ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନାରେ ବିଶ୍ଵ ଏଡ୍‌ସ୍ ଦିବସ ପାଳିତ

ଉତ୍କଳ ଆଲୁମିନାରେ ବିଶ୍ଵ ଏଡ୍‌ସ୍ ଦିବସ ପାଳିତ

ଟିକିରି: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ଟିକିରି ଅଞ୍ଚଳରେ ବିଶ୍ଵ ଏଡ୍‌ସ୍ ଦିବସ ଚଳିତ ଡିସେମ୍ବର ମାସ ୧ ତାରିଖରେ ପାଳିତ ହୋଇଯାଇଛି। ଏହି ମହାମାରୀ ବିରୁଦ୍ଧରେ ସମ୍ପ୍ରତି ଚାଲିଥିବା ଲଢେଇରେ ଏକଜୁଟ ହେବା ଏବଂ ଏଚଆଇଭି/ଏଡ୍‌ସ୍ ସଂକ୍ରମଣ ସହିତ ବଞ୍ଚୁଥୁବା ଲୋକଙ୍କୁ ସମର୍ଥନ କରିବା ଦିନରେ ସଚେତନତା ବୃଦ୍ଧି କରିବାକୁ ‘ଗୋଷ୍ଠୀଗୁଡିକ ନେତୃତ୍ଵ ନିଅନ୍ତୁ’ ବିଷୟବସ୍ତୁକୁ ନେଇ ଏହି ଦିବସ ପାଳନ କରାଯାଇଥିଲା। ପ୍ରବାସୀ ଶ୍ରମିକ, ଟ୍ରକ ଚାଳକ, ତୃତୀୟ ଲିଙ୍ଗ ସମୁଦାୟ, ସ୍ଥାନୀୟ ଜନସାଧାରଣ, ୟୁଏଆଇଏଲ୍ କର୍ମଚାରୀବୃନ୍ଦ ଏବଂ ସେବା ଅଂଶୀଦାର ସଂସ୍ଥାଗୁଡିକର କର୍ମଚାରୀମାନଙ୍କୁ ଏଚ୍ଆଇଭି ଏଡ୍‌ସ୍ ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା। ବିଶ୍ଵ ଏଡ୍‌ସ୍ ଦିବସ ପାଳନ ଅବସରରେ ଉତ୍କଳ ଆଲୁମିନାଠାରେ ପଥପ୍ରାନ୍ତ ନାଟକ, ଗୋଷ୍ଠୀସ୍ତରରେ ସଚେତନତା ସୃଷ୍ଟି ଅଭିଯାନ ଏବଂ ଲାଲ ସସେଚତନତା ରବିନ ଆଦି ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ ଏହି କାର୍ଯ୍ୟକ୍ରମର ନେତୃତ୍ଵ ନେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ।ଶ୍ରୀ ବିଜୟ ଧାନୁକା, ହେଡ୍ ଇଞ୍ଜିନିୟରିଂ, ଶ୍ରୀ କୋଶିକଶରଣ ମିଶ୍ର, ହେଡ୍ ଅପରସନ୍, ଶ୍ରୀ ବିଜୟ କୁମୁରା, ୟୁନିଟ୍ ଏଚଆର୍ ହେଡ, ଡଃ. ଅରିନ୍ଦମ ରୟ ଚୌଧୁରୀ, ହେଡ୍ ମେଡିକାଲ ସର୍ଭିସ ଏବଂ ସିଏମ୍ଓ, ଶ୍ରୀ ପ୍ରସନ୍ନ ସାମନ୍ତ, ଜିଏମ୍ ଲଜିଷ୍ଟିକ୍ସ, ଶ୍ରୀମତୀ ନିହାରିକା ସାହୁ, ଡିଏଚ୍ ସିଏସଆର୍ ପ୍ଲାଣ୍ଟ, ଡଃ.ନେତ୍ରାନନ୍ଦ ନାୟକ, ସିଏଚ୍ଓ କାଶୀପୁର, ସୁନିଲ କୁମାର ରୟ, ବିପିଏମ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି ଭାବରେ ଉପସ୍ଥିତ ଥିଲେ।

“ ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବରେ ସଚେତନତା ସୃଷ୍ଟି କରିବା, ରହିଥିବା ଭ୍ରାନ୍ତ ଧାରଣା ଦୂରକରିବା ଏବଂ ଆମ ବିଶ୍ଵକୁ ଏଡ୍‌ସ୍/ ଏଚଆଇଭି ମୁକ୍ତ କରିବା ସକାଶେ ନିରନ୍ତର ସଚେତନତା ସୃଷ୍ଟିକରିବା,” ବୋଲି ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ମଜହର ବେଗ୍ କହିଥିଲେ। ଏହି ଅବସରରେ ସେ ସମାଜର ନିରାପତ୍ତା ଏବଂ କଲ୍ୟାଣ ନିମନ୍ତେ ଉତ୍କଳ ଆଲୁମିନାର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ସହରର ପୁରୁଣାଘାଟୀରେ ଅତ୍ୟାଧୁନିକ ମେଗା ସୋରୁମ୍ “ଗୁପ୍ତା ଡିଷ୍ଟ୍ରିଵ୍ଯୁଟର୍ସ” ଉଦଘାଟିତ 

masiha

ଶୁଣ୍ଢୀକାଟେଣୀ ବାଘମୁଣ୍ଡା ରାସ୍ତା ରେ ଉନ୍ନତିକରଣ ମଂଜୁର

Sunil Chandra Nayak

ନାନ୍ଦକନା ପ୍ରାଥମିକ ବିଦ୍ୟାଳୟରେ ଵାର୍ଷିକ ଉତ୍ସବ

masiha

Leave a Comment

error: Content is protected !!