ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

 ଆଜି ତା-୧୨.୦୩.୨୦୨୪ ରିଖରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭାରତୀୟ ରେଳବାଇ ଅର୍ଥ ନିଗମ ଆନୁକୁଲ୍ଯରେ ଆଲିମକୋ, ଭୁବନେଶ୍ବର ଦ୍ଵାରା ରାୟଗଡ଼ ବ୍ଲକ କାର୍ଯ୍ୟ।ଳୟ ପରିସରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ଯଥା- ୨୨ ଗୋଟି ବ୍ଯାଟେରୀ ଚାଳିତ ତିନି ଚକିଆ ସାଇକେଲ, ୩ ଗୋଟି ସିପି ହୁଇଲ ଚେୟାର, ୪୬ ଗୋଟି ଆଶାବାଡି, ଏକ ଗୋଟି ବ୍ରେଲୀ କିଟ, ୬ ଗୋଟି ଡିଜିଟାଲ ଶ୍ରବଣ ଯନ୍ତ୍ର, ୪୨ ଗୋଟି ତିନି ଚକିଆ ସାଇକେଲ, ୧୫ ଗୋଟି ହୁଇଲ ଚେୟାର, ୪ ଗୋଟି ସ୍ମାର୍ଟ ଫୋନ ବଣ୍ଟନ କରାଗଲା । ଉକ୍ତ ଦିବସରେ ୯୨ ଜଣ ଦିବ୍ୟାଙ୍ଗ ହିତାଧିକାରୀ ଉପକୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ତଥା ଆଇନ ବିଭାଗ, ଓଡିଶା, ସରକାର, ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ, ରାୟଗଡ ନିର୍ବାଚନ ମଣ୍ଡଳୀ, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ଅଧକ୍ଷ୍ୟା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ଼, ଶ୍ରୀମତୀ ଅନୁସୂୟା ମାଝି, ସମ୍ମାନନୀୟା ଅଧକ୍ଷ୍ୟା, ପଞ୍ଚାୟତ ସମିତି, ରାୟଗଡ଼, ସୁଶ୍ରୀ ଟୁନି ହୁଇକା, ସମ୍ମାନନୀୟ ଉପାଧ୍ୟକ୍ଷ, ପଞ୍ଚାୟତ ସମିତି, ରାୟଗଡ଼, ଶ୍ରୀ ହରପ୍ରସାଦ ହେପୃକା, ଉପାଧ୍ୟକ୍ଷା, ପୌର ପରିଷଦ, ରାୟଗଡ଼, ଶ୍ରୀମତୀ ଶୁଭ୍ରା ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ସିମାଞ୍ଚଳ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡ଼, ଶ୍ରୀ ବସନ୍ତ କୁମାର ପ୍ରଧାନ, ରାୟଗଡ଼ ଭିନ୍ନକ୍ଷମ ମହାସଙ୍ଘ ର ସମ୍ପାଦକ, ଶ୍ରୀ ଅମରେନ୍ଦ୍ର ନାଥ, ଓଡିଶା ବିକଳାଙ୍ଗ ମଞ୍ଚ, ରାୟଗଡ଼, ସମ୍ପାଦକ, ଶ୍ରୀ ଜଳନ୍ଧର ବାଚେଲୀ ସଭାରେ ଉପସ୍ଥିତ ଥିଲେ । ଏହି ସଭାକୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ଓ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼, ଶ୍ରୀମତୀ ରଞ୍ଜିତା ବେହେରା ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଦିବସରେ ସମସ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ କନିଷ୍ଠ ସହାୟକ ଓ ପି.ଏ ମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଗ୍ନିରେ ଦଗ୍ଧ ହୋଇଗଲା ଗୁହାଳ ସହ ବାଛୁରୀ, ଦୁଇଟି ଗାଈ ଅର୍ଦ୍ଧଦଗ୍ଧ

Sunil Chandra Nayak

ହା ହୋଲାରେ ସରିଲା ପଞ୍ଚାୟତ ସମିତର ସ୍ବତନ୍ତ୍ର ଅଧିବେଶନ 

masiha

ଅନ୍ତର୍ଜାତୀୟ ନିଶାସେବନ ଓ ଅବୈଧ ନିଶାକାରବାର ନିରୋଧ ଦିବସ ପାଳିତ 

masiha

Leave a Comment

error: Content is protected !!