ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ବିଶ୍ଵ ନିମୋନିଆ ଦିବସ ପାଳିତ 

ନବରଙ୍ଗପୁର ଠାରେ ବିଶ୍ଵ ନିମୋନିଆ ଦିବସ ପାଳିତ 

ନବରଙ୍ଗପୁର:( ତା ୧୨.୧୧.୨୦୨୪)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ମୂଖ୍ୟ ଚିକିତ୍ସାଲୟ ପରିସର ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀଗୃହରେ ଏ ଡି ପି ଏଚ ଓ (ଏଫ୍ ଡବ୍ଳୁ) ଡ ମଳୟ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ବିଶ୍ଵ ନିମୋନିଆ ଦିବସ ପାଳିତ ହୋଇଯାଇଛି।ଦେଶରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମୃତ୍ୟୁର କାରଣ ସାଜିଥିବା ( ଶିଶୁମୃତ୍ୟୁ ର ୧୪ ପ୍ରତିଶତ) ନିମୋନିଆକୁ ପ୍ରତିହତ କରିବା ପାଇଁ” ସାନ୍ସ “ଯୋଜନା ମାଧ୍ୟମରେ ସାରା ଦେଶରେ ପ୍ରତ୍ୟେକ ପୀଡିତ ଶିଶୁଙ୍କୁ ନିମୋନିଆ ଲକ୍ଷଣ ଚିହ୍ନଟ କରି ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଉଛି। ଡ ତ୍ରିପାଠୀ ନିମୋନିଆ ପୀଡିତ ଶିଶୁର ଲକ୍ଷଣ, ଗୁରୁତର ନିମୋନିଆ ର ଲକ୍ଷଣ, ଔଷଧ , ଇଞ୍ଜେକସନ, ପି ସି ଭି ପ୍ରତିଷେଧକ ଟୀକା, ପୀଡିତ ଶିଶୁଙ୍କୁ ସ୍ତନ୍ୟପାନ , ଶୀତଦିନରେ ଶିଶୁ ସ୍ବାସ୍ଥ୍ୟର ଅଧିକଯତ୍ନ, ଆଶାକର୍ମୀଙ୍କ ଦ୍ବାରା ଘରକୁଘର ଯାଇ ନିମୋନିଆ ପୀଡିତ ଶିଶୁର ଲକ୍ଷଣ ଚିହ୍ନଟ ଓ ଔଷଧ ପ୍ରଦାନ, ଗୁରୁତର ନିମୋନିଆର ପ୍ରାଥମିକ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା, ଲୋକ ଓ ପିତାମାତା ଙ୍କ ସଚେତନତା ଉପରେ ବିଶେଷ ସୂଚନା ଦେଇଥିଲେ l ଶିଶୁ ରୋଗ ବିଶେଷଜ୍ଞ ଡ ପ୍ରଦୀପ କୁମାର ଦାସ, ଡି ଏଚ ଓ ଡ ସୁକାନ୍ତ ଶତପଥୀ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ନିଜ ବକ୍ତବ୍ୟରେ ନବରଙ୍ଗପୁର ଜିଲ୍ଲା ରେ ନିମୋନିଆ କୁ ପ୍ରତିହତ ପାଇଁ ଆଶା କର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପଯୁକ୍ତ ତାଲିମ, ଗ୍ରାମାଞ୍ଚଳ ରେ ବ୍ୟାପକ ପ୍ରଚାର ଓ ପ୍ରସାର, ଅନ୍ଧ ବିଶ୍ବାସର ବଶବର୍ତ୍ତୀ ନ ହେବା, ନୀରିକ୍ଷଣ ଟିମ, ସ୍ୱାସ୍ଥ୍ୟ କେନ୍ଦ୍ରରେ ନିମୋନିଆ ପାଇଁ ଆନୁସଙ୍ଗିକ ଚିକିତ୍ସା ବ୍ୟବସ୍ଥା ଉପରେ କହିଥିଲେ।୨୦୧୯ ରୁ ପ୍ରଣୟନ ” ସାଂସ” ଯୋଜନା ମାଧ୍ୟମରେ ସାରା ଦେଶରେ ନିମୋନିଆ କୁ ପ୍ରତିହତ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। “ସାଂସ “ର ଚଳିତ ବର୍ଷ ର ବିଷୟ ” ନିମୋନିଆ ନାହିଁ ଯାହାର,ପିଲାଦିନ ଠିକ୍ ତାହାର”।ଏହି କାର୍ଯ୍ୟକ୍ରମ ଆଜିଠାରୁ ଜିଲ୍ଲାରେ ଆରମ୍ଭ ହୋଇ ଆସନ୍ତା ୨୦୨୫ ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ।ଆଶାକର୍ମୀ ମାନେ ଘର କୁ ଘର ଯାଇ ନିମୋନିଆର ଲକ୍ଷଣ, ତୁରନ୍ତ ଚିକିତ୍ସା ର ବ୍ୟବସ୍ଥା କରିବେ। ବୈଠକ ପରେ ଶିଶୁ ଓ ଗର୍ଭବତୀ ମହିଳା ଚିକିତ୍ସାଲୟରେ ସ୍ଥାପିତ ସଚେତନତା ଷ୍ଟଲ କୁ ଡ ତ୍ରିପାଠୀ ଉଦ ଘାଟନ କରିଥିଲେ।ବୈଠକ ରେ ଏ ଡି ପି ଏଚ ସି ଓ ରାମହରି ପଣ୍ଡା, ଡି ଏମ, ଆର୍ ସି ଏ ଚ ସୁଶାନ୍ତ ପ୍ରସାଦ ନାୟକ, ଆର୍ ବି ଏସ ମ୍ୟାନେଜର ଫିରୋଜ ବାଗ ଙ୍କ ସମେତ ନର୍ସିଂ କଲେଜର ଛାତ୍ରୀ, ମେଡିକାଲ ଷ୍ଟାଫ ଉପସ୍ଥିତ ଥିଲେ। (ମ, ନି ସ)

Related posts

ଓଡ଼ିଶା ଜଳସାଥୀ ମହାସଂଘର ରାଜ୍ୟସ୍ତରୀୟ ବୈଠକ  ଜଳସାଥୀ ଙ୍କୁ ନିୟମିତ କରିବା, ବୀମାଭୁକ୍ତ କରିବା ଦାବି

masiha

ନନ୍ଦାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

ଆନ୍ତର୍ଜାତିକ ଶ୍ରମିକ ଦିବସ 

Leave a Comment

error: Content is protected !!