ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ବ୍ଲକ ନୁଆବଗ ଗ୍ରାମ ପଞ୍ଚାୟତ ଭଗବାନପୁର ଠାରେ ହିନ୍ଦୋଳ ଓ ଅନୁଗୁଳ ତୈଳିକ ବୈଶ୍ୟ ସାମାଜିକ ବୈଠକ ଅନୁଷ୍ଠିତ ହୋଇଅଛି। ପ୍ରଥମେ ଜଗନ୍ନାଥ ଓ ରାଧାକୃଷ୍ଣଙ୍କୁ ଭଗବାନପୁର ଗ୍ରାମ ଘଣ୍ଟ କୀର୍ତ୍ତନ ରେ ପରିକ୍ରମା କରି ସଭା ସ୍ଥାନକୁ ଅଣାଯାଇ ଦୀପ ପ୍ରଜ୍ବଳନ କରାଯାଇଥିଲା। ସଭା ଆରମ୍ଭ କରାଯିବା ପୂର୍ବରୁ ତୈଳିକ ସମାଜର ମୃତବ୍ୟକ୍ତିଙ୍କ ପାଇଁ ଦୁଇ ମିନିଟ ନିରଵପ୍ରାର୍ଥନା କରାଯାଇଥିଲା । ସଭାରେ ସଭାପତି ଇନ୍ଦ୍ରମଣୀ ସାହୁ, ଉପସଭାପତି ଗିରିଶ ଚନ୍ଦ୍ର ବେହେରା , ସମ୍ପାଦକ ସନ୍ତୋଷ କୁମାର ଚୌଧୁରୀ , ସହ ସମ୍ପାଦକ ଜଳନ୍ଧର ସାହୁ,6କାଷାଧ୍ଯକ୍ଷ ରବିନାରାୟଣ ସାହୁ, ମୁଖ୍ୟ ଉପଦେଷ୍ଟା ମହେଶ୍ଵର ସାହୁ, ଶୁସାନ୍ତ ସାହୁ, ନାରାୟଣ ସାହୁ ଓ ରତ୍ନାକର ସାହୁ ସଭାର ପରିଚାଳନା କରିଥିଲେ। ସଭାରେ ୫୦୦ ଜଣ ସଭ୍ୟ ଯୋଗଦାନ କରିଥିଲେ । ପ୍ରଥମେ ସଭାପତି ସଭାର ପରିଚାଳନା କରିଥିଲେ । ସୁସଂପର୍କ, ବନ୍ଧୁ ମିଳନ ଓ ଜାତିର ଏକତା ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଆଗାମୀ ପିଢ଼ି ଜାତିର ଅନୁସରଣ କରିବା ନିମନ୍ତେ ସଭାପତି ଉପଦେଶ ଦେଇଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ଭଙ୍ଗ କରାଗଲା ।