ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଉପରେ ତାଲିମ 

ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଉପରେ ତାଲିମ 

ଡାବୁଗାଁ, ୨୨/୧ (ମ.ନ.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନେଇ ଏକ ତାଲିମ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନ ୧୧ ଘ. ଆରମ୍ଭ ହୋଇ ଅପରାହ୍ନ ୪ ଘ.ରେ ଶେଷ ହୋଇଯାଇଛି | ପଞ୍ଚାୟତରେ ଆବଶ୍ୟକ ଥିବା ଭିତ୍ତିଭୂମି, ୨୦୩୦ ସୁଦ୍ଧା ଲକ୍ଷ୍ୟ ପୁରଣ ଦିଗରେ ଯୋଜନା ପ୍ରସ୍ତୁତ କରିବା ଉପରେ ତାଲିମ ପ୍ରଦାନ କରଯାଇଥିଲା | ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ପ୍ରବୀଣ କୁମାର ପଟ୍ଟନାୟକ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ, ସମସ୍ତ ସରପଞ୍ଚ, ୪୦ ଜଣ ଅଙ୍ଗନୱାଡି କର୍ମୀ, ଏସିଡିଓ, ୧୨ ଜଣ ଏମବିକେ ଓ ୧୫ ଜଣ ସିଆରପି ଙ୍କ ସମେତ ମୋଟ ୭୦ ଜଣ ତାଲିମ ନେଇଥିଲେ | ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିଲ୍ଲାପାଲ ଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ରେ ମେଡିକାଲ ଓ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର

Sunil Chandra Nayak

ବାମନବସା ଗ୍ରାମ : ନା ଭଲ ରାସ୍ତା ନା ପାନୀୟଯୋଗ୍ୟ ଜଳଉତ୍ସ ,ପ୍ରାକ ବିଦ୍ୟାଳୟ ଓ ପ୍ରଥମିକ ଶିକ୍ଷା ସାତ ସପନ: ସବୁଥିରୁ ବଞ୍ଚିତ

masiha

କାମାକ୍ଷାନଗର ମେଡିକାଲରେ ସମୀକ୍ଷା କଲେ ମନ୍ତ୍ରୀ 

Sunil Chandra Nayak

Leave a Comment

error: Content is protected !!