ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାବା ଭୈରବ ଯୁବକ ସଂଘ, ଶଙ୍କରଡା ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୩ ପ୍ରଥମ ଥର ପାଇଁ ହେବ ଉଦଘାଟନ

ବାବା ଭୈରବ ଯୁବକ ସଂଘ, ଶଙ୍କରଡା ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୩ ପ୍ରଥମ ଥର ପାଇଁ ହେବ ଉଦଘାଟନ 

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେନେରା ଗ୍ରାମ ପଞ୍ଚାୟତ ଶଙ୍କରଡା ଗ୍ରାମର ବାବା ଭୈରବ ଯୁବକ ସଂଘ ଦ୍ଵାରା ପ୍ରଥମ ଥର ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ତା ୦୯.୦୯.୨୦୨୩ ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଉଦ୍ ଘାଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ l ଉକ୍ତ ଉଦ୍ ଘାଟନ ଦିବସ ରେ ମୁଖ୍ୟ ଅତିଥି ଉମରକୋଟ ତହସିଲଦାର ତୁଳା ମୁଦୁଲି,ସମ୍ମାନୀତ ଅତିଥି ଉମରକୋଟ ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ,କଟକ ହାଇକୋର୍ଟ ଆଇନଜୀବୀ ପ୍ରୀତିନନ୍ଦା ପଟ୍ଟନାୟକ, ନବରଙ୍ଗପୁର ନେହୁର ଯୁବ କେନ୍ଦ୍ର ସଂଯୋଜକ ବି. ରମେଶ,ପରିଚାଳନା ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ଓ ବାବା ସାହେବ ଆମ୍ବେଦକର ବିଚାର ମଞ୍ଚ ର ଶରତ ଚନ୍ଦ୍ର ପାଣିଗ୍ରାହୀ ତା ୧୦.୦୯.୨୦୨୩ ରେ ମୁଖ୍ୟ ଅତିଥି ମାନ୍ୟବର ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥି ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିମାଞ୍ଚଳ ମାଝୀ, ଅନ୍ୟତମ ଅତିଥି ଉମରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶୀଳା ମାଝୀ ବେନେରା ଗ୍ରାମ ପଞ୍ଚାୟତ ସରପଞ୍ଚ ଲାଖି ଚାନ୍ଦ ମାଝୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଉକ୍ତ ଟୁର୍ନାମେଣ୍ଟ ରେ ୧୬ ଟି ଦଳ ଖେଳ ପ୍ରଦର୍ଶନ କରିବେ l ତା ୧୦.୦୯.୨୦୨୩ ରେ ଫାଇନାଲ ମ୍ୟାଚ ପ୍ରଦର୍ଶନ ହେବ, ଏଣ୍ଟ୍ରି ଫିଜ ୬୦୧ ଦେବାକୁ ପଡୁଥିବା ବେଳେ ବିଜେତା ଦଳ ୭୦୦୧ ଟଙ୍କା ସହ ଟ୍ରଫି,ଉପ ବିଜେତା ଦଳ ଙ୍କୁ ୫୦୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ lବାବା ଭୈରବ ଯୁବକ ସଂଘ (ଛଟାସାହି) ଶଙ୍କରଡା ର ସଭାପତି କେଶରୀ ସାନ୍ତା, ଉପ ସଭାପତି ଅନନ୍ତରାମ ସାନ୍ତା, ସମ୍ପାଦକ ବଳି ସାନ୍ତା, ସହ ସମ୍ପାଦକ ସମନଦାସ ସାନ୍ତା, ଗଙ୍ଗାଧର ସାନ୍ତା, ସନାଧର ସାନ୍ତା ପ୍ରମୂଖ ଅନ୍ୟ କର୍ମକର୍ତ୍ତା ସହଯୋଗ କରିବାର କାର୍ଯ୍ୟକ୍ରମ ରହିଛି l କ୍ରୀଡା ପ୍ରେମୀ ବହୁ ସଂଖ୍ୟାରେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ନେଇ କମିଟି ପକ୍ଷରୁ ଆହ୍ଵାନ କରାଯାଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୨ୟ ନବରଙ୍ଗ ସିଂ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଗୋଡଧୁଆପଦର ଚମ୍ପିୟାନ   

Sunil Chandra Nayak

ମା ଠାକୁରାଣୀ ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ 

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମରେ ବ୍ଳକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁଦର୍ଶପୁର ପଞ୍ଚାୟତ ଟିମ୍ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!