ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ସଚେତନତା

ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ସଚେତନତା

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ ଥୁଆପଦରଠାରେ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି ଆନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭବାନୀପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ବସନ୍ତ ନାଗ, ପୁରୁଷୋତ୍ତମ ପୂଜାରୀଙ୍କ ସମେତ ଅଗ୍ନିଶମ ବିଭାଗର କର୍ମକର୍ତ୍ତା ଓ ଥୁଆପଦରର ପୂର୍ବତନ ପ୍ରଧାନଶିକ୍ଷକ ରାଧେଶ୍ୟାମ ଦାସ ଉପସ୍ଥିତ ରହି ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ବିପର୍ଯ୍ୟୟ ସମୟରେ ନିଜକୁ ଏବଂ ଅନ୍ୟମାନଙ୍କୁ କିପରି ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ଆବଶ୍ୟକ ଜ୍ଞାନ ପ୍ରଦାନ କରିବା ସହ ଭୂମିକମ୍ପ, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ ପରି ବିଭିନ୍ନ ବିପର୍ଯ୍ୟୟ ସମୟରେ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବା, ସଠିକ୍ ସୂଚନା ଅନୁସରଣ କରିବା ଏବଂ ଆବଶ୍ୟକ ସମୟରେ ଅନ୍ୟମାନଙ୍କୁ ସହଯୋଗ କରିବାର ଗୁରୁତ୍ୱ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଶେଷରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ରାଜବୀର ବାଗ ଉପସ୍ଥିତ ରହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଗୋଲାମୁଣ୍ଡା ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

ସମଗ୍ର ହିନ୍ଦୁ ସମାଜ ନର୍ଲା ଶାଖା ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ 

Sunil Chandra Nayak

କଲାର ସମାଜର ସହସ୍ରାର୍ଜୁନ ଜୟନ୍ତୀ ଓ ନୂଆଖାଇ ଭେଟ ଘାଟ

masiha

Leave a Comment

error: Content is protected !!