ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

କାମାକ୍ଷାନଗର (ମ ନି ସ)20/04_ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ଟ୍ରେନ ଧକ୍କା ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି |ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ବଡଝରା ଗ୍ରାମର ସାରଙ୍ଗ ସାହୁ |ସୂଚନା ମୁତାବକ ସାରଙ୍ଗ ଗତ କାଲି ଅପରାହ୍ନ ରୁ ଘରୁ ବାହାରି କେଉଁଆଡେ ଚାଲି ଯାଇଥିବା ବେଳେ ପରିବାର ଲୋକ ତାଙ୍କ ସନ୍ଧାନ ପାଇନଥିଲେ |ତେବେ ବହୁ ଖୋଜାଖୋଜି ପରେ ଗାଁ ନିକଟସ୍ଥ ଟ୍ରେନ ଲାଇନ ନିକଟରେ ତାଙ୍କ କ୍ଷତ ବିକ୍ଷତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ |ଏ ନେଇ ପୋଲିସକୁ ଜଣାଇବା ପରେ, ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ 2025 ପୁରସ୍କାର ସମାରୋହ

Sunil Chandra Nayak

ବ୍ରହ୍ମପୁର ଜିଲ୍ଲା ପୋଲିସ ସମସ୍ତ ଥାନାରେ ରୋଲ କଲ୍ ଏବଂ ବ୍ରିଫିଂ ପରେଡ୍ ପରିଚାଳନା 

ନିଜସ୍ୱ ରାଜସ୍ୱ ସଂଗ୍ରହରେ ୯୨% ବୃଦ୍ଧି: ଗୁଡାରୀ ଏନଏସିକୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନ ସହ ୨ କୋଟିର ପୁରସ୍କାର

Sunil Chandra Nayak

Leave a Comment

error: Content is protected !!