ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଙ୍ଗାଧର ବେହେରାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା -୨୦୨୪ ଅନୁଷ୍ଠିତ 

ଗଙ୍ଗାଧର ବେହେରାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା -୨୦୨୪ ଅନୁଷ୍ଠିତ 

ଢେଙ୍କାନାଳ(ମ ସୀ ହା)୧୪/୧୨_ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ରାଇତଳା ପଞ୍ଚାୟତର ସିଙ୍ଗା ଗ୍ରାମରେ ଜନ୍ମିତ ତଥା ନିବାସୀ ଗଙ୍ଗାଧର ବେହେରାଙ୍କ ୭୨ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣର ଏକାଦଶାହ ଉପଲକ୍ଷେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ସିବିଆଇ ବିଚାରପତି ତଥା ଢେଙ୍କାନାଳ ଜିଲ୍ଳା ଲେଖକ ସଂସଦର ପ୍ରାକ୍ତନ ସଭାପତି ଭିକାରୀ ଚରଣ ରାଉତଙ୍କ ସଭାପତିତ୍ବରେ ଓ ଅନନ୍ତ ଚରଣ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ସମାଜସେବୀ ବିଶ୍ଵନାଥ ଜେନା ଯୋଗଦାନ କରି ଗଙ୍ଗାଧର ବେହେରା ଜଣେ ବ୍ୟକ୍ତି ନୁହଁନ୍ତି ସେ ପୋଲିସ୍ ବିଭାଗର ଇନ୍ସପେକ୍ଟର ଭାବରେ ପୋଲିସ୍ ବିଭାଗର ଜଣେ ଅମଳିନ ଧ୍ରୁବତାରା ଯିଏକି ଚିରଦିନ ପାଇଁ ନିଜ କ୍ଷେତ୍ରରେ ପଥ ପ୍ରଦର୍ଶକ ହୋଇ ରହିଥିବେ ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ଶିକ୍ଷାବିତ୍ ଡ଼ା. ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଗଙ୍ଗାଧର ବେହେରାଙ୍କ ବହୁମୁଖୀ ପ୍ରତିଭାର ପରିବ୍ୟାପ୍ତ ଦିଗବଳୟର ସୁଦୂର ପ୍ରସାରୀ ଆଭା ସବୁଦିନ ପାଇଁ ଶାନ୍ତିଶୃଙ୍ଖଳା ରକ୍ଷା କ୍ଷେତ୍ରରେ ବିଶ୍ବକୁ ତାର ବିଚିତ୍ର ବର୍ଣ୍ଣବିଭାରେ ଉଦ୍ ଭାସିତ କରୁଥିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗାନ୍ଧୀବାଦୀ ସମାଜବାଦୀ ନେତା ସରୋଜ କୁମାର ଶତପଥୀ ଯୋଗଦାନ କରି ଗଙ୍ଗାଧର ବେହେରା ଜଣେ ସରଳ,ସତ୍ୟବାଦୀ,ନିରଳସ ,କର୍ତ୍ତବ୍ୟ ପରାୟଣ,ସଚ୍ଚୋଟ,ମହାନ୍ ଆଦର୍ଶବାଦୀ,ମା,ମାଟି ମନସ୍କ,ନିଷ୍କପଟ,ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ସର୍ବଜନାଦୃତ ହୋଇ ରହିବେ ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ଶିକ୍ଷକ ନେତା ମଙ୍ଗଳୁ ଚରଣ ବିଶ୍ଵାଳ,ପିଲାଦିନର ସଖା ଉପେନ୍ଦ୍ର କୁମାର ରାଉତ, ବିଶ୍ଵନାଥ ଜେନା,ମଙ୍ଗରାଜ ବାରିକ,ଅନନ୍ତ ଚରଣ ଶତପଥୀ, ମୋହନ ଚରଣ ସାହୁ,ହୃଷୀକେଶ ସ୍ୱାଇଁ,ଦାମୋଦର ସ୍ୱାଇଁ, ସମାଜସେବୀ ଡମ୍ବରୁ ଚରଣ ସେଠୀ,ବିଦ୍ୟାଧର ସାହୁ,ପ୍ରାକ୍ତନ ଶିକ୍ଷକ ଉମା ଚରଣ ଧୀର,ବିଜୟ କୁମାର ପାଣି,ଭିକାରୀ ଚରଣ ରାଉତ,ପ୍ରମୋଦ କୁମାର ବାରିକ,ମୋହନ ଚରଣ ମହାରଣା,ଅର୍ଜୁନ ଚରଣ ସାହୁ,ଯୋଗୀନାଥ ନାୟକ ତଥା ତାଙ୍କର ପରିବାରର ପୁତ୍ର, କନ୍ୟା ଓ ଆତ୍ମୀୟସ୍ୱଜନ ପ୍ରମୁଖ ଯୋଗଦାନ କରି ଗଙ୍ଗାଧର ବେହେରାଙ୍କ ସୁଗୁଣାବଳୀ ଓ ବହୁମୂଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ ଏବଂ ତାଙ୍କ ସହିତ ନିଜ ନିଜର ଦୀର୍ଘ ଜୀବନର ବିରଳ ଅନୁଭୂତି ବର୍ଣ୍ଣନା କରିଥଲେ। ଅବସରପ୍ରାପ୍ତ ସିବିଆଇ ବିଚାରପତି ତଥା ଢେଙ୍କାନାଳ ଜିଲ୍ଳା ଲେଖକ ସଂସଦର ପ୍ରାକ୍ତନ ସଭାପତି ଭିକାରୀ ଚରଣ ରାଉତ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ସ୍ୱର୍ଗତଃ ଗଙ୍ଗାଧର ବେହେରା ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବରେ ପ୍ରଖ୍ୟାତ,ମାଟିମନସ୍କ ସେ ଜଣେ ଅତ୍ୟନ୍ତ ଅମାୟିକ,ସ୍ନେହୀ ସଦଗୁଣଧାରୀ,ଉଦାରବାଦୀ,ପରୋପକାରୀ, ଜଣେ ନିଷ୍ଠାପର କର୍ମଜୀବୀ,ଧର୍ମପ୍ରାଣ,ସର୍ବଜନାଦୃତ ଜଣେ ନିଆରା ମଣିଷ ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ମତପ୍ରକାଶ କରିଥିଲେ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନେକ ଶୁଭେଚ୍ଛୁ ଉପସ୍ଥିତ ହୋଇ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଦୁଃଖ ଓ ସମବେଦନା ଜଣାଇ ସାନ୍ତ୍ୱନା ପ୍ରଦାନ କରି,ଏହି ଦୁଃଖଦ ସ୍ଥିତିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେସଙ୍ଗେ ସମସ୍ତେ ସମଦୁଃଖୀ ହୋଇ ସେମାନଙ୍କର ସହାୟ ହୁଅନ୍ତୁ ଏହାହିଁ କାମନା କରିଥିଲେ। ସଭା ପ୍ରାରମ୍ଭରେ ସ୍ବର୍ଗତଃ ଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସମସ୍ତ ଅତିଥି ଓ ଶୁଭେଚ୍ଛୁ ମାନଙ୍କ ଦ୍ଵାରା ପୁଷ୍ପ ,ଧୂପ,ପ୍ରଦୀପ ପ୍ରଜ୍ଜ୍ୱଳନ,ଗାୟତ୍ରୀ ମନ୍ତ୍ର ପାଠ, ଭଗବଦ୍ ଗୀତାର ପୁରୁଷୋତ୍ତମଯୋଗ ପାଠ କରାଯାଇଥିଲା ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ 

masiha

Incessant Rains Wreak Havoc in Rayagada, Rail and Road Links Hit

Sunil Chandra Nayak

ମିଶନ୍‌ ଆକାଂକ୍ଷା କଳାହାଣ୍ଡିରେ ଆରମ୍ଭ – ସ୍ଥାନୀୟ ଯୁବକମାନଙ୍କୁ ନିଶୁଳ୍କ UPSC ପ୍ରଶିକ୍ଷଣ

Sunil Chandra Nayak

Leave a Comment

error: Content is protected !!