ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ…. ଷଷ୍ଠ ଦିବସ ରେ ଇକୋ କ୍ଲବ ଫର ମିଶନ ଲାଇଫ /ବିଦ୍ୟାଳୟ ପୋଷଣ ଦିବସ ପାଳିତ

ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ….

ଷଷ୍ଠ ଦିବସ ରେ ଇକୋ କ୍ଲବ ଫର ମିଶନ ଲାଇଫ /ବିଦ୍ୟାଳୟ ପୋଷଣ ଦିବସ ପାଳିତ

ଆଜି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଆଞ୍ଚଳିକ ସାଧନ କେନ୍ଦ୍ରର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନର ଷଷ୍ଠ ଦିବସ ରେ ଇକୋ କ୍ଲବ ଫର ମିଶନ ଲାଇଫ /ବିଦ୍ୟାଳୟ ପୋଷଣ ଦିବସ ପାଳିତ ହୋଇ ଯାଇଛି l ଏହି ଅବସର ରେ ସରକାରଙ୍କ ନୀତି ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆହ୍ୱାନ ଅନୁସାରେ ଛାତ୍ର ଛାତ୍ରୀ ମାନେ ତାଙ୍କ ମା ଙ୍କ ସହିତ ବୃକ୍ଷ ରୋପଣ କରିଥିଲେ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୋଷଣ ସମ୍ବନ୍ଧରେ ଅବଗତ କରିଥିଲେ l ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର “ମା ପାଇଁ ଗଛ ଟିଏ”ର ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସି ଆର ସି ସି ଟିକେଶ୍ୱର ନାଏକ, ସମାଜସେବୀ ସତ୍ୟବାନ ନାଏକ, ନିର୍ଦ୍ଧନୀ ସାଗର, ବିଦେଶୀ ସାଗର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡି ଜିଲ୍ଲାର ସାହାଜଖୋଲ ରେ ଦନ୍ତାହାତୀ ପଶିଥିବା ସନ୍ଦେହ, ବନ ବିଭାଗ ପକ୍ଷରୁ ଗତିବିଧି ଅନୁଧ୍ୟାନ

Sunil Chandra Nayak

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ରିଜର୍ଭ ପଡିଆ ଠାରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ପ୍ରିୟ କାର୍ଯ୍ୟାଳୟ ଠାରେ ବିଶ୍ଵ ଅଟିଯିମ୍ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!