ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ବିଅନପିଟ ଗାଁ ! ବଣ ମଣିଷ ଭଳି ଜୀବନ କାଟୁଛନ୍ତି ପାଖାପାଖି ୪୦ ଆଦିବାସୀ ପରିବାର !!

 ଲୋକମାନଙ୍କ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନରାତି ଏକ କରି ଗରିବ ଖଟିଖିଆ ମାନଙ୍କପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଥିବାବେଳେ ସ୍ଥାନୀୟ ନେତା ମାନଙ୍କର ଆନ୍ତରିକତା ଅଭାବରୁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦ୍ଦଶା । ଓଡିଶା ବାସୀଙ୍କର ବିକାଶ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ରାଜକୋଷକୁ ପ୍ରତିଦିନ କୋଟି କୋଟି ଟଙ୍କା ରାଜସ୍ବ ଯୋଗାଉଥିବା ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ମଣ୍ଡଳ ଚିର ଅବହେଳିତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଥରୁଟିଏ ଭଲକରି ଦେଖନ୍ତୁ ଏହି ଭଙ୍ଗା କୁଡ଼ିଆକୁ । ଯେଉଁଠି ବସବାସ କରନ୍ତି ଏଠାକାର ବନବାସୀ ବାସିନ୍ଦା ଆଦିବାସୀ ସମ୍ପ୍ରଦାୟର ଲୋକମାନେ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ର ଅଧିନରେ ଥିବା ବିଅନପିଟ ଗାଁ ର ଚିତ୍ରକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ତାଙ୍କ ପରିଚୟ ଖୋଜି ଖୋଜି ଆଜି ପର୍ଯ୍ୟନ୍ତ ପାଇ ନାହାଁନ୍ତି, ସେମାନଙ୍କ ଦାଦା ଅଜା କାଳରେ କେଉଁଠୁ ଆସିଥିଲେ ଆଉ କେମିତି ଆସିଥିଲେ ତାହା ଏମାନଙ୍କୁ ଆଜି ପର୍ଯ୍ୟନ୍ତ ଜଣା ନାହିଁ, ଘର ନାହିଁ, ଜମି ନାହିଁ ଦୀର୍ଘ ବର୍ଷ ପୂର୍ବରୁ ଗୁରୁଡାରେ ଚାଲି ଆସିଥିବା ସେରାଜୁଦିନ ଖଣି ର ହାଟିଙ୍ଗ ଘରେ ରହି ଆସୁଛନ୍ତି, ଦୀର୍ଘ ବର୍ଷ ପୂର୍ବରୁ ହୋଇଥିବା ସେହି ଘର ଗୁଡ଼ିକ ମରାମତି ଅଭାବରୁ ଧିରେ ଧିରେ ଭାଙ୍ଗି ଗଲାଣି, କେତେବେଳେ କାନ୍ଥରୁ ଇଟା ଖସି ପଡୁଛି ତ ଆଉ କେତେବେଳେ ଆଜବେଷ୍ଟସ ଖସି ପଡୁଛି, ଜୀବନ ମରଣ ସହିତ ଲଢ଼ି ଜୀବନ ଜିଉଛନ୍ତି ଏହି ପରିବାର, କହନ୍ତି ନିର୍ବାଚନ ସରିଗଲେ ଆଉ କାହାର ଦେଖିବାକୁ ମିଳନ୍ତି ନାହିଁ, ନିର୍ବାଚନ ଆସିଲେ କେତେ କ’ଣ ମିଠା ମିଠା କଥା କହି ଆମ ନିରିହ ସରଳ ଆଦିବାସୀଙ୍କ ମନ କିଣି ନିଅନ୍ତି କିନ୍ତୁ ଥରେ ପଦବୀ ପୂରଣ ହେଲାପରେ ତୁ କିଏ କାହିଁକି ଆସିଛୁ ମୁଁ ଚିହ୍ନି ନାହିଁ, ଏଭଳି ଅନେକ ପ୍ରଶ୍ନ କରି ଆମକୁ ନାଲି ଆଖି ଦେଖାନ୍ତି ବୋଲି ଅଭିଯୋଗ କରିଛନ୍ତି, ସ୍ଥାନୀୟ ସରପଞ୍ଚ ବରୁଣ ନାଏକ ଙ୍କୁ ନିର୍ବାଚନ ପରଠାରୁ ଦେଖି ନାହାଁନ୍ତି ସେଠାକାର ଜନ ସାଧାରଣ । ଦୁଃଖ ଦୁର୍ଦଶା କଥା ପଚାରେ କିଏ । କାହାର ମୃତ୍ୟୁ ହେଲେ ହରିଶ୍ଚନ୍ଦ୍ର ଯୋଜନା ରୁ ଟଙ୍କା ଟିଏ ମଧ୍ୟ ଦିଅନ୍ତି ନାହିଁ ସରପଞ୍ଚ ବୋଲି ଅଭିଯୋଗ ହୋଇଛି,ଏଠାରେ ସମସ୍ତ ନେତା ବିକାଶର ନାରା ଦେଉଥିବା ବେଳେ ଥରୁଟିଏ ଦେଖନ୍ତୁ ଏହି ମୁଖ୍ୟ ରାସ୍ତା ଉପରେ । ସତରେ ଏ କଣ ବିକାଶ ନା ନିରିହ ଆଦିବାସୀ ଙ୍କ ପାଇଁ ସର୍ବନାଶ । ଏ ହେଉଛି ସେହି ଘଞ୍ଚ ଅରଣ୍ୟ ମଧ୍ୟରେ ରହୁଥିବା ବିଅନପିଟ ଗାଁ ବିକାଶ ର ରାସ୍ତା । ପାଦ ଚଲା ଲୋକ ଯିବା ସମ୍ଭବ ନୁହଁ କିନ୍ତୁ ତା ପରେ ବି ବାଇକ କୁ ନେଇ ନିଜ ଜୀବନ କୁ ପାଣି ଛଡାଇ ଲୋକ ମାନେ ଯାଉଥିବା ଦେଖିବାକୁ ମିଳିଛି । ଯଦି କୌଣସି ଗୁରୁତର ରୋଗୀଟିଏ ଡାକ୍ତରଖାନା ଯିବାକୁ ଚିନ୍ତା କରେ ତେବେ ଆମ୍ବୁଲାନ୍ସ ପହଂଚିବା ସମ୍ଭବ ନୁହଁ । ଖଣି ଅଂଚଳର ବିକାଶ ନିମନ୍ତେ ନବିନବାବୁ କିଛିବର୍ଷ ପୂର୍ବରୁ ଜିଲ୍ଲା ଖଣିଜ ପାଣ୍ଠି ଗଠନ କରିଛନ୍ତି । ଯାହାକି ଲୋକମାନଙ୍କର ମୌଳିକ ସୁବିଧା ଯୋଗାଇ ଦେବାପାଇଁ ଉଦ୍ଧିଷ୍ଟ । କିନ୍ତୁ ଜିଲ୍ଲା ଖଣିଜ ପାଣ୍ଠିର ଅପବ୍ୟବହାର କରାଯାଉଥିବା ଭଳି ମନେ ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ, ବିଜୁଳି , ପାଣି ଇତ୍ୟାଦିର ସ୍ବାଦ କ’ଣ ଚାଖି ନାହାନ୍ତି ଏହି ଆଦିବାସୀ ପରିବାର ,ନା ଅଛି ସ୍କୁଲ ନା ଅଛି ଅଙ୍ଗନବାଡ଼ି କେନ୍ଦ୍ର, ବିଜୁଳି ଆଲୁଅ ତ ଦୂରର କଥା ବିଜୁଳି ଖୁଣ୍ଟ କି ବିଜୁଳି ତାର ଖଣ୍ଡିଏ ବର୍ତ୍ତମାନ ସୁଦ୍ଧା ଦେଖି ନାହାନ୍ତି ସେହି ଗାଁ ଲୋକେ, କୈାଣସି ଯୋଜନା ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନାହିଁ ନା ବସୁଧା ପାନୀୟଜଳ ବ୍ୟବସ୍ଥା ନା ସୋଲାର ପାଣି ବ୍ୟବସ୍ଥା, ଆଜି ପର୍ଯ୍ୟନ୍ତ ନଳକୂପ ଗୋଟିଏ ମଧ୍ୟ ଦେଖିବାକୁ ପାଇ ନାହାଁନ୍ତି ସେଠାକାର ଜନ ସାଧାରଣ, ସେଠାକାର ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଅଶିକ୍ଷିତ ଆଖପାଖରେ ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନଥିବା ହେତୁ ଶିକ୍ଷା ରୁ ସମ୍ପୁର୍ଣ୍ଣ ବଞ୍ଚିତ । ସେହି ଗାଁ ରୁ ପାଖାପାଖି ଦୁଇ କିଲୋମିଟର ଦୂରରେ ଥିବା ବଡ଼ ଘାଟି ତଳକୁ ଯାଇ ଝରଣା ପାଣି ଆଣି ଜୀବନ କାଟୁଛନ୍ତି ଏଠାକାର ପରିବାର, ଏଠାରେ ବଡ଼ ପ୍ରଶ୍ନ ଖଣି ଅଞ୍ଚଳ ର ସାଧାରଣ ଜନ ପ୍ରତିନିଧି କଣ ପାଇଁ ଲୋକଙ୍କ ନିକଟତର ହେଇ ପାରୁନାହାନ୍ତି । ଖାଲି ନିର୍ବାଚନ ସମୟରେ ମିଠା ମିଠା କଥା କହି ଭୋଟ ପାଇଁ ଆକୁଳ ବିକୁଳ ହୁଅନ୍ତି ଆଉ ନିର୍ବାଚନ ସରିଗଲେ ତାଙ୍କ ପାଦ ପଡ଼ିବା ତ ଦୂରର କଥା ତାଙ୍କ ପାଖକୁ ଦୌଡି ଦୌଡ଼ି ଥକି ଗଲେ ମଧ୍ୟ କୈାଣସି ନେତା କି ଜିଲ୍ଲା ପ୍ରଶାସନ ଗୁହାରି ଶୁଣନ୍ତି ନାହିଁ କାହିଁକି ? ଏଭଳି ପରିସ୍ଥିତି ଏହି ଗାଁ ର କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେବା ପର୍ଯ୍ୟନ୍ତ ଆମ ଖବର ପ୍ରସାରଣ ଲାଗି ରହିବ।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

Rayagada Truck Accident: Oil Tanker Falls from Bridge After Driver and Cleaner Jump to Safety

masiha

ବ୍ଯାସକବି ଫକୀରମୋହନଙ୍କ ଜୟନ୍ତୀ ପାଳନ କଲା ପୁରାତନ ଛାତ୍ର ପରିଷଦ

Sunil Chandra Nayak

କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

masiha

Leave a Comment

error: Content is protected !!