ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷମକଟକ:୧୩ ରେ ଅବକାରୀ କାର୍ଯ୍ୟାଳୟ ଘେରିବ ବସପା 

ବିଷମକଟକ:୧୩ ରେ ଅବକାରୀ କାର୍ଯ୍ୟାଳୟ ଘେରିବ ବସପା 

ରାୟଗଡା୨/୦୮ ଅଗଷ୍ଟ ୧୩ ତାରିଖ ଦିନ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସ୍ଥିତ ଅବକାରୀ କାର୍ଯ୍ୟାଳୟ ଘେରାଉ କରିବ ବହୁଜନ ସମାଜ ପାର୍ଟି ବିଷମକଟକ ୟୁନିଟ I ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ଟାକ୍ରୀ ଏହି ସୂଚନା ପ୍ରଦାନ କରିଛନ୍ତି I ଏହି କାର୍ଯ୍ୟକ୍ରମ ରେ ବସପା ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା, ଜିଲ୍ଲା ପ୍ରଭାରୀ ରାମ ଦାସ ଟାକ୍ରୀ, ଆଦିବାସୀ ନାରୀ ନେତ୍ରୀ ତଥା ପୂର୍ବତନ ସରପଞ୍ଚ ଡିଞ୍ଜୋ ଜାକାଶିକା, ରାଜ୍ୟ ପଦାଧିକାରୀ, ସମେତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ବହୁ ନେତା ଏବଂ କର୍ମୀ ଯୋଗ ଦେବା ନେଇ ସୂଚନା ରହିଛି I ତେଵେ କେଉଁ ସବୁ ମୁଦ୍ଦା ନେଇ ଦଳ ଅବକାରୀ ବିଭାଗ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ତାହା ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଉକ୍ତ ଦିନ ଅବକାରୀ ବିଭାଗ ର ଦୋଷ ଦୁର୍ବଳତା ଏବଂ ଅନିୟମିତତା ସବୁ କୁ ନେଇ ଦଳ ଅନେକ ଖୁଲାସା କରିବାକୁ ଯାଉଛି ବୋଲି ଶ୍ରୀ ଜାକାଶିକା ପ୍ରକାଶ କରିଛନ୍ତି I ଏଠାରେ ପ୍ରକାଶ ଥାଉକି ବସପା, ରାଜ୍ୟ ପ୍ରଭାରୀ ଜିତୁ ଜାକାଶିକା ବିଷମକଟକ ର ମଦ ମାଫିଆ ଙ୍କ ବିରୁଦ୍ଧରେ ଏକ ପ୍ରକାର ଯୁଦ୍ଧ ଡାକରା ଦେଇଥିବା କୁହାଯାଉଛି I ନିକଟରେ ଏକ ଭିଡିଓ ମାଧ୍ୟମରେ ରାୟଗଡା ଅବକାରୀ ଅଧ୍ୟକ୍ଷକଙ୍କୁ ବିଷମକଟକ ବ୍ଲକ ମଧ୍ୟରେ ଅବାଧ ରେ ଚାଲୁଥିବା ମଦ ଚୋରା ଚାଲାଣ ଉପରେ ଅଙ୍କୁଶ ଲଗେଇବା ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ I ବଡ ବଡ଼ିଆଙ୍କ ପାଇଁ ଗଳା ବାଟ ବାହାର କଲା ପରେ ଲୋକ ଦେଖାଣିଆ ପାଇଁ ଛୋଟିଆ ବ୍ୟବସାୟୀ ଙ୍କୁ ହଇରାଣ କରାଯାଉଥିବା ର ଅନେକ ଅଭିଯୋଗ ସବୁ ଆସିବା ପରେ ଅବକାରୀ କାର୍ଯ୍ୟାଳୟ ଘେରାଉ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି I 

