ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୈଳିକ ସମାଜ ବାର୍ଷିକ ବୈଠକ

ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ବ୍ଲକ ନୁଆବଗ ଗ୍ରାମ ପଞ୍ଚାୟତ ଭଗବାନପୁର ଠାରେ ହିନ୍ଦୋଳ ଓ ଅନୁଗୁଳ ତୈଳିକ ବୈଶ୍ୟ ସାମାଜିକ ବୈଠକ ଅନୁଷ୍ଠିତ ହୋଇଅଛି। ପ୍ରଥମେ ଜଗନ୍ନାଥ ଓ ରାଧାକୃଷ୍ଣଙ୍କୁ ଭଗବାନପୁର ଗ୍ରାମ ଘଣ୍ଟ କୀର୍ତ୍ତନ ରେ ପରିକ୍ରମା କରି ସଭା ସ୍ଥାନକୁ ଅଣାଯାଇ ଦୀପ ପ୍ରଜ୍ବଳନ କରାଯାଇଥିଲା। ସଭା ଆରମ୍ଭ କରାଯିବା ପୂର୍ବରୁ ତୈଳିକ ସମାଜର ମୃତବ୍ୟକ୍ତିଙ୍କ ପାଇଁ ଦୁଇ ମିନିଟ ନିରଵପ୍ରାର୍ଥନା କରାଯାଇଥିଲା । ସଭାରେ ସଭାପତି ଇନ୍ଦ୍ରମଣୀ ସାହୁ, ଉପସଭାପତି ଗିରିଶ ଚନ୍ଦ୍ର ବେହେରା , ସମ୍ପାଦକ ସନ୍ତୋଷ କୁମାର ଚୌଧୁରୀ , ସହ ସମ୍ପାଦକ ଜଳନ୍ଧର ସାହୁ,6କାଷାଧ୍ଯକ୍ଷ ରବିନାରାୟଣ ସାହୁ, ମୁଖ୍ୟ ଉପଦେଷ୍ଟା ମହେଶ୍ଵର ସାହୁ, ଶୁସାନ୍ତ ସାହୁ, ନାରାୟଣ ସାହୁ ଓ ରତ୍ନାକର ସାହୁ ସଭାର ପରିଚାଳନା କରିଥିଲେ। ସଭାରେ ୫୦୦ ଜଣ ସଭ୍ୟ ଯୋଗଦାନ କରିଥିଲେ । ପ୍ରଥମେ ସଭାପତି ସଭାର ପରିଚାଳନା କରିଥିଲେ । ସୁସଂପର୍କ, ବନ୍ଧୁ ମିଳନ ଓ ଜାତିର ଏକତା ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଆଗାମୀ ପିଢ଼ି ଜାତିର ଅନୁସରଣ କରିବା ନିମନ୍ତେ ସଭାପତି ଉପଦେଶ ଦେଇଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ଭଙ୍ଗ କରାଗଲା ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘ ଓ ଇଣ୍ଡିଆନ ଓଏଲ ଦ୍ୱାରା ୱାକାଥନ ଅନୁଷ୍ଠିତ 

Sunil Chandra Nayak

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ବିଭିନ୍ନ ଶିଶୁ ଗୃହ ପରିଦର୍ଶନ 

masiha

ଧର୍ମଗଡ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!