ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ

ବନ୍ଧୁଗାଁ:୯/୨/୨୩,ଶିରିଡ଼ି ସାଇ ସେବା କମିଟି ପକ୍ଷରୁ ବନ୍ଧୁଗାଁ ବ୍ଳକ୍ ଅନ୍ତର୍ଗତ ସାନସରୁପାଲ୍ଲା ରେ ଥିବା ରାମକୃଷ୍ଣ ନଗର ଓ ଏହାର ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମକୁ ସାନସରୁପାଲ୍ଲି ଶିରିଡ଼ି ସାଇ ସେବା କମିଟି ସଂଯୋଜକ ବି. ଶ୍ରୀନିବାସ ପଟ୍ଟନାୟକ  ପରିଚାଳନା କରିଥିଲେ । ଏଥିରେ ସଭାପତି ଟି.ଆପାନା ସୁରି କ୍ରିଷ୍ଣା  ଶିରିଡ଼ି ସାଇ ସେବା କମିଟି ର ୧୫ରୁ ଊର୍ଦ୍ଧ୍ବ ସଭ୍ୟ ଅଂଶଗ୍ରହଣ କରିଥିଲେ । ସଫେଇ କାର୍ଯ୍ୟ ଆରମ୍ଭ ପୂର୍ବରୁ  ସଭ୍ୟଙ୍କ ଗ୍ରହଣରେ ପ୍ରାର୍ଥନା କରି ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ଦିନ ହେବ ଅପରିଷ୍କାର ହୋଇ ପଡ଼ି ରହିଥିବା ରାମକୃଷ୍ଣ ନଗର ଓ ଏହାର ଆଖପାଖ ଅଞ୍ଚଳକୁ ସଫା କରାଯାଇଥିଲା । ଏହା ପୂର୍ବରୁ ସାଇବାବା ସମିତି ଏବଂ ଆମ ଓଡ଼ିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା 

  ଆଗକୁ ଏଭଳି ସଫେଇ କାର୍ଯ୍ୟକ୍ରମ ବନ୍ଧୁଗାଁ ବିଭିନ୍ନ ସ୍ଥାନରେ କରାଯିବ ବୋଲି ଶିରିଡ଼ିସାଇ କମିଟି  ସଂପାଦକ ଶ୍ରୀ ଦଣ୍ଡାସି ଲାବାଲା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ କୁ ବନ୍ଧୁଗାଁ ବୁଦ୍ଧିଜୀବୀ ମହଲରେ ପ୍ରସଂସା କରିଛନ୍ତି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଅବଧି ସରି2ବର୍ଷ ହେଲା କିନ୍ତୁ ପ୍ରଧାନମନ୍ତ୍ରୀ ସଡ଼କ କାମ ସରିନାହିଁ ,ଲିଖିତ ପ୍ରତିଶୃତି ପାଣି ର ଗାର 

masiha

ସାଧାରଣ ସେବା ଓ ନାଗରିକ ଅଧିକାର ପତ୍ର ଉପରେ ତାଲିମ

masiha

ଦାଦନ ଶ୍ରମିକ ମୃତ୍ୟୁ ଥମୁନାହିଁ, ପୁଣି ଏକ ଦାଦନ ଶ୍ରମିକ ର ମୃତ୍ୟୁ ଶବ ଫେରାଇ ଆଣିକୁ ପ୍ରଶାସନ ପାଖେ ନିବେଦନ

masiha

Leave a Comment

error: Content is protected !!