ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ଙ୍କ କାମରେ ଆସୁନି ଜଗନ୍ନାଥପୁର ଚେକଡ୍ୟାମ !!!

ଚାଷୀ ଙ୍କ କାମରେ ଆସୁନି ଜଗନ୍ନାଥପୁର ଚେକଡ୍ୟାମ !!!

କୋଲନରା/ରାୟଗଡା :- କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ଗ୍ରାମ ପଞ୍ଚାୟତର କେଉଁଝରି ଗାଁ ପାଖରେ ଥିବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ର ଚେକ୍ ଡ୍ୟାମ୍ ଚାଷୀଙ୍କ କୌଣସି କାମରେ ଆସୁନାହିଁ | ଫଳରେ ଚାଷୀ ମାନେ ନିଜ ଚାଷ ଜମିକୁ ପାଣି ନ ମାଡିବା ଯୋଗୁଁ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି | ଏମିତିକି ଚାଷ ସମୟରେ ଭଡ଼ା ଆକାରରେ ମଟର ଲଗେଇ ନିଜ ଚାଷ ଜମିକୁ ପାଣି ନିଷ୍କାସନ ବ୍ୟବସ୍ଥା କରି ଅଧିକ ଖର୍ଚ୍ଚାନ୍ତ ହେଉଥିବା କିଛି ଚାଷୀ ପ୍ରକାଶ କରିଛନ୍ତି | ସୂଚନା ମୁତାବକ, ମୁକୁନ୍ଦପୁର ଅଞ୍ଚଳର ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ କୈଳାଶପୁର ଗ୍ରାମ ପଞ୍ଚାୟତର କେଉଁଝରି ଗାଁ ପାଖରେ ଜଗନ୍ନାଥ ପୁର କ୍ଷୁଦ୍ର ଜନସେଚନ ପ୍ରକଳ୍ପ ନାମରେ ଜଳ ସେଚନ ବିଭାଗ ତରଫରୁ ବହୁତ ବର୍ଷରୁ ଉର୍ଦ୍ଧ ହେବ ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଥିଲା | ଶହ ଶହ ଏକର ଚାଷ ଜମିକୁ ପାଣି ସୁବିଧା ହୋବ ବୋଲି ଉକ୍ତ ଡ୍ୟାମ୍ ନିର୍ମାଣ ହେବା ପରେ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା | ତଳ ମୁଣ୍ଡରେ ଥିବା ଶହ ଶହ ଏକର ଚାଷ ଜମିକୁ ଜଳ ସେଚନର ସୁବିଧା ହେବା ସହ ବିଭିନ୍ନ ପ୍ରକାର ଚାଷ ର ସୁବିଧା ମିଳିବା ନେଇ ଚାଷୀ ମାନେ ଆସାବାନ୍ଧି ଥିଲେ | କିନ୍ତୁ ସମୟ କ୍ରମେ ଚାଷୀ ମାନଙ୍କ ସମସ୍ତ ଆଶା ମଉଳି ଯାଇଥିବା ଦେଖିବାକୁ ମିଳିଛି | ଉକ୍ତ ଡ୍ୟାମ୍ ରେ ଫାଟ ସୃଷ୍ଟି ହୋଇ ପଙ୍କ ଜମା ହୋଇ ଚାଷ ଜମିକୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ | ବହୁବାର ଦାବି ପରେ ୨୦୧୭-୧୮ ମସିହାରେ ଜଣେ ଠିକାଦାର ଡ୍ୟାମ୍ ର ମରାମତି କରି ନିଜର ପକେଟ ଗରମ କରିବା ସାଧାରଣ ରେ ଅଭିଯୋଗ ହୋଇଛି । ନିମ୍ନ ମାନର ମରାମତି କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ଯେମିତି ଅବସ୍ଥାକୁ ସେମିତି ଅବସ୍ଥା ରହିଛି | ଉକ୍ତ ଡ୍ୟାମ୍ ଠାରୁ ଚାଷ ଜମିକୁ ସଂଯୋଗ ନିମନ୍ତେ ରହିଥିବା କେନାଲ ମଧ୍ୟ ବହୁ ସ୍ଥାନରେ ଭାଙ୍ଗି ଯାଇଛି | ଗୋଟେ ପଟେ ଚେକ୍ ଡ୍ୟାମ୍ ରେ ଫାଟ ଯୋଗୁଁ ପାଣି ଲିକେଜ୍ ସମସ୍ୟା ଓ ଅନ୍ୟ ପଟେ କେନାଲର ଶୋଚନୀୟ ଅବସ୍ଥା ଯୋଗୁଁ ଚଳିତ ବର୍ଷ ବର୍ଷା ଦିନ ମଧ୍ୟ ଚାଷୀଙ୍କ ଜମିକୁ ପାଣି ଯାଇପାରି ନଥିଲା | ଫଳରେ ଆଉ କୌଣସି ଉପାୟ ନପାଇ ଚାଷୀ ମାନେ ବାଧ୍ୟ ହୋଇ ଭଡ଼ା ଆକାରରେ ମଟର ଲଗେଇ ନିଜ ନିଜ ଚାଷ ଜମିକୁ ପାଣିର ବ୍ୟବସ୍ଥା କରି ଅଧିକ ଖର୍ଚ୍ଚାନ୍ତ ହୋଇଥିବା ବେଳେ ବହୁ କ୍ଷୁଦ୍ର ଚାଷୀ ମାନଙ୍କ ଚାଷ ଜମିରେ ପାଣିର ସୁବିଧା ନ ମିଳିବାରୁ ଚାଷ କାର୍ଯ୍ୟ ହୋଇପାରି ନ ଥିଲା | ଖାସ୍ କରି ଉକ୍ତ ଚେକ୍ ଡ୍ୟାମ୍ କେଉଁଝରି ଗ୍ରାମରେ ହୋଇଥିବା ବେଳେ ସେହି ଗ୍ରାମର ଚାଷୀ ପାଣି ପାଇବାରୁ ବଞ୍ଚିତ ହୋଉଛନ୍ତି | ଉକ୍ତ ଚାଷୀଙ୍କ ସମସ୍ୟା ନେଇ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ସେଟି ଙ୍କୁ ଯୋଗାଯୋଗ କରିବାରୁ ମରାମତି ପାଇଁ ପ୍ରୋଜେକ୍ଟ ପ୍ରୋପସାଲ ଦେଇଛୁ, ପ୍ରପୋସାଲ ଗ୍ରହଣ ହେବାପରେ ଯଥା ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ।ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ମରାମତି କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳର ଚାଷୀ ମାନେ ଦାବି କରିଛନ୍ତି | 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ସାଧାରଣ ବୈଠକ

Sunil Chandra Nayak

ହିଞ୍ଜିଳିକାଟୁରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଆରମ୍ଭ 

ସୂଚନା ଫଳକ ରେ ବ୍ୟତିକ୍ରମ,  ସୁଚନା,ଡ୍ରେନ- କାମ… ହୋଇଛି କଂକ୍ରିଟ ରାସ୍ତା 

Sunil Chandra Nayak

Leave a Comment

error: Content is protected !!