରଣ ଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ,ଯାଜନ, ଜୟ ରାଧେ ରାଧେ କୀର୍ତ୍ତନ ପରେ ବନ୍ଦେ ପୁରୁଷୋତ୍ତମ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ l ସ୍ଵର୍ଗତ ଦାସ ଙ୍କ ସ୍ମୃତି ଚାରଣ କରି ତାଙ୍କର ଅମର ଆତ୍ମାର ସଦାଗତୀ କାମନା କରିଥିଲେ l ପରେ ସମସ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରାଯାଇଥିଲା, ଖାଦ୍ୟ ଗ୍ରହଣ କରି ନିଜ ନିଜର ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ l

( ମ ନି ସ ) 

Related posts

କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ

Sunil Chandra Nayak

ପବିତ୍ର ରାମ ନବମୀ ଉପଲକ୍ଷେ ଚିରଞ୍ଜିବୀ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା.

Sunil Chandra Nayak

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

Sunil Chandra Nayak

Leave a Comment

error: Content is protected !!