ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ବିକାଶ ପାଇଁ ଇ ଟି ପି ଏ ଫାଉଣ୍ଡେସନ୍ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ୟକ୍ରମ ଅୟୋଜିତ

ସାମାଜିକ ବିକାଶ ପାଇଁ ଇ ଟି ପି ଏ ଫାଉଣ୍ଡେସନ୍ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ୟକ୍ରମ ଅୟୋଜିତ 

ନବରଙ୍ଗପୁର:(୧୪|୨)(ରବିନାରାୟଣମହାନ୍ତି)ଏମ୍ ଏଚ ଏମ୍ – Menstrual Hygiene Management) ଶିକ୍ଷା ଏବଂ ପରିବେଶ ଅନୁକୂଳ ଅଭ୍ୟାସ ମାଧ୍ୟମରେ କିଶୋରୀମାନଙ୍କୁ ସଶକ୍ତ ETPA ଫାଉଣ୍ଡେସନ୍ ଏକ ଅଣ ଲାଭଦାୟକ ସଂସ୍ଥା ଯାହା ସମାଜର ଦଳିତ, ଆର୍ଥିକ ଅନୁନ୍ନତ, ପଛୁଆ ବର୍ଗ ଙ୍କୁ ସଶକ୍ତିକରଣ କରିବାକୁ ସମର୍ପିତ, ଶ୍ରୀ ମୁନି ଚାରିଟେବଲ୍ ଫାଉଣ୍ଡେସନ୍ (MCF) ସହିତ ସହଯୋଗ କରି, ଜାପାନ ର ଏକ ମେଡିକାଲ୍ ଉପକରଣ କମ୍ପାନୀ, ଆସାହି ଇନ୍ଟେକ୍ କୋ ଲିମିଟେଡ୍ ର ମିଳିତ ପ୍ରୟାସରେ, ନବରଙ୍ଗପୁର ଜିଲ୍ଲା ର ଅନ୍ୟତମ ଆକାଂକ୍ଷା ବ୍ଲକ୍ ତେନ୍ତୁଳିଖୁଣ୍ଟି ବ୍ଲକ୍ ର ୧୦ ଗୋଟି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଓ ନବମ ଶ୍ରେଣୀ ର ୬୦୦ ଜଣ ଛାତ୍ରୀମାନଙ୍କ ମଧ୍ଯରେ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସହଯୋଗ କରିଛି। ଏହି ପ୍ରକଳ୍ପ ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ଚାଲୁଥିବା କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ କରି ଋତୁସ୍ରାବ ସ୍ୱଚ୍ଛତା କାର୍ଯକ୍ରମକୁ ପ୍ରଚାର କରୁଛି lଏହି ପ୍ରୟାସର ଏକ ଅଂଶ ଭାବେ ଏଟ୍ପା ଫାଉଣ୍ଡେସନ୍ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ୧୩ ଫେବୃଆରୀ ୨୦୨୫ ରେ ଏକ ବିଶେଷ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା (MHM) ସମ୍ପର୍କୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ଅବସରରେ ପ୍ରଥମ ଅଧିବେଶନ ରେ ତେନ୍ତୁଳିଖୁଣ୍ଟି ସ୍ଥିତ ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟରେ ମାସିକ ରୁତୁସ୍ରାବ ସମୟରେ ସ୍ଵଚ୍ଛତା ର ମହତ୍ତ୍ୱ, ପରିବେଶ କୁ ସଫା ରଖି ପରିମଳ ସାମଗ୍ରୀ ନିଷ୍କାସନ , ସମାଜରେ ପ୍ରଚଳିତ ଅନ୍ଧବିଶ୍ଵାସ ଓ ଧାରଣା କୁ ଦୂର କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା lଦ୍ଵିତୀୟ ଅଧିବେଶନରେ ଅଞ୍ଚଳଗୁମା ଉଚ୍ଚ ବିଦ୍ୟାଳୟରେ ପିରିଅଡ୍-ଫ୍ରେଣ୍ଡଲି କିଟ୍ ବିତରଣ କରାଯାଇଥିଲା l ଯୁବତୀ ଓ ଛାତ୍ରୀମାନଙ୍କୁ ଋତୁସ୍ରାବ ସ୍ୱଚ୍ଛତା ବିଷୟରେ ଶିକ୍ଷା ଦେବା ଏବଂ ପରିବେଶ ଅନୁକୂଳ ପ୍ରଥାଗୁଡ଼ିକୁ ପ୍ରଚାର କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ l ପ୍ରତ୍ୟେକ କିଟ୍ ରେ ୪ ଟି ପ୍ୟାଡ୍ ସେଟ୍, ଗୋଟିଏ ଓଦା