ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବିରେ ଅଧ୍ୟକ୍ଷା ଓ କାଉନସିଲର ମାନଙ୍କ ଅନଶନ

ବାଲୁଗାଁ:- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବିରେ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ସମସ୍ତ କାଉନସିଲର ମାନେ ଅନଶନରେ ବସିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନାରାଣୀ ପାଢ଼ୀ ଙ୍କ କାର୍ଯ୍ୟ କଳାପ ଓ ବ୍ୟବହାରରେ ରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ତୁରନ୍ତ ବଦଳି ଦାବିରେ ନାରାବାଜି କରିଥିଲେ। ଆଜି ପରିଷଦର ଚତୁର୍ଥ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠି ପ୍ରମୁଖ ଅନ୍ୟ ସମସ୍ତ କାଉନସିଲର ମାନେ ଆଜି ଏନ୍ ଏ ସି ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ। ଏମାନଙ୍କର ଅଭିଯୋଗ ହେଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏକ ବର୍ଷ ହେଲା ବିଭିନ୍ନ କାର୍ଯ୍ୟରେ ସହଯୋଗ ନ ଦେବା ଓ ଅଶ୍ଳିଳ ବ୍ୟବହାର କରିବା ସହିତ ବିଭିନ୍ନ ସମସ୍ୟା କୁ ସମାଧାନ ନକରି ସହଯୋଗ ନଦେବା ଫଳରେ କୌଣସି ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ଠିକ୍ ଭାବରେ ହୋଇପାରୁନାହିଁ। ଅଭିଯୋଗ ବିଷୟରେ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନାରାଣୀ ପାଢ଼ୀଙ୍କୁ ଗଣ ମାଧ୍ୟମ ଯୋଗାଯୋଗ କରିବା ରେ ସେ କହି ଥିଲେ ଯେ ସେମିତି କୌଣସି ଅନିୟମିତତା ହୋଇନାହିଁ।ଆମେ ସମସ୍ତେ ମିଳି ମିଶି ସମସ୍ତ କାର୍ଯ୍ୟ ସଂପାଦନ କରୁଛି। ସବୁ କାର୍ଯ୍ୟ ସରକାରଙ୍କ ଗାଇଡ ଲାଇନ ଅନୁସାରେ ହେଉଛି।କିନ୍ତୁ କାଉନସିଲର ମାନେ ଓ ଚେୟାରପର୍ସନ ମିଶି ଏକଜୁକୁଟିଭ ଅଫିସର ଙ୍କୁ ବଦଳି ଦାବିରେ ଅଡିବସିବା ସହିତ ଜୋରଦାର ସ୍ଲୋଗାନ ସହିତ ନାରାବାଜି କରିଛନ୍ତି l

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ହିଞ୍ଜିଳିକାଟୁ ବ୍ଳକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି 

Sunil Chandra Nayak

ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଲେ ବାଲିଆପାଳ ତହସିଲଦାର

Sunil Chandra Nayak

ପ୍ରକାଶ ପାଇଲା ସାପ୍ତାହିକ କବିତା ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!