ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗଫପୁର ଲ୍ଯାମ୍ପରେ ଖରିଫ ଋତୁ ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟା

ରାଇରଙ୍ଗଫପୁର ଲ୍ଯାମ୍ପରେ ଖରିଫ ଋତୁ ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟା

 ମୟୂରଭଂଜ – ୨୩/୦୭ — ରାଜ୍ୟର ଚଳିତ ଖରିଫ ଋତୁ ପାଇଁ ୨୦୨୫-୨୬ ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରୀୟା ଜୁଲାଇ ୧୯ ତାରିଖ ଠାରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲୁ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି ।ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ନୂଆ ନିୟମରେ ହେବାକୁ ଯାଉଛି ।ଏଥର ପୁନଃ ନବୀକରଣ କରାଯିବ ନାହିଁ ।ନୂତନ ନିୟମ ଅନୁସାରେ ଚାଷୀମାନଙ୍କ ଇ- କେଓ୍ବାସି, ଓ ବ୍ୟାଙ୍କ ଖାତା ସହ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ କରାଯାଇଛି ।ତେଣୁ ଚାଷୀ ଭାଇମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ନିଜର ପଞ୍ଜିକରଣ କରାଇ ନେବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।ଏହାକୁ ରାଇରଙ୍ଗପୁର ଲ୍ଯାମ୍ପରେ ଚାଷୀ ପଞ୍ଜୀକରଣ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ଗଣିତର ୮୦୦ ରୁ ଉର୍ଦ୍ଧ୍ବ ଚାଷୀ ପଞ୍ଜୀକରଣ କରିଥିଲେ । ଏଥର ରାଇରଙ୍ଗପୁର ଲ୍ଯାମ୍ପ ତରଫରୁ ଗାଁକୁ ଗାଁ ଏବଂ ଘରକୁ ଘର ଚାଷୀ ମାନଙ୍କୁ ପଞ୍ଜୀକରଣ ଏବଂ ଚାଷ ସମ୍ବନ୍ଧୀୟ ସରକାରୀ ଯୋଜନା ସମ୍ବନ୍ଧରେ ବ୍ୟାପକ ସଚେତନତା କରା ଯାଇଥିବାରୁ ‌୧୫୦୦ ରୁ ଉର୍ଦ୍ଧ୍ବ ଚାଷୀ ଖରିଫ ପଞ୍ଜିକରଣ କରିବେ ।ଖରିଫ୍ଋତୁ ୨୦୨୫-୨୬ ପଞ୍ଜିକରଣ ପ୍ରକ୍ରିୟାରେ ଲ୍ଯାମ୍ପ କର୍ମଚାରୀ ଏମଡି ଲୋପାମୁଦ୍ରା ମହାନ୍ତ, ଆଶୁତୋଷ ମହାନ୍ତ, ସଞ୍ଜିତ ବାରିକ,ରୁପାଲି ମହାନ୍ତ,କୃଷ୍ଣ ମହାନ୍ତ,ଇନ୍ଦ୍ରଜିତ ବାରିକ,ବିଶ୍ବ କଳ୍ପିତା ମହାନ୍ତ ପ୍ରମୁଖ ଚାଷୀମାନଙ୍କୁ ବୁଝାଇ ପଞ୍ଜିକରଣ କରାଉଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ବେଆଇନ ନିର୍ମାଣରେ କାହାର ଅନୁମତି ? ବ୍ୟବସାୟ ନିମନ୍ତେ ସରକାରୀ ଜାଗା କିଣା’ବିକାରେ ମାଲେମାଲ

masiha

କବି ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ” ଆମ ମାଟିର ଗୀତିକବି ସମ୍ମାନ “

masiha

ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ

masiha

Leave a Comment

error: Content is protected !!