ବ୍ୟାଗ୍, ୨ ଟି ସାବୁନ , ଗୋଟିଏ ତଉଲିଆ , ଗୋଟିଏ ନଖ କାଟିବା ଯନ୍ତ୍ର , ଗୋଟିଏ ଛୋଟ ବ୍ୟାଗ୍ ଓ ବ୍ୟବହାର ନିର୍ଦ୍ଦେଶିକା ରହିଛି l”ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଏହା ବାଳିକାମାନଙ୍କର ଶିକ୍ଷା ଏବଂ ଶକ୍ତିକରଣର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ଆସାହି ଇନ୍ଟେକ୍ କୋ ଲିମିଟେଡ୍ ର ଡେପୁଟି ଜେନେରାଲ ମ୍ୟାନେଜର, ଟାକିଓମି ଓସାୱା ବକ୍ତବ୍ୟରଖିଥିଲେ । ସେ ETPA Foundation ଏବଂ MCF ର ପ୍ରୟାସଗୁଡିକୁ ସମର୍ଥନ କରିବାରେ ଗର୍ବିତ ଓ ଏହି ପ୍ରୟାସ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ସମ୍ପର୍କରେ ଜାଗୃକତା ସୃଷ୍ଟି କରିବ ଏବଂ ବିଦ୍ୟାଳୟର ଛାତ୍ରୀମାନଙ୍କୁ ଆବଶ୍ୟକ ସାଧନ ସମଗ୍ରୀ ପ୍ରଦାନ କରିବାରେ ଯେଉଁ ସାହାଯ୍ୟ କରୁଛି ତାକୁ ପ୍ରଶଂସା କରିଥିଲେ l“ଆମେ ଏକ ସହାୟକ ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧ, ଯେଉଁଠି ଝିଅମାନେ ସଫଳ ହୋଇ ସେମାନଙ୍କର ପୂର୍ଣ୍ଣ ସମ୍ଭାବନାକୁ ପ୍ରାପ୍ତ କରିପାରିବେ ବୋଲି ଏଟ୍ପା ଫାଉଣ୍ଡେସନ୍ ର ନିର୍ଦ୍ଦେଶିକା ଶ୍ରୀମତୀ ବିଜୟା ବାଜପାୟୀ ନିଜ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନର ସମର୍ଥନ ହିଁ ଏହାର ଉଦ୍ଦେଶ୍ୟ ସାଧନ କରିପାରିବ ଏବଂ ଝିଅମାନଙ୍କୁ ଋତୁସ୍ରାବ ଜନିତ ସମସ୍ୟା ଓ ବିଭିନ୍ନ ସାମାଜିକ ପ୍ରତିବନ୍ଧକ ସମାଧାନ କରିବା ପାଇଁ ପରିବର୍ତ୍ତନର ମାର୍ଗ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ପାରିବ ବୋଲି ସେ କହିଥିଲେ l ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିନିତା ଯେଠି ଏହି କାର୍ଯ୍ୟକ୍ରମର ଗୁରୁତ୍ଵ ଓ କିଶୋରୀ ମାନଙ୍କ ରୁତୁସ୍ରାବ ସମ୍ପର୍କରେ ଥିବା ଅନ୍ଧ ବିଶ୍ବାସ କୁ ନିଶ୍ଚୟ ଦୂର କରିବାରେ ସହାୟକ ହେବ ବୋଲି କହିଥିଲେ lକାର୍ଯ୍ୟକ୍ରମ ରେ ପ୍ରକଳ୍ପ ସହାୟକ ସୁଲେଖା ସୁନା ଏବଂ ତାଙ୍କ କ୍ଷେତ୍ର ପରିଚାଳକ ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଏହି ସୁନ୍ଦର ପ୍ରୟାସ ରେ ତେନ୍ତୁଳିଖୁଣ୍ଟି ବ୍ଲକ୍ ର ପ୍ରାୟ ୨୦୦ ଜଣ ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଐତିହ୍ୟ ସମ୍ପନ୍ନ ଦୁର୍ଗାପୂଜା କମିଟିଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ 

Sunil Chandra Nayak

୧- ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବନ୍ୟାରେ ଜଳବନ୍ଦୀ ହେଲା କୋଟେନ ଗାଁ , ୨- ମଟର ସାଇକେଲ ଦୁର୍ଘଟଣା ୧ ମୃତ ୨ ଗୁରୁତର 

Sunil Chandra Nayak

ଲଗାଣ ବର୍ଷାରେ ବିଧବା ମହିଳାଙ୍କ ଘର ଭୁଶୁଡ଼ିଲା, ସରକାରୀ ସହାୟତା ଦାବି

Leave a Comment

error: Content is protected !!