ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧ୍ୟାତ୍ମ୍ୟ ବିନା ଜୀବନ ମୂଲ୍ୟହୀନ: ସୁନୀତି ମୁଣ୍ଡ୍‌‌

ଆଧ୍ୟାତ୍ମ୍ୟ ବିନା ଜୀବନ ମୂଲ୍ୟହୀନ: ସୁନୀତି ମୁଣ୍ଡ୍‌‌

ଭାରତୀୟ ମୂଲ୍ୟବୋଧ ଓ ପରମ୍ପରାକୁ ନିତିଦିନ ଶିକ୍ଷାରେ ସଂଯୋଜିତ କରାଯିବା ଆବଶ୍ୟକ
ମୋଦୀଜୀଙ୍କ ଠାରୁ ଶିଖନ୍ତୁ ଜୀବନରେ ଆଧ୍ୟାତ୍ମ୍ୟର ଗୁରୁତ୍ୱ ଓ ପ୍ରଭାବ
ସଂଘର୍ଷ ଓ ସାଧନା ଜୀବନକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଏ

ରୁପ୍ରା,୧୨ା୩ (ମନିସ) : ଭାରତର ଶିକ୍ଷା, ସଂସ୍କୃତି ଓ ମୂଲ୍ୟବୋଧ ଅତି ମହାନ୍‌‌। ଯେଉଁଥିପାଇଁ ଅନେକ ବିଦେଶୀ ଛାତ୍ରଛାତ୍ରୀ ଓ ଗବେଷକ ଭାରତର ଶିକ୍ଷା, ସଭ୍ୟତା, ସଂସ୍କୃତି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଏ କ୍ଷେତ୍ରରେ ମଧ୍ୟ ଗବେଷଣା କରୁଛନ୍ତି। ଆମ ସଭ୍ୟତା, ସଂସ୍କୃତି ଆମକୁ ଆଧ୍ୟାତ୍ମ୍ୟ ସହିତ ଯୋଡୁଛି, ଯାହା ଜଗତ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ। ଭାରତୀୟ ମୂଲ୍ୟବୋଧ ଓ ପରମ୍ପରାକୁ ନିତିଦିନ ଶିକ୍ଷାରେ ସଂଯୋଜିତ କରାଗଲେ ତାହା ସାରା ବିଶ୍ୱର ମଙ୍ଗଳ କରିପାରିବ ବୋଲି ବିଶିଷ୍ଟ ସାହିତ୍ୟିକା ସୁନୀତି ମୁଣ୍ଡ୍‌‌ କହିଛନ୍ତି। ରାମକୃଷ୍ଣ ପରମହଂସ ଦେବଙ୍କର ୧୮୮ତମ ଜୟନ୍ତୀ ପାଳନ ଅବସରରେ ମଙ୍ଗଳବାର ମ.ରାମପୁରସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲରେ ରାମକୃଷ୍ଣ ଦେବଙ୍କ ଜୀବନ ଓ ଆଦର୍ଶ ଉପରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଡ.ମୁଣ୍ଡ୍‌‌ କହିଥିଲେ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଠାରୁ ନିଜର ଜୀବନଚର୍ଯ୍ୟା ଏବଂ ଆଧ୍ୟାତ୍ମ୍ୟ ସହିତ ଜଡିତ ହେବା ବିଷୟ ସମସ୍ତେ ଶିକ୍ଷାଲାଭ କରିବା ଉଚିତ। ଯେଉଁଥିପାଇଁ ସେ ସବୁ ପରିସ୍ଥିତିରେ କେବଳ ଦେଶବାସୀଙ୍କ କଲ୍ୟାଣ ଓ ବିକାଶକୁ ମୁଖ୍ୟସ୍ଥାନ ଦେଇଆସୁଛନ୍ତି। ସଂଘର୍ଷ ଓ ସାଧନା ଜଣଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ, ତାହାର ଉଦାହରଣ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ ଏବଂ ଦେଶବାସୀଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀଜୀ। ଛାତ୍ରଛାତ୍ରୀ ଆଧୁନିକ ସମସୟରେ ପ୍ରଯୁକ୍ତିର ଉପଯୋଗ ସହିତ ରାମକୃଷ୍ଣ ପରମହଂସ ଦେବ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୀବନାଦର୍ଶକୁ ଅନୁସରଣ କରି ନିଜ ଜୀବନକୁ ସଫଳ ଓ ପୂର୍ଣ୍ଣାଙ୍ଗ କରି ଗଢିତୋଳିବାକୁ ସେ ପରାମର୍ଶ ଦେଇଥିଲେ। 

