ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲା ସିନାପାଲି ଶିକ୍ଷକ ସଂଘ

ପରଲୋକଗତ ଶିକ୍ଷକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲା ସିନାପାଲି ଶିକ୍ଷକ ସଂଘ

ସିନାପାଲି:୨୪/୦୫- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ସାଗୁନଭାଡି ପ୍ରାଥମିକ ବିଦ୍ଯାଳୟରେ କାର୍ଯ୍ଯରତ ଶିକ୍ଷକ ସୁ୍ଘୋଷ ଚନ୍ଦ୍ର ପାତ୍ରଙ୍କ ନିକଟରେ ଅକାଳ ବିୟୋଗ ଘଟିଥିବା ବେଳେ ପରିବାର ତରଫରୁ ଆଜି ତାଙ୍କର ଦଶାହକ୍ରିୟା କରାଯାଇଥିଲା ା ଏହି ଅବସରରେ ସିନାପାଲି ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତା ସ୍ବର୍ଗତ ପାତ୍ରଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହଯୋଗ ପ୍ରଦାନ କରିଥିବା ଜଣାପଡ଼ିଛି ା ସଂଘ ତରଫରୁ ସଭାପତି ପ୍ରସନ୍ନ କୁମାର ମାଝୀ, ଉପସଭାପତି ମହେନ୍ଦ୍ର ବାଗ, ସଂପାଦକ ବାଲାଜୀ ସୁନାନୀ, କୋଷାଧକ୍ଷ ପ୍ରେମାନନ୍ଦ ମେହେର, ଗୌରଚନ୍ଦ୍ର ସା, ରାକେଶ କୁମାର ମିଶ୍ର, ସତ୍ୟବ୍ରତ ଗହୀର, ଶେଖର ବାଗ, ଖଗେଶ୍ୱର ବାଗ, ଲଷ୍ମୀକାନ୍ତ ପାତ୍ର, ଅତୁଳ କୁମାର ପାତ୍ର ପ୍ରମୁଖ ସାମିଲ ଥିଲେ ା ଏହି ଅବସରରେ ସ୍ବର୍ଗତ ଶିକ୍ଷକଙ୍କ ପରିବାରକୁ ଆବଶ୍ଯକ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ଯ ସଂଘ ତରଫରୁ ଦାବି କରାଯାଇଛି ା

Related posts

୨୦୨୫-୨୬ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରାଇରଙ୍ଗପୁର ରେ ଗଡ଼ିଲା କୃଷକ ସଚେତନତା ରଥ

Sunil Chandra Nayak

ଭଗବାନ ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ଗୌରପୂର୍ଣ୍ଣିମା ମହା ଆଡମ୍ବରରେ ପାଳିତ

masiha

ମହୁମାଛି ଆକ୍ରମଣରେ ବାଇକ୍ ଚାଳକ ମୃତ 

masiha

Leave a Comment

error: Content is protected !!