ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜ ପର୍ବରେ ୟୁନିଟେକ୍‌ରେ ‘ପ୍ରଯୁକ୍ତି ଓ ସୃଜନଶୀଳତାର ସଙ୍ଗମ’ ପ୍ରତିଯୋଗିତା

ରଜ ପର୍ବରେ ୟୁନିଟେକ୍‌ରେ ‘ପ୍ରଯୁକ୍ତି ଓ ସୃଜନଶୀଳତାର ସଙ୍ଗମ’ ପ୍ରତିଯୋଗିତା

ରାଉରକେଲା: ରଜ ପର୍ବ ଉପଲକ୍ଷେ ୟୁନିଟେକ୍ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ପକ୍ଷରୁ ଉଦିତନଗର ଓ ଏସ୍‌ଟିପିଆଇ କ୍ୟାମ୍ପସରେ “ପ୍ରଯୁକ୍ତି ଓ ସୃଜନଶୀଳତାର ସଙ୍ଗମ” ଥିମ୍‌ରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପ୍ରଯୁକ୍ତି ଜ୍ଞାନ ଓ ସୃଜନଶୀଳ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ବାହାରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେଇଥିଲା।

ଅଧ୍ୟକ୍ଷ ନରେଶ ଆର୍ୟ୍ୟ କହିଥିଲେ, “ପ୍ରଯୁକ୍ତି ସୃଜନଶୀଳତାକୁ ନୂଆ ଦିଗ ଦେଲେ ଏହାର ପ୍ରକୃତ ଶକ୍ତି ପ୍ରକାଶ ପାଏ।” ପରିଚାଳନା ନିର୍ଦ୍ଦେଶକ ହର୍ଷ ଆର୍ୟ୍ୟ କହିଥିଲେ, “ୟୁନିଟେକ୍ ସର୍ବଦା ପ୍ରଯୁକ୍ତି ଓ ସୃଜନାତ୍ମକତାକୁ ଉତ୍ସାହିତ କରେ।” ଟେକ୍ନିକାଲ ନିର୍ଦ୍ଦେଶକ ଅଶ୍ମିତା ଆର୍ୟ୍ୟ ତାଙ୍କ ବକ୍ତବ୍ୟରେ କହିଲେ, “ପ୍ରଯୁକ୍ତି ଓ କଳ୍ପନାଶକ୍ତିର ସମନ୍ୱୟ କରିପାରୁଥିବା ଛାତ୍ରଛାତ୍ରୀଙ୍କର ହିଁ ଭବିଷ୍ୟତ।” ୧୯୮୯ରୁ ଓଡ଼ିଶାରେ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ୟୁନିଟେକ୍ ପକ୍ଷରୁ କୁହାଯାଇଛି, ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ, ନେତୃତ୍ୱ ଓ ବ୍ୟବହାରିକ ଜ୍ଞାନ ବୃଦ୍ଧି କରେ। ବିଜେତାମାନଙ୍କୁ ଖୁବଶୀଘ୍ର ସ୍ୱତନ୍ତ୍ର ସମାରୋହରେ ସମ୍ମାନିତ କରାଯିବ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣି ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ପହଲଗାଁ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ ସଭା

masiha

ସାହିତ୍ୟ ସଂସଦର ବର୍ଷା ଆସର ଓ ପୁସ୍ତକ ଉନ୍ମୋଚନ

Leave a Comment

error: Content is protected !!