ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ବ୍ଯବସାୟୀଙ୍କ ମୃତ୍ୟୁ

ଯୁବ ବ୍ଯବସାୟୀଙ୍କ ମୃତ୍ୟୁ

ବାଲେଶ୍ଵର, ୦୩/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ଯୁବ ବ୍ଯବସାୟୀ ସନାତନ ଦାସ ଓରଫ ପାତନଙ୍କର ଆଜି ସକାଳେ ମୃତ୍ୟୁ ହୋଇଯାଇଛି । ସେ ଦୀର୍ଘ ୨ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱର ସ୍ଥିତ ଏଆଇଆଇଏମଏସ(AIIMS) ମେଡିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାରେ ପରିବାର ଲୋକେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିଲା । ଶେଷରେ ମୃତ୍ୟୁ ଘଟିଲା । ମୃତ୍ୟୁ ଖବର ଶୁଣି କଂଗ୍ରେସ ନେତା ହିମାଂଶୁ ଶେଖର ବେହେରା, ଅଶୋକ ଦାସମହାପାତ୍ର, ପ୍ରଦୀପ ସାହୁ, ବନ୍ଧୁବାନ୍ଧବ, ସାହିପଡିଶା, ଆତ୍ମୀୟ ସ୍ବଜନ ମାନେ ଶେଷ ଦର୍ଶନ କରିଥିଲେ । ସେ ଜଣେ ମାଛ ବ୍ଯବସାୟୀ ଥିଲେ । ଚିଲିକା ଓ କଷାଫଳ ମୁହାଣରୁ ମାଛ ଆଣି ସ୍ଥାନୀୟ ମାର୍କେଟ ଖଇରାରେ ବ୍ଯବସାୟ କରୁଥିଲେ । ସେ ଜଣେ ସରଳ, ନିଷ୍କପଟ, ଉଦାର, ମିଷ୍ଟଭାଷୀ, ମେଳାପୀ, ସୁମିଷ୍ଟ ବ୍ଯବହାର, ପରୋପକାରୀ ବ୍ଯକ୍ତି ଥିଲେ । ତାଙ୍କ ବ୍ଯବହାରରେ ଗ୍ରାହକ ମାନେ ସର୍ବଦା ସନ୍ତୁଷ୍ଟ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କର ବୟସ ୫୨ ବର୍ଷ ହୋଇଥିଲା । ତାଙ୍କର ବିଧବା ପତ୍ନୀ ସହିତ ୨ ଝିଅ ଓ ୧ ପୁଅ ଅଛନ୍ତି । ପିତା ସୁରେନ୍ଦ୍ର ଦାସଙ୍କର ସେ ଥିଲେ ବଡ଼ ପୁତ୍ର । ତାଙ୍କ ମୃତ୍ୟୁରେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ, ପଦ୍ମଲୋଚନ ଦାସ, ନରେନ୍ଦ୍ର ପ୍ରସାଦ ବେହେରା ଏବଂ ଗୋଲକ ବିହାରୀ ଦାସଙ୍କ ସମେତ ତାଙ୍କୁ ଭଲ ପାଉଥିବା ଜନସାଧାରଣ ମାନେ ଶୋକ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଇକରେ ଶବ ବୁହାହେବା ଘଟଣା  ଶବ ବାହକ ଗାଡ଼ି ନଦେଲେ ଆନ୍ଦୋଳନ ଚେତାବନୀ  ସାମ୍ବାଦିକ ସମୁହଙ୍କ ଆଲୋଚନା କଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

masiha

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

Sunil Chandra Nayak

ଭାବନ୍ଧ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଆୟୋଜିତ  ଗ୍ରାମ ବିକାଶର ରୂପରେଖା ପ୍ରସ୍ତୁତିରେ ଜନଭାଗିଦାରିକୁ ଗୁରୁତ୍ୱ 

Sunil Chandra Nayak

Leave a Comment

error: Content is protected !!