ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦହିପଣା ଓ ଶୁଖିଲା ଖାଦ୍ୟ ବଣ୍ଟନ

ଦହିପଣା ଓ ଶୁଖିଲା ଖାଦ୍ୟ ବଣ୍ଟନ

ରାଉରକେଲା: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଏକ କଦମ ଆପ କେ ସାଥ “ର ଏକ ସେବା କାର୍ଯ୍ୟ ମାଧ୍ୟମରେ ପଥଚାରୀ ମାନଙ୍କୁ ଦହି ପଣା ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ର ପ୍ରତିଷ୍ଠାତା କଲ୍ୟାଣୀ ଦାସ ଓ ସଭାପତି ମୋହନ ପଟ୍ଟନାୟକ ଙ୍କ ତତ୍ତ୍ୱବାଧନ ରେ ହୋଇଥିଲା। ବରିଷ୍ଟ ଉପଦେଷ୍ଟା ପ୍ରଫୁଲ୍ଲ ସାମଲ, ଲୀନା ବିଶ୍ୱାଳ, ରଶ୍ମିତା ମଲିକ ଙ୍କୁ ସମ୍ବର୍ଦ୍ଧିତ କରି ପଣା ବିତରଣ ଆରମ୍ଭ ହୋଇଥିଲା । କଦମ ର ସଦସ୍ୟ ଦିବାକର ଦାସ ଓ ଅଜୟ ନାୟକ ଉପସ୍ଥିତ ରହିଥିଲେ । ସେହିପରି ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଏକ କଦମ ଆପ କେ ସାଥ ଅନୁଷ୍ଠାନ ତରଫରୁ ପ୍ରାୟ ଶହେ ଦଶ ଜଣ ଶ୍ରମିକ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସହ ସେମାନଙ୍କ ସହ ଭାବ ବିନିମୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ନିତ୍ୟାନନ୍ଦ ବିଶ୍ୱାଳ, ପ୍ରଫୁଲ୍ଲ ସାମଲ, ମୋହନ ପଟ୍ଟନାୟକ ଓ ଦିବାକର ଦାସ ଙ୍କ ସହଯୋଗ ରେ ସମ୍ପାଦନା ହୋଇଥିଲା । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ଵ ଗ୍ରହଣ 

masiha

ୟୁପିଏସସି ପ୍ରସ୍ତୁତ କରୁଥିବା ପିଲାଙ୍କ ପାଇଁ ଖୁସିର ଖବର…. ରାଜ୍ୟର ପ୍ରଥମ ଭାବେ କଳାହାଣ୍ଡି ଜିଲ୍ଲାରେ ଶୁଭାରମ୍ଭ ହେଲା ମିଶନ ଆକାଂକ୍ଷା

Sunil Chandra Nayak

ବସ୍ତା ଭାର ସମ୍ଭାଳିଲେ ନୂତନ SDPO ଅରୁଣ କୁମାର ସାହୁ

masiha

Leave a Comment

error: Content is protected !!