ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିନ ଦିପହର ରେ ଡକାୟତି

ରାଇଘର ୧୬/୧ (. ମ ନି ସ )ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାଟଭରଣ୍ଡି ସାପ୍ତାହିକ ହାଟ ଋ ସୁନା ଋପା ବେପାରୀ ଠାରୁ ଲୁଟ୍ l ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ହାଟଭରଣ୍ଡି ଠାରେ ପ୍ରତେକ ସୋମବାର ସାପ୍ତାହିକ ବସିଥାଏ l ଏହି ହାଟ ଛତିଶଗଡ ସୀମାନ୍ତ ହୋଇଥିବାରୁ ଅଧିକାଂଶ ବେପାରୀ ଛତିଶଗଡ ବୋରେଇ, ନଗରୀ,କେସକଲ୍ ଓ କଂ।କେର ଠାରୁ ବଡ ବଡ ତଥା ସୁନା ଋପା ବେପାରୀ ମଧ୍ୟ ଏହି ହାଟ ରେ ବସି ବିକ୍ରି କରିଥାନ୍ତି l ସବୁ ସାପ୍ତାହିକ ଭଳି ଆଜି ସୋମବାର ନଗରୀ ଋ ଆସିଥିବା ସୁନା ବେପାରୀ ରାଜୁ ଗୋଲଚା ବେପାର ସାରି ଘରକୁ ଫେରିବା ପାଇଁ ନିଜ ଡିଜେଆର୍ ଧଳା କାର ରେ ସମସ୍ତ ଜିନିଷ ରଖିବା ସମୟରେ ଦୁଇ ଜଣ ଦୁର୍ବୁତ୍ ଏକ ନୀଳ ରଙ୍ଗର ପୋଲସର ଗାଡ଼ିରେ ଆସି କାର ଭିତରୁ ଦୁଇଗୋଟି ବେଗ ନେଇ ଚାଲିଯାଇ ଥିଲେ ବେପାରୀ ରାଜୁ କହିବା ଅନୁସାରେ ୧୦ ରୁ ୧୨ ତୋଳା ସୁନା, ୮ କେଜି ରୁପା ନଗଦ ଏକ ଲକ୍ଷ ପଚାଶ ହଜାର ଡକାୟତି ହୋଇଥିବା କହିଥିବା ବେଳେ କୁନ୍ଦେଇ ପୋଲିସ ସବୁ ରାସ୍ତା କୁ ସିଲ୍ କରି ଚାରି ଦିଗରେ ଦୁଇ ଦୁର୍ବୁତ୍ ଙ୍କୁ ଧରିବା ପାଇଁ ପ୍ରୟାସ ଜାରୀ ରହିଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ 

Related posts

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ !

masiha

ବାର ବର୍ଷ ରୁ କମ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Sunil Chandra Nayak

ବାପ ଖାଇଲା ତାଳ, ଛୁଆକୁ ହେଲା କାଳ ,ପତ୍ନୀ ହରଣକାରୀର ଝିଅକୁ ତଣ୍ଟିକାଟୀ ହତ୍ୟା କରି ପ୍ରତିଶୋଧ ନେଲା ଯୁବକ; ଥାନାରେ ଅଟକ

Sunil Chandra Nayak

Leave a Comment

error: Content is protected !!