ବିବେକାନନ୍ଦ ପବ୍ଲିକ ସ୍କୁଲ୍‌‌ର ଅଧ୍ୟକ୍ଷ ସୁରେନ୍ଦ୍ର ମହାଖୁଡ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାମକୃଷ୍ଣ ଦେବଙ୍କ ଜୀବନ ଓ ଆଦର୍ଶ ଉପରେ ଏକ କବିତା ପାଠ କରିବା ସହିତ ନିଷ୍ଠା ଓ ଏକାଗ୍ରତା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଳେ। ସମ୍ମାନନୀୟ ଅତିଥି ଭାବରେ ଶ୍ରୀରାମକୃଷ୍ଣ ଆଶ୍ରମ ମ.ରାମପୁରର ଭ୍ରାମ୍ୟମାଣ ଭେଷଜ ଚିକିତ୍ସା ସେବାର ମୁଖ୍ୟ ଚିକିତ୍ସକ ଡା.ଭିକାରୀ ମିଶ୍ର ସର୍ବଧର୍ମ ସମନ୍ୱୟ ମାଧ୍ୟମରେ ବିଶ୍ୱ ଭ୍ରାତୃତ୍ୱବୋଧର ସତ୍ତା ଉପଲବ୍ଧି କରିବା ସମ୍ପର୍କରେ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ସମ୍ମାନନୀୟ ସନ୍ନ୍ୟାସୀ ସ୍ୱାମୀ ଶୁକଦେବାନନ୍ଦ ମାନବ ସତ୍ତାରେ ଆଧ୍ୟାତ୍ମିକ ସଚେତନତା ମାଧ୍ୟମରେ ଏକ ଶୃଙ୍ଖଳିତ ଏବଂ ସମୃଦ୍ଧ ସମାଜ ଗଠନ ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥବଲେ। ଆଶ୍ରମର ସମ୍ପାଦକ ସ୍ୱାମୀ ଅଶୋକାନନ୍ଦ ମହାରାଜ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ, ସର୍ବ ଧର୍ମ ସମନ୍ୱୟ ମାଧ୍ୟମରେ ବିଶ୍ୱରେ ଶାନ୍ତି ଓ ସଦ୍‌‌ଭାବନା ପ୍ରକାଶିତ ହେବ। କାର୍ଯ୍ୟକ୍ରମରେ ବଟ କିଶୋର ପ୍ରଧାନ ଉପସ୍ଥାପନା କରିଥିବାବେଳେ ଯୋଗୀମତ୍‌‌ ଜାଲ୍‌‌ ସଂଯୋଜନା କରିଥିଲେ। ଆଶ୍ରମର ଅନ୍ତେବାସୀ ଆଦିବାସୀ ଛାତ୍ରମାନଙ୍କ ଦ୍ୱାରା ଘୁମୁରା ନୃତ୍ୟ ପରିବେଷଣ କରାଯିବା ସହିତ ସେମାନଙ୍କ ଦ୍ୱାରା ଲିଖିତ ପ୍ରାଚୀର ପତ୍ରିକା ‘ଶିଖା’କୁ ମୁଖ୍ୟ ଅତିଥି ଉନ୍ୱୋଚନ କରିଥିଲେ। ଶେଷରେ ଉମାକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

କୁନ୍ତଳା କଲ୍ଯାଣୀ ସାହିତ୍ୟ ସଂସଦର ବର୍ଷା ଆସର

Sunil Chandra Nayak

ଦଲକି ଗ୍ରାମରେ ‘ ହୋ ଗାଲାଙ୍ଗ ସ୍ଥାପନା ଦିବସ’ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିଵେଶ ମନ୍ତ୍ରୀ ଙ୍କ ଯୋଗଦାନ 

masiha

ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!