ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ପୋଲିସର ଆମ ପୋଲିସ କାର୍ଯ୍ୟକ୍ରମ

ଡାବୁଗାଁ, ୨୫/୮ (ମ.ନି.ସ)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଦନା ଗ୍ରାମ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଡାବୁଗାଁ ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡାବୁଗାଁ ଥାନା ଆଇଆଇସି ସୁନିଲ କୁମାର ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକ ମାନଙ୍କୁ ସାଇବର କ୍ରାଇମ, ଟ୍ରାଫିକ ନିୟମ, ବାଲ୍ୟ ବିବାହ, ବ୍ୟାଙ୍କ ଠକେଇ, ମଦ୍ୟପାନ କରି ଗାଡି ନ ଚଳାଇବା, ହେଲମେଟ ବ୍ୟବହାର ଆଦି ବିଷୟରେ ସଚେତନ କରାଇଥିଲେ | ମୁଖ୍ୟ ଅତିଥି ଭାବେ ମେଦନା ସରପଞ୍ଚ ସୁମିତ୍ରା ମାଝି ଯୋଗ ଦେଇ କୁ ସଂସ୍କାର, ଅନ୍ଧ ବିଶ୍ଵାସ, ବିବାହ ର ବୟସ କେତେ ହେବା ଦରକାର, ଠିକ୍ ସମୟରେ ବିବାହ କରି ସୁସ୍ଥ ଶିଶୁ ଜନ୍ମ ଦେଇ ନିରୋଗ ରୋଗମୁକ୍ତ ଶିଶୁ ର ବିକାଶ ଦିଗରେ ସମସ୍ତଙ୍କୁ ସଚେତନ କରାଇ ଥିଲେ | ଏକ କାଳୀନ ସାଧନ କେନ୍ଦ୍ର ଆଇନ ପରାମର୍ଶଦାତା କିଶୋରୀ ପଟ୍ଟନାୟକ କମ୍ ବୟସରେ ବିବାହ ଆଇନତଃ ଦଣ୍ଡ, ସେହି ବିଷୟ ସମ୍ବନ୍ଧୀୟ ଆଇନ ଉପରେ ବ୍ୟାପକ ପରାମର୍ଶ ଦେବା ସହିତ ଏକ କାଳୀନ ସାଧନ କେନ୍ଦ୍ରର କାର୍ଯ୍ୟ କାରିତା ଉପରେ ବ୍ୟାପକ ପରାମର୍ଶ ଦେଇଥିଲେ l ନବରଙ୍ଗପୁର ଓ ଏସ୍ ସି ର କର୍ମଚାରୀ ଜ୍ୟୋତିର୍ମୟୀ ମହାନ୍ତି, ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ଶିଶିର କୁମାର ଘୋଷ ଓ ବିଜୟ କୁମାର ସାହୁ ଓ ମେଦେନା ଗ୍ରାମର ଭଦ୍ରବ୍ୟକ୍ତି ଶିବ ପ୍ରସାଦ ମିଶ୍ରଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ | ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧରାକୋଟ ବ୍ଲକର ଦୁଇ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର

Sunil Chandra Nayak

ମସୀହା ପ୍ରଭାବ –  ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନବଜାତ ଶିଶୁର ମୃତ୍ୟୁ  ଘଟଣା , ଜିଲ୍ଲା ସ୍ତରରୁ ସତ୍ୟତା ଜାଣିବା ପାଇଁ ଏଡିଏମଓ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲେ      

Sunil Chandra Nayak

ପଲସ ପୋଲିଓ ଅଭିଯାନର ଶୁଭାରମ୍ଭ

masiha

Leave a Comment

error: Content is protected !!