ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ପୁଣି ବଦଳିବ ଗାଡ଼ିର ନମ୍ବର ପ୍ଲେଟ ? ଅକାମୀ ହୋଇପାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ନୂଆ ନିୟମ ଲାଗୁ କରିବାକୁ ଯାଉଛି NHAI

ଟୋଲ ଆଦାୟ ସିଷ୍ଟମକୁ ସହଜ କରିବାକୁ ଚାହୁଁଛି ଏନଏଚଏଆଇ…..

ଜନସାଧାରଣ ସେମାନଙ୍କର ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ଲଗାଇବା ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର । ତେବେ ଗାଡ଼ିର ଶେଷ ଅଙ୍କ ୦ ଠାରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ନମ୍ବର ପ୍ଲେଟ୍ ଲଗାଇବା ଶେଷ ତାରିଖ ଅଲଗା ଅଲଗା ରହିଥିଲା । ପରବର୍ତ୍ତୀ ସମୟରେ ନମ୍ବର ପ୍ଲେଟକୁ ନେଇ ବିଭିନ୍ନ ସମସ୍ୟା ଉପୁଜିବାରୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା ।

ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଏହା ମଧ୍ୟରେ ରାଜ୍ୟ ସରକାର ନମ୍ବର ପ୍ଲେଟ ଲଗାଇବାର ଅନ୍ତିମ ତାରିଖ ଏକାଧିକ ଥର ବୃଦ୍ଧି କରିସାରିଛନ୍ତି । ଆସନ୍ତା ଫେବୃଆରୀ ମାସ ୨୮ ତାରିଖରେ ଗାଡ଼ିର ଶେଷ ନମ୍ବର ୦ ଓ ୯ର ଅବଧି ସମାପ୍ତ ହେଉଛି । ହକି ବିଶ୍ୱକପରେ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା ।

ତେବେ ଏବେ ବହୁ ଗାଡ଼ି ମାଲିକ ନୂଆ ନମ୍ବର ପ୍ଲେଟ୍ ଲଗାଇ ସାରିଥିବା ବେଳେ ଆଉ କିଛି ଏଥିପାଇଁ ବୁକିଂ କରିସାରଛନ୍ତି । ତେବେ ଏହା ମଧ୍ୟରେ ଜନତାଙ୍କ ପାଇଁ ଆସିପାରେ ପୁଣି ଏକ ବଡ଼ ବିପଦ । ଆଗାମୀ କିଛି ମାସ ମଧ୍ୟରେ ଏହି ନମ୍ବର ପ୍ଲେଟ୍ ଅକାମୀ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଉନ୍ନତ ଜ୍ଞାନ କୌଶଳ ସ୍ୱୟଂଚାଳିତ ନମ୍ବର ପ୍ଲେଟ ଚିହ୍ନଟ (ଏଏନପିଆର) ବ୍ୟବହାର କରିବାକୁ ଯାଉଛି । ଏହାଫଳରେ ନମ୍ବର ପ୍ଲେଟ ବଦଳିଯିବ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ହେଲାଣି ।

ପ୍ରକୃତ କଥା ହେଉଛି, ଟୋଲ ଆଦାୟ ସିଷ୍ଟମକୁ ସହଜ କରିବାକୁ ଚାହୁଁଛି ଏନଏଚଏଆଇ । ଏଏନପିଆର ଉପରେ ରିସର୍ଚ୍ଚ କରିବା ପାଇଁ ଏକ ଆଡଭାଇଜରୀ ଏଜେନ୍ସି ନିଯୁକ୍ତ କରାଯାଇଛି । ନିକଟରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବାବଦରେ ରାଜ୍ୟସଭାରେ ଉତ୍ତର ଦେଇଥିଲେ । ତେବେ କେନ୍ଦ୍ର ସରକାର ଯଦି ଏହି ନିଷ୍ପତ୍ତି ଗ୍ରହଣ କରନ୍ତି, ତେବେ ଜନସାଧାରଣଙ୍କ ମୁଣ୍ଡରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ । କେନ୍ଦ୍ର ସରକାର ଜାତୀୟ ରାଜପଥରେ ଅତ୍ୟାଧୁନିକ କ୍ୟାମେରା ଲଗାଇବାକୁ ଚିନ୍ତା କରୁଛନ୍ତି । ଫଳରେ ଏହି କ୍ୟାମେରା ନମ୍ବର ପ୍ଲେଟକୁ ସ୍କାନ କରିବା ପରେ ଟୋଲ ଅର୍ଥ ଆପଣଙ୍କ ଆକାଉଣ୍ଟରୁ କଟିଯିବ । ତେଣୁ ଆଗାମୀ ଦିନରେ ନମ୍ବର ପ୍ଲେଟ ବଦଳିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ , ମୋ ଘର ଯୋଜନା ଉପରେ ମୋହର 

ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ‘ମୋ ବସ୍‌’ , କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ସାମିଲ

Leave a Comment

error: Content is protected !!