ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକର ୩୩ ଜଣ ଗଣଶିକ୍ଷକ ନିୟମିତ ହେଲେ 

ଡାବୁଗାଁ ବ୍ଲକର ୩୩ ଜଣ ଗଣଶିକ୍ଷକ ନିୟମିତ ହେଲେ 

ଡାବୁଗାଁ, ୧୨/୩ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନରେ କାର୍ଯ୍ୟରତ ଗଣଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ହେବାର ଆଦେଶ ପତ୍ର ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ମଙ୍ଗଳବାର ପ୍ରଦାନ କରାଛନ୍ତି | ଗଣଶିକ୍ଷକରୁ ଏକ୍ସ-କ୍ୟାଡର ଲେବୁଲ -୫ ନିୟମିତ ଶିକ୍ଷକ ନିମନ୍ତେ ୨୦୦୮ ମସିହାରୁ ଯେଉଁ ସଂଘର୍ଷ ଲାଗିଥିଲା ସେଥିରେ ଡାବୁଗାଁ ବ୍ଲକ ର ଗଣଶିକ୍ଷକ ସଂଘର ବିଶ୍ଵେଶ କୁମାର ତ୍ରିପାଠୀ, ରଞ୍ଜିତ ଗୁପ୍ତା, ମନୋଜ କୁମାର ବିଶୋଇ, ବିଭୂଦତ୍ତ ବିଶୋଇ, ନିରାକାର ପ୍ରଧାନ ଙ୍କ ସହ ୩୩ ଜଣ ଗଣଶିକ୍ଷକ ଙ୍କର ଗଣଶିକ୍ଷକରୁ ଏକ୍ସ-କ୍ୟାଡର ଲେବୁଲ -୫ ପଦୋନ୍ନତି ହୋଇଛି | ଏଥିରେ ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ଜିଲା ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ଏନ୍ ପି ଏସ) ସଭାପତି ବିକାଶ ରଞ୍ଜନ ନିଶଙ୍କ ଙ୍କ ସହଯୋଗରେ ନିୟମିତ ଆଦେଶ ନାମା ପ୍ରଦାନ କରଯାଇଥିଲା l ୧୬ ବର୍ଷ ର ସଂଘର୍ଷ ଯୋଗୁଁ ଆଜି ସଫଳତା ପାଇ ଥିବାରୁ ୩୨ ଜଣ ଶିକ୍ଷକ, ଜଣେ ଶିକ୍ଷୟତ୍ରୀ ପ୍ରମୂଖଙ୍କ ମନ ଖୁସି ବ୍ୟକ୍ତ କରିବା ସହ ବାଣ ଫୁଟାଇ ଖୁସିର ମାହୋଲ ସୃଷ୍ଟି କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ରେ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ଵିଶ୍ବବିଦ୍ଯାଳୟର ଚତୁର୍ଥ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠାକୁ ଅନୁମତି

Sunil Chandra Nayak

ବିଶ୍ଵ ହକିକପ ଉପଲକ୍ଷେ ନେସନାଲ କଲେଜ ପରିସର ମଧ୍ୟରେ ଫଟୋଚିତ୍ର ହକି ପ୍ରଦର୍ଶନୀ

Sunil Chandra Nayak

ତୁଲାପଡା ଧାନମଣ୍ଡିରୁ ୭୯ ବସ୍ତା ଧାନ ଜବତ

Sunil Chandra Nayak

Leave a Comment

error: Content is protected !!