ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଏ କେମିତି ବନ୍ଧନ

     ଏ କେମିତି ବନ୍ଧନ

ଜେମ୍ସ ଫିଲ୍ମସ ବ୍ୟାନର ରେ ନିର୍ମାଣ ହେଉଛି ଚଳଚ୍ଚିତ୍ର ଏ କେମିତି ବନ୍ଧନ l ଯାହା ଏକ ପାରିବାରିକ କଥାବସ୍ତୁ ଉପରେ ଆଧାରିତ । ଜୀବନ ସଂଗ୍ରାମରେ ବଞ୍ଚିବାକୁ ହେଲେ ପରିବାରକୁ କେମିତି ବିଭିନ୍ନ ସଂଘର୍ଷର ପଥ ଦେଇ ଗତି କରିବାକୁ ପଡିଛି ଓ କାହାଣୀର ମୁଖ୍ୟ ନାୟକ, ନାୟିକା କେମିତି ତାଙ୍କ ଭାଇ ଭାଉଜଙ୍କ ମୃତ୍ୟୁ ପରେ ତାଙ୍କ ପିଲାଙ୍କୁ ଆପଣେଇ ନେଇ ସଂଘର୍ଷ ର ସମ୍ମୁଖିନ ହେବାକୁ ପଡିଛି ,ଏ କାହାଣୀ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ। ଏହି କଥା ବସ୍ତୁରେ ଅଭିନେତା ଅମନ, ଅଭିନେତ୍ରୀ କୁକିଜ ସ୍ୱାଇଁ ,ଦୀପକ ମହାରଣା, ମାନସ ମିଶ୍ର ,ପୂର୍ଣ୍ଣ ପାତ୍ର, ତପନ ସାହୁ, ମୁନ୍ନା ମଲ୍ଲିକ, ସ୍ମିତା ଚକ୍ରବର୍ତ୍ତୀ, କୁହୁ, ମଧୁ ବାରିକ,ସୂର୍ଣ୍ଣଲତା ,ରାଜଲଷ୍ମୀ , ସତ୍ୟେନ୍ଦ୍ର , ରୁଦ୍ର , ଜ୍ୟୋତିଶ୍ରୀ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।। ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଭାର ରାକେଶ ସାମଲ ନେଇଥିବା ବେଳେ,ସଙ୍ଗୀତ ନିର୍ଦ୍ଦେଶନା ଭାର ବୈଦନାଥ ଦାଶ ନେଇଛନ୍ତି l ପ୍ରଯୋଜନାରେ ଜେମ୍ସ ଓ ପ୍ରଭାତ ବାବୁ ଅଛନ୍ତି l ସହ ପ୍ରଯୋଜକ ଅଛନ୍ତି ସ୍ମିଥ ବାରିକ, ଏ.ଆର .ହାରିସ ବାଦୀ କ୍ରିଏଟିଭ ପ୍ରଯୋଜକ ଅଛନ୍ତି।ସିନେମାଟୋଗ୍ରାଫର ଭାବେ ଦେବେନ୍ଦ୍ର ପ୍ରଧାନ ଅଛନ୍ତି l ପ୍ରଡକ୍ସନ କଣ୍ଟ୍ରୋଲର ଭାବେ ଚିକୁ ବାବୁ କାମ କରୁଛନ୍ତି। ଏ ଚଳଚ୍ଚିତ୍ର ରେ ଗଣମାଧ୍ୟମ ସଂଯୋଜକ ଭାବେ ଭରତ ପ୍ରଧାନ ଅଛନ୍ତି l ଚଳଚ୍ଚିତ୍ର ଟି କଟକ, ଯାଜପୁର ଏବଂ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ସୁଟିଂ ଚାଲିଛି l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ ର ଅଡିଓ ଲୋକାର୍ପଣ ଉତ୍ସବ

Sunil Chandra Nayak

ନାଟ୍ୟଧାରାରେ ନାଟକ “ଜୟଯାତ୍ରା” 

masiha

ଜୀସାର୍ଥକ ରେ ମାର୍ଚ୍ଚ ୧୯ ତାରିଖ ସଂଧ୍ୟା ୬.୩୦ ରେ “ବାହାଘର ଡଟ୍ କମ୍ ”  

Sunil Chandra Nayak

Leave a Comment

error: Content is protected !!