ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦହିପଣା ଓ ଶୁଖିଲା ଖାଦ୍ୟ ବଣ୍ଟନ

ଦହିପଣା ଓ ଶୁଖିଲା ଖାଦ୍ୟ ବଣ୍ଟନ

ରାଉରକେଲା: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଏକ କଦମ ଆପ କେ ସାଥ “ର ଏକ ସେବା କାର୍ଯ୍ୟ ମାଧ୍ୟମରେ ପଥଚାରୀ ମାନଙ୍କୁ ଦହି ପଣା ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ର ପ୍ରତିଷ୍ଠାତା କଲ୍ୟାଣୀ ଦାସ ଓ ସଭାପତି ମୋହନ ପଟ୍ଟନାୟକ ଙ୍କ ତତ୍ତ୍ୱବାଧନ ରେ ହୋଇଥିଲା। ବରିଷ୍ଟ ଉପଦେଷ୍ଟା ପ୍ରଫୁଲ୍ଲ ସାମଲ, ଲୀନା ବିଶ୍ୱାଳ, ରଶ୍ମିତା ମଲିକ ଙ୍କୁ ସମ୍ବର୍ଦ୍ଧିତ କରି ପଣା ବିତରଣ ଆରମ୍ଭ ହୋଇଥିଲା । କଦମ ର ସଦସ୍ୟ ଦିବାକର ଦାସ ଓ ଅଜୟ ନାୟକ ଉପସ୍ଥିତ ରହିଥିଲେ । ସେହିପରି ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଏକ କଦମ ଆପ କେ ସାଥ ଅନୁଷ୍ଠାନ ତରଫରୁ ପ୍ରାୟ ଶହେ ଦଶ ଜଣ ଶ୍ରମିକ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହ ସେମାନଙ୍କ ସହ ଭାବ ବିନିମୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ନିତ୍ୟାନନ୍ଦ ବିଶ୍ୱାଳ, ପ୍ରଫୁଲ୍ଲ ସାମଲ, ମୋହନ ପଟ୍ଟନାୟକ ଓ ଦିବାକର ଦାସ ଙ୍କ ସହଯୋଗ ରେ ସମ୍ପାଦନା ହୋଇଥିଲା । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ସମୀକ୍ଷା ବୈଠକ

masiha

୧ – ଅବସରପ୍ରାପ୍ତ ବୀର ସୈନିକ ,ଆଗାମୀ ଦିନରେ ଡାକରା ଆସିଲେ ଯୁଦ୍ଧରେ ହେବେ ସାମିଲ୍। ଦେଶ ମାତୃକାର ସେବା ପାଇଁ ପ୍ରତିଶ୍ରୁତିବଦ୍ଧ , ୨ – ଗାଧୋଇବାକୁ ଯାଉଥିବା ବେଳେ ଗଛ ଡାଳ ପଡି ଯୁବକଙ୍କର ମୃତ୍ୟୁ , ୩ -ଟ୍ରକ ଧକ୍କାରେ ଜଣଙ୍କ ର ମୃତ୍ୟୁ 

masiha

ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ତୀର୍ଥଯାତ୍ରା ଆରମ୍ଭ:ନବରଙ୍ଗପୁରରୁ ୧୮୫ଜଣ ତୀର୍ଥ ଗଲେ

Sunil Chandra Nayak

Leave a Comment

error: Content is protected !!