ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନମାନର କାମ ଲଗାଣ ବର୍ଷାରେ ରାସ୍ତାର ସୁରକ୍ଷା ବାଡ ଭୂଷୁଡିଲା, ଗାଡିମଟର ଓ ଜନସାଧାରଣଙ୍କ ଚଳାଚଳ ଅସୁବିଧା, ତୂରନ୍ତ ମରାମତି ପାଇଁ ଦାବି

ନିମ୍ନମାନର କାମ ଲଗାଣ ବର୍ଷାରେ ରାସ୍ତାର ସୁରକ୍ଷା ବାଡ ଭୂଷୁଡିଲା, ଗାଡିମଟର ଓ ଜନସାଧାରଣଙ୍କ ଚଳାଚଳ ଅସୁବିଧା, ତୂରନ୍ତ ମରାମତି ପାଇଁ ଦାବି

ଥୁଆମୁଳ ରାମପୁର:୨୫/୦୮ – (ମନିସ) :- ସରକାରଙ୍କ ରାଜକୋଷରୁ ଗମନାଗମନ ସୁବିଧା ପାଇଁ ଲାକ୍ଷାଧିକ ଟଙ୍କା ଅଟକଳରେ ରାସ୍ତା ନିର୍ମାଣ କରିବା ପାଇଁ ବ୍ଯବସ୍ଥା କରାଯାଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ନିମ୍ନମାନର ରାସ୍ତା ନିର୍ମାଣ କରାଯାଉଛି। ଯାହାଫଳରେ ବର୍ଷା କିମ୍ବା ଅଲ୍ପ ଦିନେରେ ସେହି ରାସ୍ତା ଭୂଷୁଡିବା ଭଳି ଘଟଣା ଦେଖିବାକୁ ମିଳୁଛି। ଅପରପକ୍ଷରେ ଗତ ଲଗାଣ ବର୍ଷାରେ ରାସ୍ତା ପାଶ୍ୱର୍ରେ ଥିବା ସୁରକ୍ଷା ବାଡ ଧୋଇବା ଦ୍ବାରା ଭୂଷୁଡି ପଡିଛି, ଯାହାଫଳରେ ଗାଡିମଟର ଓ ଜନସାଧାରଣଙ୍କର ଗମନାଗମନରେ ବହୁତ ଅସୁବିଧା ହେଉଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମପଞ୍ଚାୟତ ଭାରତ କେନ୍ଦ୍ର ଠାରୁ ସର୍ଗିଗୁଡା ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ଅନ୍ତର୍ଭୁକ୍ତ ଏହି ରାସ୍ତା ଗତ ଲଗାଣ ବର୍ଷାରେ ରାସ୍ତାର ସୁରକ୍ଷା ବାଡ ନିମ୍ନମାନ କାର୍ଯ୍ୟଯୋଗୁଁ ଭୂଷୁଡି ପଡିଛି। ଏହାଦ୍ବାରା ସର୍ଗିଗୁଡା ସମେତ୍ ଆଖପାଖ ଅଞ୍ଚଳର ଅନେକ ଗାଁର ଲୋକ ଓ ଗାଡିମଟର ଚଳାଚଳରେ ଗୁରୁତର ବାଧାପ୍ରାପ୍ତ ହେଉଅଛି। ଏପରିସ୍ଥଳେ ରୋଗୀ କିମ୍ବା ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଗାଡି ଯିବାରେ ବିଶେଷ କରି ମୁସ୍କିଲ ହୋଇପଡୁଛି। ଏଭଳିକି ଏହି ରାସ୍ତାରେ ଦୈନନ୍ଦିନ ଛାତ୍ରଛାତ୍ରୀ, ଜରୁରୀ କାମରେ ଯଥା ରୋଗୀ ଗର୍ଭବତୀ ମହିଳା ସମେତ୍ ଅନ୍ଯାନ୍ଯ ଲୋକମାନେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଏପରି ସମୟରେ ଉକ୍ତ ଘଟଣା ଉପରେ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ଠିକାଦାର ଏହା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଜରୁରୀକାଳୀନ ମରାମତି କରିବା ପାଇଁ ଅଞ୍ଚଳରେ ବାସୀଙ୍କ ପକ୍ଷରୁ ଦାବି ହେଉଛି।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଳାହାଣ୍ଡି: ଜଂଗଲୀ ହାତୀ ଘଉଡାଇବାକୁ ଯାଇଥିବା ବେଳେ ଅଘଟଣ , ରେଞ୍ଜରଙ୍କୁ ଦଳିଦେଲା ହାତୀ । କଳାହାଣ୍ଡିର ନର୍ଲା ରେଞ୍ଜରଙ୍କୁ ଦଳି ଦେଇଛି ହାତୀ

masiha

ବିଜାତଳା ବ୍ଳକ ! ମାଣିକପୁର ପଞ୍ଚାୟତର ଆମଦାଵେଡା ଗ୍ରାମରେ ହାତୀ ଉପଦ୍ରବ; ଧାନ କିଆରି ନଷ୍ଟ

Sunil Chandra Nayak

୪୨ ମୌଜାରେ ଆମ ଡିଜିଟାଲ କେନ୍ଦ୍ର ସେବା ଉଦଘାଟିତ   

Sunil Chandra Nayak

Leave a Comment

error: Content is protected !!