ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧ – ବନ୍ଧୁଗାଁ ବ୍ଲକ ରେ ନୂତନ ବିଡିଓ ଙ୍କ ଯୋଗଦାନ , ୨- ୭ଜଣ ଭିନ୍ନକ୍ଷମଙ୍କୁ ଉନ୍ନତ ମାନର ଉପକରଣ ବଣ୍ଟନ 

ବନ୍ଧୁଗାଁ ବ୍ଲକ ରେ ନୂତନ ବିଡିଓ ଙ୍କ ଯୋଗଦାନ 

ବନ୍ଧୁଗାଁ ତା ୨୭/୨/୨୫, ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟରେ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ଶ୍ରୀମତୀ ମିନତୀ ଜଗଦେବ କାର୍ଯ୍ୟରେ ଯୋଗଦେଇଛନ୍ତି। ସେହି ପରି ବନ୍ଧୁଗାଁ ବ୍ଲକର ପୂର୍ବତନ ବିଡିଓ ଅବିନାଶ ବିଶ୍ୱଜିତ ସେଠୀ ଙ୍କୁ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ କୁ ବଦଳି ହୋଇଛନ୍ତି । ନୂତନ ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ କେନ୍ଦ୍ରାପଡ଼ା ଜିଲ୍ଲାର ଆଲି ବ୍ଲକ ରେ କାର୍ଯ୍ୟରତ ରହିଥିବା ବେଳେ ଆଜି ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ପୂର୍ବତନ ବିଡିଓ ଅବିନାଶ ବିଶ୍ୱଜିତ ସେଠୀ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ଦାୟିତ୍ଵ ଗ୍ରହଣ କରିବା ପରେ ଶ୍ରୀମତୀ ମିନତୀ ବ୍ଲକ ରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟସ୍ଥଳ ଗସ୍ତକରି ବୁଲି ଦେଖିଥିଲେ। ପ୍ରଥମ କରି ବନ୍ଧୁଗାଁ ବ୍ଲକ ର ଗଣମାଧ୍ୟମ ପ୍ରତିନିଧି ଉତ୍ତମ ନାୟକ, ସଞ୍ଜୀବ କୁମାର ବାଙ୍ଗାରି, ବିଜୟ ବେବରା, ମିନା ବେବରା ଓ ପ୍ରକାଶ ବିଡିକା ପୂର୍ବତନ ବିଡ଼ିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରିବା ସହିତ ନୂତନ ବିଡ଼ିଓ ଙ୍କୁ ବ୍ଲକ ରେ ଅନେକ ଉନ୍ନତି ମୂଳକ ଆଗେଇବା ନେବା ସହ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ସହକର୍ମଚାରି ଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ଜଣାଇ ସ୍ଵାଗତ କରାଯାଇଥିଲା ।

 ===.==.===.=====..==…..==

୭ଜଣ ଭିନ୍ନକ୍ଷମଙ୍କୁ ଉନ୍ନତ ମାନର ଉପକରଣ ବଣ୍ଟନ 

ବନ୍ଧୁଗାଁ ତା ୨୭/୨/୨୫  ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟ ସଭାଗୃହ ଠାରେ ହାଲ୍ ଏଚଏଏଲ ଏଵଂ ଆଲୁମିକ୍ ଆନୁକୂଲ୍ୟରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କୁ ବିଭିନ୍ନ ପ୍ରକାରର ଉନ୍ନତ ମାନର ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ନଭେମ୍ବର  ୧୪ ତାରିଖ ଦିନ ବନ୍ଧୁଗାଁ ବ୍ଲକ ଠାରେ ଭିନ୍ନକ୍ଷମ  ସାମର୍ଥ୍ୟ ଶିବିରରେ ୫୦୨ ଜଣ ରେକର୍ଟ ସଂଖ୍ୟକ ଭିନ୍ନକ୍ଷମ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ୬୭ ଜଣ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ଉନ୍ନତ ମାନର ସହାୟତା ଉପକରଣ ପ୍ରଦାନ କରାଯିବା ପାଇଁ ଚୟନ କରା ଯାଇଥିଲା। ଆଜି ସମସ୍ତ ୬୭ ଜଣ ଉପସ୍ଥିତ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ  ୧୬୦ ରୁ ଉର୍ଦ୍ଧ ଉନ୍ନତମାନର ସହାୟତା ଉପକରଣ କରାଯାଇଥିଲା । ଏହି ଅବସରରେ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ଗୋଷ୍ଟି ଉନ୍ନୟନ ଅଧିକାରୀ ଅବିନାଶ ବିଶ୍ୱଜିତ ସେଠୀ,  ସିଡ଼ିପିଓ ଗୀତାଞ୍ଜଳୀ ମହାରଣା , ସରପଞ୍ଚ ଗୌରୀ ମେଲେକା, ଜାଗାନା ୱାଟାକା, ସନ୍ଦୁରୁ ପିଡିକା ଉପସ୍ଥିତ ରହି ଥିଲେ। ଏହା ସହ ହାଲ ଏଚଏଏଲ ଗୁରୁଦତ୍ତ ଲେଙ୍କା, ମନୋରଞ୍ଜନ ଓଝା, ଓ ଅରୁଣ ଦାସ ଙ୍କ ଉପସ୍ଥିତିରେ ଉନ୍ନତ ମାନର ସହାୟତା ଉପକରଣ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେଉରିଆ ପରିଚାଳନା କରିଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଜବରଦଖଲରେ ଥିବା ସରକାରୀ ସମ୍ପତ୍ତି ଉଦ୍ଧାର କେବେ ? ମୋହନ ସରକାରଙ୍କ ନିର୍ଦ୍ଦେଶ ଖଇରାରେ କାର୍ଯ୍ୟକାରୀ ହେବ ତ ?

masiha

ଡାଇରିଆ ଆତଙ୍କ, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲ ଟିମର ଚିକିତ୍ସା ଜାରି

masiha

Leave a Comment

error: Content is protected !!