ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାୟଗଡା ରେ ଆୟୋଜିତ, ଭଅରୋ୍ତୋଳନ ଓ ବଡି ବିଲଡିଙ୍ଗ ରେ 5 ଗୋଲଡ଼ ନବରଙ୍ଗପୁର କୁ

ନବରଙ୍ଗପୁର28/3(ମସିହା) – ରାୟଗଡା ଜିଲ୍ଲା ସଦରମହକୁମା ରେ ଜଗତ ଜନନୀ ଜିମନାସିୟମ କ୍ଲବ ଓ ମହାବୀର ଜିମ ଦ୍ୱାରା ଆୟୋଜିତ କେ ବି କେ ଜିଲ୍ଲା ଭାରୋ୍ତୋଳନ ଓ ବଡି ବୁଲଡିଙ୍ଗ ପ୍ରତିଯୋଗିତା ରେ ଚମକିଲେ ନବରଙ୍ଗପୁର ଜିଲ୍ଲାର ତିନି ପ୍ରତିଯୋଗୀ | ଏହି ପ୍ରତିଯୋଗିତା ଟି ମାର୍ଚ୍ଚ 24ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଚାଲିଥିଲା | ଏଥିରେ ନବରଙ୍ଗପୁର ଜିଲାରୁ ମୋଟ 4ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ ତହିଁରୁ ତିନି ଜଣ 5ଗୋଲଡ଼ ମେଡଲ ଜିତି ଜିଲ୍ଲାକୁ ଗୌରବାନ୍ନୀତ କରିଛନ୍ତି | ଏହି ପ୍ରତି ଯୋଗିତାଟି ରାୟଗଡା , କୋରାପୁଟ , ମାଲକାନଗିରି , ନବରଙ୍ଗପୁର , ବଲାଙ୍ଗୀର , ସମ୍ବଲପୁର, କଳାହାଣ୍ଡି , ନୂଆପଡା ଜିଲ୍ଲା ରୁ ଶତାଧିକ ପ୍ରତିଯୋଗୀ ଯୋଗ ଦେଇଥିଲେ | ବଡି ବୁଲଡିଙ୍ଗ ରେ ଡାବୁଗାଁ ର ଲକି କଳାର 66 କେଜି ବର୍ଗରେ ଗୋଲଡ଼ ପାଇଛନ୍ତି | ଶ୍ରୀ କଳାର ଡାବୁଗାଁ ଅଞ୍ଚଳର ଦିନ ମଜୁରିଆ ଭାବେ କାମ କରନ୍ତି, କିନ୍ତୁ ବଡି ବୁଲଡିଙ୍ଗ ନିଶା ତାଙ୍କୁ ପିଲାଦିନ ରୁ ଲାଗି ରଖିଛି | ଡାବୁଗାଁ ର ଅନିକେତ ଦାସ 120 କେଜି ସିନିଅର ଓ ଜୁନିଅର ବର୍ଗରେ ତିନୋଟି ଗୋଲଡ଼ ପାଇଛନ୍ତି | ଏବଂ ପାପଡାହାଣ୍ଡି ବ୍ଲକ ତୁମ୍ବାର୍ଲା ପଞ୍ଚାୟତ ଅନ୍ତର୍ଗତ ଗୋବାର୍ଲ ଗ୍ରାମର ପରିମଳ ସୁନା ଭାରୋତଳନ ରେ 105 କେଜି ବର୍ଗ ରେ ଗୋଲଡ଼ ମେଡାଲ ପାଇ ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକ ତଥା ନବରଙ୍ଗପୁର ଜିଲ୍ଲାକୁ ଗୌରବାନ୍ନୀତ କରିଛନ୍ତି | ଜିଲ୍ଲା ପ୍ରଶାସନ ଜଦି ଏହି ପ୍ରତିଭାବାନ ଖେଳାଳି ମାନଙ୍କୁ କିଛି ସୁବିଧା ସୁଯୋଗ ଦେଇଥାନ୍ତା, ତାହେଲେ ଆମେ ରାଜ୍ୟ , ଦେଶ ପାଇଁ ଖେଳି ରାଜ୍ୟ ତଥା ଦେଶର ଗୌରବ ଆଣିଥାନ୍ତୁ ବୋଲି ତାଙ୍କ ପ୍ରତିକ୍ରିୟା ରଖିଥିଲେ | ପ୍ରକାଶ ଥାଉକି ଶ୍ରୀ ସୁନା ଙ୍କୁ କିଛିଦିନ ତଳେ ପାପଡାହାଣ୍ଡି ପଂଚାୟତ ସମିତି ବୈଠକରେ ଡାକି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଙ୍କ ଦ୍ୱାରା 5000 ଆର୍ଥିକ ରାଶି ଦିଆଯାଇଥିଲା | ଶ୍ରୀ ସୁନା ଗତ କିଛି ଦିନ ତଳେ ଭୁବନେଶ୍ୱର ରେ ଆୟୋଜିତ ହୋଇଥିବା ଭାରୋତଳନରେ 105 କେଜି ବର୍ଗରେ 475 କେଜି ଭରୋ୍ତୋଳନ କରି ସିଲଭର ମେଡାଲ ପାଇ ପାପଡାହାଣ୍ଡି ବ୍ଲକ କୁ ଗର୍ବାନ୍ୱିତ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ମା’ ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ

Sunil Chandra Nayak

୨ୟ ନବରଙ୍ଗ ସିଂ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଗୋଡଧୁଆପଦର ଚମ୍ପିୟାନ   

Sunil Chandra Nayak

ଅଞ୍ଚଳାରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହେଲା ଉଦଘାଟନ 

masiha

Leave a Comment

error: Content is protected !!