ଏ ନେଇ ଦଳ ଵିଧିବଦ୍ଧ ଭାବେ ବିଷମକଟକ ଥାନା ଭାର ପ୍ରାପ୍ତ ଅଧିକାରୀ ଙ୍କୁ ଭେଟି ଅନୁମତି ପତ୍ର ପ୍ରଦାନ କରିବା ସହ ସ୍ଥାନୀୟ ଅବକାରୀ ବିଭାଗ କୁ ମଧ୍ୟ ଅବଗତ କରାଇଥିବା ସୂଚନା ରହିଛି I ଏଥି ସହ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ଙ୍କ ସହ ସୌଜନ୍ୟ ସାକ୍ଷାତକାର କରି ଏହାର ପ୍ରାକ ସୂଚନା ଦେବାର ମଧ୍ୟ ଯୋଜନା ଥିବା ଶ୍ରୀ ଟାକ୍ରୀ ପ୍ରକାଶ କରିଛନ୍ତି I ଉଲେଖ ଥାଉକି ବିଷମକଟକ ସଦର ପାଇଁ ରହିଥିବା ଏକ ମାତ୍ର ଠିପି ବନ୍ଦ ବିଦେଶୀ ମଦ ଦୋକାନ ଏବଂ ଦେଶୀ ମଦ ଭାଟି ବନ୍ଦ ରହିଛି I ଯେଉଁଥି ପାଇଁ ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ବ ହରାଉଛି ଅବକାରୀ ବିଭାଗ I ହେଲେ ନିଜର ଅପାରଗତା କୁ ଲୁଚାଇବାକୁ ଯାଇ ବିଭାଗ ବିଷମକଟକ ଠାରେ ମଦ ମାଫିଆ ଙ୍କୁ ପରୋକ୍ଷ ସମର୍ଥନ ରେ ମଦ ଚୋରା ଚାଲାଣ ଜାରି ରଖିଥିବା ଶ୍ରୀ ଜାକାଶିକା ଅଭିଯୋଗ କରିଥିଲେ I ବିଶେଷ କରି ନିକଟସ୍ଥ ବ୍ଲକ ସ୍ଥିତ ଦୋକାନ ଆଇ.ଡି ନମ୍ବର ୨୮/୨୦୧୯/୦୦୩୨ ସହ ବିଷମକଟକ ଠାରେ ହେଉଥିବା ଚୋରା ଚାଲାଣ ର ସମ୍ପୃକ୍ତି ଥିବା ନେଇ ସେ ସନ୍ଦେହ ପ୍ରକାଶ କରିଥିଲେ I ଭିଡିଓ ଜାରି କରି ଯେଉଁ ସବୁ ପ୍ରଶ୍ନ ଅବକାରୀ ଅଧ୍ୟକ୍ଷକ ଙ୍କ ଆଗରେ ଉପସ୍ଥାପନ କରିଥିଲେ ସେ ନେଇ ବିଭାଗ ପାଖରେ କୌଣସି ଉତ୍ତର ନଥିବା କୁହାଯାଉଛି I ଭିଡିଓ ଭାଇରଲ ହେବା ପରେ ବିଳମ୍ବରେ ହେଲେ ମଧ୍ୟ ଅବକାରୀ ବିଭାଗ ବିଭିନ୍ନ ସ୍ଥାନ ବୁଲି ଯାଞ୍ଚ କରିଥିଲେ I ହେଲେ ଧର୍ମ କୁ ଆଖି ଠାର ଭଳି ବିଭାଗୀୟ ଅଧିକାରୀଙ୍କ ହାତ କୁ ଗୋଟିଏ ହେଲେ ସୁରାକ ମିଳିନଥିବା ଜଣାପଡିଛି I ପୂର୍ଵ ରୁ ଅବକାରୀ ବିଭାଗ ର କାର୍ଯ୍ୟଶୈଳୀ ନେଇ ଅନେକ ଅଭିଯୋଗ ହୋଇ ଆସୁଛି I ହେଲେ ଶ୍ରୀ ଜାକାଶିକା ଙ୍କ ଅପିଲ ପରେ ହେଉଥିବା ଯାଞ୍ଚ ସବୁ ବିଭାଗ କୁ ଅଡୁଆରେ ପକାଇଥିବା କୁହାଯାଉଛି I ବିଷମକଟକ ଚାରି ଆଡେ ବିଦେଶୀ ମଦ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଛି, ହେଲେ କାର୍ଯ୍ୟାନୁଷ୍ଠାନ ପରେ ବି ଏଗୁଡିକ ର ସ୍ରୋତ ଖୋଜି ପାଉନି ବିଭାଗ I ଯାହାକୁ ନେଇ ବିଭାଗ ଏବେ ସମାଲୋଚନା ର ପାତ୍ର ହୋଇଥିବା ଚର୍ଚ୍ଚା ହେଉଛି I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧- ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଅସନ୍ତୋଷ , ୨- କାମାକ୍ଷାନଗର ରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ , ୩- ବିଦ୍ୟୁତ୍ ସ୍ବାଡ୍‌ର ଚଢ଼ଉକୁ ନେଇ ଉତ୍ତେଜନା , ୪- କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ସାମ୍ୱାଦିକ ଗୌରବ ଗିରିଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ , ୫-ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା , ୬- ଶାମାଚରଣପୁର ଓଭରବ୍ରିଜ୍ ବାଡ଼ରେ ପିଟିହୋଇ ବାଇକ ଚାଳକ ମୃତ ,୭- ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ , ୮- ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

ଜୁନାଗଡ଼ ରେ ରେଳ ବିକାଶ ନେଇ ରେଳଯାତ୍ରୀ ସଂଘର ଆଲୋଚନା

masiha

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରୁପ୍ରା ଠାରେ ବନ ମହୋତ୍ସବ ପାଳନ ସହିତ ବୃକ୍ଷ ରୋପଣ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!