ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲମତା ଗୁଡା ଗ୍ରାମରେ ପ୍ରତିଷ୍ଠା ହେଲା ନୂତନ ରାମ ମନ୍ଦିର 

ଲମତା ଗୁଡା ଗ୍ରାମରେ ପ୍ରତିଷ୍ଠା ହେଲା ନୂତନ ରାମ ମନ୍ଦିର 

ତେନ୍ତୁଳିଖୁଣ୍ଟି ୧୨/୦୩/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ ଲମତା ଗୁଡା ଗ୍ରାମ ସାପ୍ତାହିକ ହାଟ ନିକଟରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦୁଇ ଦିନ ଧରି ପାଳିତ ହୋଇ ଯାଇଛି। ପ୍ରଥମ ଦିବସରେ 21 ମହିଳା ନିକଟବର୍ତ୍ତୀ ଗ୍ରାମ ଆଉଁଳି ଗୁମା ଦେଇ ପ୍ରବାହିତ ଇନ୍ଦ୍ରାବତୀ ନଦୀରୁ ଜଳ ସଂଗ୍ରହ କରି ବାଦ୍ୟ ହୁଳହୁଳି ଘଣ୍ଟ ର ଆଧ୍ୟାତ୍ମିକ ବାତାବରଣ ରେ କଳସ ଯାତ୍ରା କରି ମନ୍ଦିର ପାଇଁ ନିର୍ମିତ ସାଲା ରେ ରଖିଥିଲେ। ପଣ୍ଡିତ ଅନନ୍ତ ଦା ଶ ଙ୍କ ଦ୍ଵାରା ମନ୍ତ୍ର ଧ୍ଵନି ସହ ବୈଦିକ ରୀତିନୀତି ରେ ମନ୍ଦିରରେ ବିରାଜିତ କରାଯାଇଥିବା ମୂର୍ତ୍ତୀ ରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ସନ୍ଧ୍ୟା ସାତ ରୁ ଚାରି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଦୁଇ ଦିନ ଧରି ଅନ୍ନ ଯଜ୍ଞ ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଳରେ ଥିବା ରାମ ଭକ୍ତ ସଂସ୍ଥା ର ଭକ୍ତ ସାମିଲ ଥିଲେ। ଏହି ଦୁଇ ଦିନିଆ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ପରିଚାଳନା ରେ ଫାଲଗୁନୀ ବିଶୋଇ ,ଭଗବାନ ବିଶୋଇ, ଦ୍ରୁମନ ବିଶୋଇ , ଈଶ୍ୱର ଯାନୀ, ହାଡ଼ି ଯାନୀ, ତରୁଣ ବିଶୋଇ, ହରେକୃଷ୍ଣ ସାହୁ ବରୁଣ ବିଶୋଇ ଅମିତ କୁମାର ବାବୁଲା ବିଶୋଇ ,ଆପଣା ବିଶୋଇ ପ୍ରମୁଖ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ, ନୟନଙ୍କ ୧୧ଜଣିଆ ଟିମ୍‌ର ନାମାଙ୍କନ ଦାଖଲ

Sunil Chandra Nayak

ବାପାଙ୍କ ମୃତ୍ୟୁ ଓ ମାଆଙ୍କ ଅନ୍ୟତ୍ର ବିବାହ ପରେ ଅସହାୟ ଦୁଇ ନାବାଳକ ସନ୍ତାନ

masiha

୨୪ ଘଣ୍ଟାରେ ସରକାରୀ ଜମିର ମାଲିକାନା ବଦଳିନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ…

Sunil Chandra Nayak

Leave a Comment

error: Content is protected !!