ନବରଙ୍ଗପୁର28/3(ମସିହା) – ରାୟଗଡା ଜିଲ୍ଲା ସଦରମହକୁମା ରେ ଜଗତ ଜନନୀ ଜିମନାସିୟମ କ୍ଲବ ଓ ମହାବୀର ଜିମ ଦ୍ୱାରା ଆୟୋଜିତ କେ ବି କେ ଜିଲ୍ଲା ଭାରୋ୍ତୋଳନ ଓ ବଡି ବୁଲଡିଙ୍ଗ ପ୍ରତିଯୋଗିତା ରେ ଚମକିଲେ ନବରଙ୍ଗପୁର ଜିଲ୍ଲାର ତିନି ପ୍ରତିଯୋଗୀ | ଏହି ପ୍ରତିଯୋଗିତା ଟି ମାର୍ଚ୍ଚ 24ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଚାଲିଥିଲା | ଏଥିରେ ନବରଙ୍ଗପୁର ଜିଲାରୁ ମୋଟ 4ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ ତହିଁରୁ ତିନି ଜଣ 5ଗୋଲଡ଼ ମେଡଲ ଜିତି ଜିଲ୍ଲାକୁ ଗୌରବାନ୍ନୀତ କରିଛନ୍ତି | ଏହି ପ୍ରତି ଯୋଗିତାଟି ରାୟଗଡା , କୋରାପୁଟ , ମାଲକାନଗିରି , ନବରଙ୍ଗପୁର , ବଲାଙ୍ଗୀର , ସମ୍ବଲପୁର, କଳାହାଣ୍ଡି , ନୂଆପଡା ଜିଲ୍ଲା ରୁ ଶତାଧିକ ପ୍ରତିଯୋଗୀ ଯୋଗ ଦେଇଥିଲେ | ବଡି ବୁଲଡିଙ୍ଗ ରେ ଡାବୁଗାଁ ର ଲକି କଳାର 66 କେଜି ବର୍ଗରେ ଗୋଲଡ଼ ପାଇଛନ୍ତି | ଶ୍ରୀ କଳାର ଡାବୁଗାଁ ଅଞ୍ଚଳର ଦିନ ମଜୁରିଆ ଭାବେ କାମ କରନ୍ତି, କିନ୍ତୁ ବଡି ବୁଲଡିଙ୍ଗ ନିଶା ତାଙ୍କୁ ପିଲାଦିନ ରୁ ଲାଗି ରଖିଛି | ଡାବୁଗାଁ ର ଅନିକେତ ଦାସ 120 କେଜି ସିନିଅର ଓ ଜୁନିଅର ବର୍ଗରେ ତିନୋଟି ଗୋଲଡ଼ ପାଇଛନ୍ତି | ଏବଂ ପାପଡାହାଣ୍ଡି ବ୍ଲକ ତୁମ୍ବାର୍ଲା ପଞ୍ଚାୟତ ଅନ୍ତର୍ଗତ ଗୋବାର୍ଲ ଗ୍ରାମର ପରିମଳ ସୁନା ଭାରୋତଳନ ରେ 105 କେଜି ବର୍ଗ ରେ ଗୋଲଡ଼ ମେଡାଲ ପାଇ ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକ ତଥା ନବରଙ୍ଗପୁର ଜିଲ୍ଲାକୁ ଗୌରବାନ୍ନୀତ କରିଛନ୍ତି | ଜିଲ୍ଲା ପ୍ରଶାସନ ଜଦି ଏହି ପ୍ରତିଭାବାନ ଖେଳାଳି ମାନଙ୍କୁ କିଛି ସୁବିଧା ସୁଯୋଗ ଦେଇଥାନ୍ତା, ତାହେଲେ ଆମେ ରାଜ୍ୟ , ଦେଶ ପାଇଁ ଖେଳି ରାଜ୍ୟ ତଥା ଦେଶର ଗୌରବ ଆଣିଥାନ୍ତୁ ବୋଲି ତାଙ୍କ ପ୍ରତିକ୍ରିୟା ରଖିଥିଲେ | ପ୍ରକାଶ ଥାଉକି ଶ୍ରୀ ସୁନା ଙ୍କୁ କିଛିଦିନ ତଳେ ପାପଡାହାଣ୍ଡି ପଂଚାୟତ ସମିତି ବୈଠକରେ ଡାକି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଙ୍କ ଦ୍ୱାରା 5000 ଆର୍ଥିକ ରାଶି ଦିଆଯାଇଥିଲା | ଶ୍ରୀ ସୁନା ଗତ କିଛି ଦିନ ତଳେ ଭୁବନେଶ୍ୱର ରେ ଆୟୋଜିତ ହୋଇଥିବା ଭାରୋତଳନରେ 105 କେଜି ବର୍ଗରେ 475 କେଜି ଭରୋ୍ତୋଳନ କରି ସିଲଭର ମେଡାଲ ପାଇ ପାପଡାହାଣ୍ଡି ବ୍ଲକ କୁ ଗର୍ବାନ୍ୱିତ କରିଥିଲେ |
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