ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ଦିତୀୟ ପୁରସ୍କୃତ ପ୍ରାପ୍ତ କରିଥିବା ହାଟବାଦଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କୁ ହାଟବାଦଡାରେ ସୁସ୍ବାଗତ

ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ଦିତୀୟ ପୁରସ୍କୃତ ପ୍ରାପ୍ତ କରିଥିବା ହାଟବାଦଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କୁ ହାଟବାଦଡାରେ ସୁସ୍ବାଗତ

 ମୟୂରଭଞ୍ଜ- ୨୮/୦୪ // ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର‌ ହାଟଵାଦଡା ପଞ୍ଚାୟତକୁ କେନ୍ଦ୍ରସରକାର ଜାତୀୟ ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ସର୍ବ ଭାରତୀୟ ସ୍ତରୀୟ ସ୍ତରରେ ଦିତୀୟ ଶ୍ରେଷ୍ଠ ସମ୍ମାନରେ ହାଟଵାଦଡା ସରପଞ୍ଚ ସବିତା ସୋରେନଙ୍କୁ ସମ୍ମାନିତ କରିଥିଲେ ।ଆଜି ହିଟବାଦଡାଠାରେ ଅଂଚଳ ବାସୀଙ୍କ ତରଫରୁ ହାଟବାଦଡାର ସମ୍ମାନକୁ ସର୍ବଭାରତୀୟ ସ୍ତରରେ ଦ୍ଵିଗୁଣିତ କରିଥିବା ସରପଞ୍ଚ ଶ୍ରୀମତୀ ସବିତା ସୋରେନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ହାଟବାଦଡା ବଜାରରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାଜାରୋ ଣୀ ବଜାଇ ଶ୍ରୀମତୀ ସୋରେନଙ୍କୁ ପାଛୋଟି ନିଆଯାଇଥିଲା । ସେଠାରେ ଅଂଚଳର ବିଶିଷ୍ଟ ସମାଜସେବୀ ଭଗବାନ ସାହୁ,ନାଣ୍ଡୁ ସାହୁ ,ହରି ସାହୁ,ଜନ୍ମେଜୟ ସେଠୀ ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ ଏପ୍ରିଲ ୨୪ ଜାତୀୟ ପଞ୍ଚାୟତ ରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ମଧୁବନି ଜିଲ୍ଲା ଅନ୍ତର୍ଗତ ଲହନା ଗ୍ରାମପଞ୍ଚାୟତ ଠାରେ ଭାରତର ଦ୍ଵିତୀୟ ଶ୍ରେଷ୍ଠ ଆତ୍ମନିର୍ଭରଶୀଳ ପଞ୍ଚାୟତ ଭାବ ହାଟବାଦଡା ସରପଞ୍ଚ ସବିତା ସୋରେନ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ, ସମ୍ମାନିତ ଓ ପୁରସ୍କୃତ କରିଥିଲେ ।ଶ୍ରୀମତୀ ସବିତା ସୋରେନ ଆଜଘର‌ହାଟଵାଦଡାରେ ସମ୍ବର୍ଦ୍ଧିତ ହୋଇଥିବାବେଳେ ସେ ଭାବ ବିହ୍ବଳ‌ହୋଇ ପଡ଼ିଥିଲେ କହିଲେ ମୋ ଜୀବନ ଏହି ଅଂଚଳ ପାଇଁ ସମର୍ପିତ । ଆପଣମାନଙ୍କ ଭଲ ପାଇବା ଓ ସହଯୋଗ ଯୋଗୁଁ ଆଜି ମୁଁ ଏହି ସ୍ଥାନକୁ ପହଞ୍ଚି ପାରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମୌସୁମୀ ର ଆଗମନ: ଚାଷୀକୁ ମିଳିଲା ଆସ୍ବସ୍ତି

Sunil Chandra Nayak

ଝରିଗାଁ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଦମ୍ପତିଙ୍କ ମୃତ୍ୟୁକୁ ନେଇ ଆଳତୁମା ଗାଁ କମିଟି ଉପଜିଲ୍ଲାପାଳଙ୍କୁ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!