ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ମଧ୍ୟରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର 

ଅବ୍ୟବସ୍ଥା ମଧ୍ୟରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର 

  ବନ୍ଧୁଗାଁ ତା ୩/୬/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ସୀମାନ୍ତ କୁ ଲାଗି ଥିବା ବନ୍ଧୁଗାଁ ବ୍ଲକ ର ୧୩ ଟି ପଞ୍ଚାୟତର ସମସ୍ତ ଲୋକ ଚିକିତ୍ସା ପାଇଁ ଏହି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ତରଫରୁ ବିନା ମୂଲ୍ୟରେ ସମସ୍ତ ପ୍ରକାର ସୁବିଧା ଥାଇ ଡାକ୍ତର, ନର୍ସ ମାନଙ୍କ ଦ୍ଵାରା ଚିକିତ୍ସା ପାଇବାକୁ ଆସିଥାନ୍ତି। ପ୍ରତିଦିନ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରାୟ ୨୦୦ ରୁ ୩୦୦ ରୋଗୀ ଚିକିତ୍ସା ପାଇଁ ଆସି ଥାନ୍ତି। ସବୁ ବେଳେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ସମସ୍ତ ବେଡ୍ ମଧ୍ୟରେ ପ୍ରସୂତି ମହିଳା ଓ ଅନେକ ରୋଗି ରାତି ଦିନ ଚିକିତ୍ସା ପାଇଁ ରହିଥାନ୍ତି। ଏହା ବାଦେ ଅନେକ ଗୁରୁତର ରୋଗୀଙ୍କୁ  ସହିଦ ଲକ୍ଷ୍ମଣ ନାୟକ ଜିଲ୍ଲା ମେଡିକାଲ କଲେଜ କୋରାପୁଟକୁ ୧୦୦ କି :ମିି ଦୂରକୁ ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସା ପାଇଁ ପଠା ଯାଇଥାଏ। ଏହି ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ ଆଜକୁ ୬ ମାସ ହେଉଛି ରୋଗୀଙ୍କ ପାଇଁ ଥିବା ସମସ୍ତ ଶୌଚାଳୟ ଅଚଳ ଅବସ୍ଥାରେ ଅଛି। ଯାହା ଫଳରେ ମାଆ ଗୃହରେ ଥିବା ଗର୍ଭବତୀ, ପ୍ରସୂତି କକ୍ଷରେ ଥିବା ପ୍ରସୂତି ମହିଳା ଓ ଚିକିତ୍ସା ପାଇଁ ବେଡ୍ ରେ ଥିବା ରୋଗୀ ଦିନ ଓ ରାତ୍ରି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବ ବେଳେ ରୋଗୀ ରହୁଥିବା କୋଠରୀରେ ଫେନ୍ ଅଚଳ ହୋଇ ରହିଛି, ପିଇବା ପାଣି ର ସୁବିଧା ନାହି, ବିଜୁଳୀ ଗଲେ କୋଠରୀ ଗୁଡ଼ିକ ଅନ୍ଧାର ରହୁଛି, ପରୀକ୍ଷାଗାର କେନ୍ଦ୍ରରେ ଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଅଚଳ ରହିଛି । ରାତ୍ର ସମୟରେ  ନର୍ସ ଷ୍ଟାଫ ରହି ଡିଉଟି କରୁଥିବା କୋଠରୀ ଓ ପ୍ରସୂତି କୋଠରି ଗୁଡ଼ିକରେ ଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ରହୁଥିବା ବେଳେ ଆଜି ସେହି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର କେଉଁ ଆଡେ ଉଭାନ ହୋଇଯାଇଛି। ସବୁ ବେଳେ ଡାକ୍ତର ରୁହନ୍ତି ରୋଗୀ ଚିକିତ୍ସା ମଧ୍ୟ ଅତି ସୁନ୍ଦର ଭାବରେ କରାଯିବା ସହିତ ଚିକିତ୍ସା ପାଇଁ ଆଖପାଖ ବ୍ଲକ ରୁ ରୋଗୀ ମଧ୍ୟ ଆସୁଥିଲେ ଅନେକ ଗ୍ରାମର ବୁଦ୍ଧିଯିବି ଓ ଅନେକ ରାଜନେତା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଖୁସିବ୍ୟକ୍ତ କରୁଥିଲେ। ଆଜି ଏହି ସବୁ ଅସୁବିଧା ରହିଥିବାରୁ  ଗର୍ଭବତୀ ଓ ପ୍ରସୂତି ମହିଳା ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ମେଡିକାଲ କେମ୍ପାସ ମଧ୍ୟରେ ଝାଡ଼ା ପରିଶ୍ରା କରିବା ସହିତ ଅନେକ ଅଳିଆ ଆବର୍ଜ୍ଜନା ଭିତରେ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସବୁ ଅଚଳ ଅବସ୍ଥାରେ ଥିବା କୁ ନେଇ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଶ୍ମି ରଞ୍ଜନ ସାମଲ ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ତରଫରୁ ଫୋନ କରିବା ପରେ ଅତିଶୀଘ୍ର କରାଯିବ ବୋଲି ଜଣାଇଥିଲେ। ଏହା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ବିପିଓ ଶ୍ରୀ ନୀଳକଣ୍ଠ ପାଣି ଙ୍କୁ ମଧ୍ୟ ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ତରଫରୁ ଫୋନ କରିବା ପରେ ଅତି ଶୀଘ୍ର କରାଯିବ ବୋଲି କହି ଥିଲେ। ଆଜକୁ ପ୍ରାୟ ୬ ମାସ ହେଉଛି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଏହି ସବୁ ଅଚଳ ଅବସ୍ଥାରେ ଥିବା ବେଳେ କାହିଁକି ଆଜି ପର୍ଯ୍ୟନ୍ତ ଠିକ ଠାକ୍ କରାଯାଇ ନାହିଁ ? ଯାହା ଫଳରେ ଆଜି ପର୍ଯ୍ୟନ୍ତ ଅନେକ ପ୍ରସୂତି, ଗର୍ଭବତୀ ମହିଳା ଓ ଅନେକ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ଅତି ଶୀଘ୍ର କାର୍ଯକାରୀ କରିବା ପାଇଁ ବ୍ଲକ ର ସାଧାରଣ ଜନତା ଅନୁରୋଧ କରିଛନ୍ତି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୌପ୍ୟ ଜୟନ୍ତୀ ଅଵସ୍ତ୍ରରେ କିଟ ଓ କିସ ପକ୍ଷରୁ ମିନି ମାରାଥନ

Sunil Chandra Nayak

ବିଦ୍ୟୁତ କମ୍ପାନୀର ମନମୁଖୁ କାର୍ଯ୍ୟରେ ପାନୀୟ ଜଳରୁ ବଞ୍ଚିତ ବସ୍ତିବାସିନ୍ଦା 

Sunil Chandra Nayak

ଦୂର୍ନିତୀର ଗନ୍ତାଘର ପାଲଟିଛି ବହଳଦା ବ୍ଲକ

Sunil Chandra Nayak

Leave a Comment

error: Content is protected !!