ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୯୦ ତମ ମହାଶିବରାତ୍ରି ଜୟନ୍ତୀ ବଡ ଧୁମ୍ ଧାମରେ ପାଳିତ

୯୦ ତମ ମହାଶିବରାତ୍ରି ଜୟନ୍ତୀ ବଡ ଧୁମ୍ ଧାମରେ ପାଳିତ

ବିଶ୍ଵରେ ବର୍ତ୍ତମାନ ସ୍ଥିତିରେ ଦୁଃଖ ଅଶାନ୍ତ ରୋଗ କଷ୍ଟ ଭୟ ର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ଶାନ୍ତିର ବାର୍ତ୍ତା ନେ଼ଇ ତାର ସେବା ଜାରି ରଖିଛି। ଏହି ଅବସରରେ ଏହି ବିଶ୍ବ ବିଦ୍ୟାଳୟ ର କଲମପୁର ସ୍ଥିତ ଉପସେବାକେନ୍ଦ୍ର ଠାରେ ୯୦ ତମ ମହାଶିବରାତ୍ରି ଜୟନ୍ତୀ ବଡ ଧୁମ୍ ଧାମରେ ପାଳିତ ହୋଇଯାଇଛି । ସେବାକେନ୍ଦ୍ର ସଞ୍ଚାଳିକା ବି କେ ରୋଜି ଭଉଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ସରଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବ୍ରହ୍ମାକୁମାରୀଜ୍ ଭଳି ସଂସ୍ଥା ସମଗ୍ର ବିଶ୍ବ ସ୍ତରରେ ଇଶ୍ଵରୀୟ ଶାନ୍ତିର ସନ୍ଦେଶ ଦେଇ ଲୋକଙ୍କ ଭିତରେ ଏକ ସକାରାତ୍ମକ ବିଚାର ଧାରା ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ନାଏକ,ପରମାନନ୍ଦ ଠାକୁର,ଚକ୍ର ନାଏକ ଯୋଗ ଶିକ୍ଷକ ଚନ୍ଦ୍ରଶେଖର ସାହୁ, ପୋଲିସ ଇନ୍ସପେକ୍ଟର ଏସ ଏସ ମହାନ୍ତି ଯୋଗଦେଇ କଲମପୁର ଭଳି ଏକ ଅଗମ୍ୟ ଅଞ୍ଚଳରେ ଆଧ୍ୟାତ୍ମିକତା ବାତାବରଣ ସହିତ ବିଶ୍ବ କଲ୍ୟାଣ ନିମିତ୍ତ ତାର ସେବା ଜାରି ରଖିଛି ବୋଲି ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା ଯୋଗଦେଇ ଏଇ ସଂସ୍ଥା ମାନବ ଜୀବନରେ ଶ୍ରେଷ୍ଠ ଚରିତ୍ର ନିର୍ମାଣ ତଥା ସମସ୍ତଙ୍କ ଭିତରେ ଏକ ଶୁଭକାମନା ର ଚିନ୍ତନ କରିବାର ଶିକ୍ଷା ପ୍ରଦାନ କରିଚାଲିଛି। ଏନେଇ ଜନ ମାନସରେ ଏକ ସକାରାତ୍ମକ ବିଚାର ସୃଷ୍ଟି ହେଉଛି ନିଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବ ପାଳନ ରେ ଦ୍ଵୀପ ପ୍ରଜ୍ବଳନ ଶିବ ଧ୍ଵଜା ଉତ୍ତୋଳନ, ପ୍ରତିଜ୍ଞା ପାଠ,ସହିତ କେନ୍ଦ୍ର ସ୍ଥାପନ ର ବାର୍ଷିକ ଉତ୍ସବ ମଧ୍ୟ ପାଳିତ ହୋଇଯାଇଛି। ବିଶ୍ବ ବିଦ୍ୟାଳୟ କଲମପୁର ଉପ ସେବାକେନ୍ଦ୍ର ବରିଷ୍ଠ ଭ୍ରାତା ପ୍ରେମାଲାଲ ଶର୍ମା ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଦାସି ଗାଁ ସରପଞ୍ଚ ପ୍ରମୋଦିନୀ ପ୍ରହରାଜ ଏବଂ ମନିଷା ତିଲକ ଚନ୍ଦନ ଏବଂ ପୁଷ୍ପଗୁଚ୍ଛ ଦ୍ବାରା ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ।

ବି କେ ଶଙ୍କର୍ଷଣ ଭାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରୋଜି ଭଉଣୀ ଅତିଥି ମାନଙ୍କୁ ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ। ଆଖପାଖ ଅଞ୍ଚଳ ରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ।ଶେଷରେ ସୁଧୀର ଭାଇଜୀ ଆଶିର୍ବଚନ ସହ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। 

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍  

Related posts

ସାନ୍ତାଳି ଭାଷା ଅଲଚିକି ପରୀକ୍ଷା ସମାପିତ

masiha

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ମହା ସମାରୋହରେ ପାଳିତ ହେଲା ନର୍ଲା ରେ ନୂଆଁଖାଇ ଭେଟ୍‌ ଘାଟ 

Sunil Chandra Nayak

Leave a Comment

error: Content is protected !!