ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିଙ୍ଗିପଦର ଆରଡି ରାସ୍ତା ଠୁ ପିଠାପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଘଟଣା  ଖବର ପ୍ରସାରଣ ପରେ ଲାଗିଲା ସୂଚନା ଫଳକ 

ଟିଙ୍ଗିପଦର ଆରଡି ରାସ୍ତା ଠୁ ପିଠାପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଘଟଣା 

ଖବର ପ୍ରସାରଣ ପରେ ଲାଗିଲା ସୂଚନା ଫଳକ 

କାମ ନ କରି ବିଲ କରିଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ?
ପଦାରେ ପଡିଲା ଯନ୍ତ୍ରୀଙ୍କ ମିଛ କଥା 

ଗୋଳାମୁଣ୍ଡା ତା ୩/୬ // କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ଚପ୍ରିଆ ପଞ୍ଚାୟତର ପିଠାପଡା ଠାରୁ ଟିଙ୍ଗିପଦର ରାସ୍ତାରେ ମନରେଗା ଯୋଜନାରେ ଟଙ୍କା ହରିଲୁଟ ହୋଇଥିବା ନେଇ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ଏହି କାମରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ଉପରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟନୁଷ୍ଠାନ ହେଉ ନ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତା କାମରେ ୩୦ ଖୁନ୍ତି ମାଟି କାମ କରି ୨ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ହରିଲୁଟ ହୋଇଥିବା ଗାଁ ଲୋକେ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଗ୍ରାମରୋଜଗାର ସେବକଙ୍କୁ ପଚାରିଲେ ଜଣା ନାହିଁ ବୋଲି କହିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ସମାନ କଥା ଦୋହରାଇଥିଲେ । ତେବେ ୨୩ ମାର୍ଚ୍ଚ ଠାରୁ ୨୯ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଏକ ସପ୍ତାହର ଶ୍ରମିକ ମାନଙ୍କ ଟଙ୍କା ପ୍ରଥମ ପର୍ଯ୍ୟାୟର ଏମ୍ ବି ନଂ ୨୩ ପୃଷ୍ଠା ନଂ ୨୪ ରେ ବିଲ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୪ଏପ୍ରିଲ ଠାରୁ ୧୦ଏପ୍ରିଲ୨୦୨୪ ପର୍ଯ୍ୟନ୍ତ ଆଉ ସପ୍ତାହର ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ଏମ୍ ବି ନଂ ୨୩ ପୃଷ୍ଠା ନଂ ୨୮ରେ ଦର୍ଶାଯାଇଥିବା ସରକାରୀ ଦସ୍ତାବିଜରୁ ଜଣାପଡିଛି । ଏହି କାମ ଉପରେ ଅଭିଯୋଗ ହେବା ପରେ ମଧ୍ୟ ଗୋଲାମୁଣ୍ଡା ବିଡ଼ିଓ କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଉକ୍ତ କାମ ଉପରେ ଅନେକ ଖବରକାଗଜରେ ପ୍ରକାଶିତ ହେଲାପରେ ରାତାରାତି ଲଗାଇଲେ ସୂଚନାଫଳକ । ସୂଚନାଫଳକ ଲାଗିଲା ପରେ ଯନ୍ତ୍ରୀ ନବୀନ ଟୁଡୁ କାମଟିକୁ ତଦନ୍ତ କରିବାକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ହାବୁଡ଼ରେ ପଡିଯାଇଥିଲେ । ଗଣମାଧ୍ୟମ ପ୍ରତିନିଧି ଉକ୍ତ କାମର ବିଲ କେମିତି ହେଲା ବୋଲି ପଚାରିବା ପରେ ବିଲି କେମିତି ହେଲା ମୁଁ ଜାଣି ନାହିଁ ବୋଲି ପ୍ରକାଶ କରିଥିଲେ । ଏ ଉପରେ ଗାଁ ସାଥିଙ୍କୁ ପଚାରିଲେ ଯନ୍ତ୍ରୀଙ୍କ ବିନା ଅଜାଣତରେ ବିଲ ହେବ କି ବୋଲି କହୁଥିବା ବେଲେ ଯନ୍ତ୍ରୀଙ୍କ ମିଛ କଥା ପଦାକୁ ଆସିଛି । ଅନ୍ୟ ପକ୍ଷରେ ଏହି ଘଟଣା ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଥିବା ବେଳେ ବିଡ଼ିଓ କାହିଁକି ହସ୍ତକ୍ଷେପ କରୁନାହାଁନ୍ତି ନା ଯନ୍ତ୍ରୀ,ଠିକାଦାର ମାନଙ୍କ ସହିତ ସଲାସୁତରା ହୋଇଛନ୍ତି ସେ ନେଇ ସନ୍ଦେହ ଉପୁଜିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଉକ୍ତ କାମ ଉପରେ ଏକ ସ୍ୱତନ୍ତ୍ର ଟିମ ଗଠନ ତଦନ୍ତ କରି ହରିଲୁଟ କରିଥିବା କର୍ମଚାରୀଙ୍କ ଉପରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୮୫ତହ ଅଧିବେଶନ ଅନୁଷ୍ଠିତ

masiha

ଅନେକ ସମ୍ମାନର ଅଧିକାରୀ କବି ସତ୍ୟ ସିଂ ବାଗ

Sunil Chandra Nayak

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!