ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ମେଗାଁ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଅନୁଷ୍ଠିତ 

କର୍ମେଗାଁ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଅନୁଷ୍ଠିତ 

ରୁପ୍ରା, ୭/୧ ( ଅଜୟ ସେନାପତି ) : ନର୍ଲାବ୍ଲକ୍ ଅଧିନ କର୍ମେଗାଁ ଗ୍ରାମ ପଞ୍ଚାୟତ ଠାରେ କଳାହାଣ୍ଡି ଉତ୍ସବ ‘ଘୁମୁରା’ ମଙ୍ଗଳବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋହିତ ପଧାନଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ବିଡିଓ ବିପିନ୍ ବିହାରୀ ଦୀପ୍, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ ଓ ମୁରସିଙ୍ଗ୍ ହାଇସ୍କୁଲର ହିନ୍ଦୀ ଶିକ୍ଷକ ଶିଶିର ବେହେରା ପ୍ରମୁଖ ଯୋଗଦେଇ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କର୍ମେ ୟୁପିଏସ୍ ର  ଶିକ୍ଷକ କ୍ଷମାଶୀଳ ସାହୁ ଓ ଶିଶିର ବେହେରା କରିଥିଲେ। କର୍ମେଗାଁ ପଞ୍ଚାୟତର ସମସ୍ତ  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।  

( ମ ନି ସ ) 

Related posts

ଉମରକୋଟ ଠାରେ ଗ୍ରାଣ୍ଡ ଡ୍ରିଲିଙ୍ଗ ମେସିନ ଜବତ

Sunil Chandra Nayak

ବିଡିଓ ଙ୍କୁ ଓଡିଶା ଜୀବିକା ମିଶନ ଇସି ସଂଘର ଦାବିପତ୍ର

masiha

1997 ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!