ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାସ୍ତା କଡରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଡାବୁଗାଁ, ୭/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଥିବା ମିସନଶକ୍ତି ଗୃହ ପାଚେରିକୁ ଲାଗି ଥିବା ରାସ୍ତା କଡରୁ ରବିବାର ସକାଳ ସମୟରେ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ:- ଶନିବାର ବିଳମ୍ବିର ରାତ୍ରିରେ ଡାବୁଗାଁ ବ୍ଲକ ଡଙ୍ଗରୀଗୁଡା ପଞ୍ଚାୟତ ର ଜୟନ୍ତୀନଗର ଗ୍ରାମର କୃଶ ହରିଜନ ଙ୍କ ପୁଅ ବିଷ୍ଣୁ ହରିଜନ (୨୮) କୌଣସି କାରଣରୁ ଘରୁ ବାହାରିଯାଇଥିଲେ | ରାତ୍ରି ରେ ଘରକୁ ଫେରିନଥିଲେ | ଆଜି ସକାଳେ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଥିବା ମିସନଶକ୍ତି ଗୃହ ପାଚେରିକୁ ଲାଗି ଥିବା ରାସ୍ତାରେ ଯାଉଥିବା ଲୋକେ ଦେଖିବା ପରେ ଗ୍ରାମରେ ଚହଳ ପଡିଥିଲା କି କୌଣସି ଯୁବକଙ୍କ ମୃତଦେହ ପଡିଛି | ଖବର ପ୍ରଚାର ପରେ ଗ୍ରାମର ବହୁ ଲୋକେ ସେଠାକୁ ଯାଇ ଯୁବକକୁ ଚିହ୍ନି ତାଙ୍କ ପରିବାର କୁ ଖବର ଦେଇଥିଲେ | ଖବର ପାଇ ପରିବାର ଲୋକେ ଘଟଣାସ୍ଥଳ କୁ ଯାଇ ମୃତ ଦେହ ଚିହ୍ନଟ କରିଥିଲେ | ପରେ ଏନେଇ ମୃତକର ମା ଯମୁନା ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ଶିଶିରକାନ୍ତ ଘୋଷ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ | ପରେ ପୋଲିସ ହତ୍ୟାସନ୍ଦେହ କରି ସାଇଣ୍ଟିଫିକ ଦଳ ସହ ସନ୍ଧାନୀ କୁକୁର କୁ ଡକାଇଥିଲେ | ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ | ତଦନ୍ତ ପରେ ପୋଲିସ ବିଷ୍ଣୁ ଙ୍କ ମୃତ ଦେହ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୯୪/୨୩ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର, ପ୍ରେମଜନିତ ଶତ୍ରୁତାକୁ ନେଇ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ

Sunil Chandra Nayak

ତୁମୁସିଙ୍ଗା ଅଞ୍ଚଳରେ କଳା ପଲସର ଆତଙ୍କ ! ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୮୦,୦୦୦ ଟଙ୍କା ଲୁଟ

Sunil Chandra Nayak

କୋଟିଏ ଟଙ୍କାର ସରକାରୀ ଅନୁଦାନ ଚଳୁ କରିବା ମହଙ୍ଗା ପଡ଼ିଲା 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort