ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କେନ୍ଦରେଇ ଗ୍ରାମରେ ଗୋତସ୍କର ଓ ନିଶାବେପାରୀଙ୍କ ଘରେ ମୟୂରଭଂଜ ପୋଲିସର ଅତର୍କିତ ଚଢ଼ାଉ !ଥର୍ ଗାଡ଼ି,ଆର୍ଟିକା,ଅଲଟୋ,୪୨୨ ଗ୍ରାମ ରୁପା ଏବଂ୨୬ ଗ୍ରାମ ଓ ଟଙ୍କା ଜବତ

କେନ୍ଦରେଇ ଗ୍ରାମରେ ଗୋତସ୍କର ଓ ନିଶାବେପାରୀଙ୍କ ଘରେ ମୟୂରଭଂଜ ପୋଲିସର ଅତର୍କିତ ଚଢ଼ାଉ !ଥର୍ ଗାଡ଼ି,ଆର୍ଟିକା,ଅଲଟୋ,୪୨୨ ଗ୍ରାମ ରୁପା ଏବଂ୨୬ ଗ୍ରାମ ଓ ଟଙ୍କା ଜବତ

ରାଇରଙ୍ଗପୁର – ୧୩/୦୬ ମୟୂରଭଞ୍ଜ ଜିଲ୍ଲାରେ ଗୋ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ।ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନକୁ ଗୋମାଫିଆଙ୍କ ଫୁ ।ଯାହାକୁ ନେଇ ମୟୂରଭଂଜ ପୋଲିସ କଠୋର ହୋଇଛି ।ଆଜି ଶନିବାର ଭୋର ସକାଳୁ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ କେଦ୍ରାଇ ଗ୍ରାମରେ ଗୋତସ୍କର ଓ ନିଶାବେପାରୀଙ୍କ ଘରେ ଅତର୍କିତ ଭାବେ ମୟୂରଭଂଜ ପୋଲିସ ଚଢ଼ାଉ। କରିଛି । କେନ୍ଦ୍ରଇ ଗ୍ରାମର ସେକ୍ ଟକରା ଏବଂ ସେଟ୍ ତବରେଜ ଘରେ ଅତର୍କିତ ରେଡ୍ କରିଛି ପୋଲିସ ।ପୋଲିସ ବିଭାଗର ମିଳିତ ଟିମ୍ ଚଢ଼ାଉରେ ସାମିଲ ।ଚଢ଼ାଉ ବେଳେ ବିଭିନ୍ନ ଦସ୍ତାବେଜ, ସୁନା ଗହଣା ଜବତ କରିଛି ପୋଲିସ ।ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ଗୋ ମାଫିଆଙ୍କ ବିରୋଧରେ ସରକାରଙ୍କ କଠୋର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି।ଚଢ଼ାଉ ପ୍ରକ୍ରିୟାରେ ରାଇରଙ୍ଗପୁର ପୋଲିସ ଏସ ଡି ପିଓ ବୀରେନ୍ଦ୍ର ସେନାପତିଙ୍କ ତତ୍ଵାବଧାନରେ ବାରିପଦାରୁ ତିନି ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବାଦାମପାହାଡ଼, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା, ବହଳଦା, ଗୋରୁମହିଷାଣୀ ଥାନାର କର୍ମଚାରୀ ରହିଛନ୍ତି,|ତେବେ ଚଢ଼ାଉରେ ସେକ୍ ଟକରାଙ୍କ ଘରୁ ଗୋଟିଏ ଥାର ଗାଡି, ଗୋଟିଏ ଆର୍ଟିକା କାର ,ଗୋଟିଏ ଅଲ୍ଟୋ କାର ଜବତ କରାଯାଇଥିବା ବେଳେ ସେକ୍ ତବରେଜ ଘରୁ ମଧ୍ୟ ଦାସ୍ତାବେଜ ଜବତ କରିଛି ପୋଲିସ |ତା ବ୍ୟତୀତ ୪୨୨ଗ୍ରାମ ରୁପା,୨୬ ଗ୍ରାମ ସୁନା ଏବଂ ଚାରି ହଜାରରୁ ଅଧିକ ଟଙ୍କା ଜବତ କରିଛି ପୋଲିସ |ଏହାକୁ ନେଇ ବାଦାମପାହାଡ଼ ଥାନାରେ ୭୬/୨୬ ଏକ ମାମଲା କରିଛି ପୋଲିସ |ପୋଲିସର ମାସ ଦୁଇମାସ ରେ ଚଢ଼ାଉରେ ନିଶାବେପାରୀ ଏବଂ ଗୋମାଫିଆଙ୍କ ନିଦ ହଜିଯିବା ସହ କୋକୁଆ ଭୟ ସୃଷ୍ଟି ହୋଇଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବିପୁଳ ପରିମାଣର ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

Sunil Chandra Nayak

କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଟ୍ରାକ୍ଟର ରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍

masiha

Leave a Comment

error: Content is protected !!