ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧାଅନ୍ବେଷଣ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ୪ର୍ଥ ଶ୍ରେଣୀ ଛାତ୍ରୀ

ମେଧାଅନ୍ବେଷଣ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ୪ର୍ଥ ଶ୍ରେଣୀ ଛାତ୍ରୀ

ଖଇରା,୨୩/୮/୨୫- ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମଧ୍ୟରେ ମେଧାଅନ୍ବେଷଣ ବଳିଷ୍ଠ ମାଧ୍ୟମ । ଏହାରି ମାଧ୍ୟମରେ ଜଣାଅଜଣା ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ଅନୁଷ୍ଠାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ସମସ୍ତଙ୍କ ପାଇଁ ସପ୍ତାହରେ ଥରେ ରବିବାରରେ ଅନୁଷ୍ଠିତ ହୋଇଥାଏ ଏହି ମେଧାଅନ୍ବେଷଣ ପ୍ରତିଯୋଗିତା କାର୍ଯ୍ୟକ୍ରମ । ବହୁ ଆଗ୍ରହୀ ବନ୍ଧୁ ଆଗ୍ରହ ସହକାରେ ଭାଗ ନେଇଥା’ନ୍ତି । ଏହି ପରିପ୍ରେକ୍ଷୀରେ ଗତ ତା ୧୭/୮/୨୦୨୫ ରିଖ ରବିବାର ଦିନ ଅନୁଷ୍ଠିତ ମେଧାଅନ୍ବେଷଣ ପ୍ରତିଯୋଗିତା କାର୍ଯ୍ୟକ୍ରମର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର, ଧୂଷୁରୀ, ଭଦ୍ରକର ୪ର୍ଥ ଶ୍ରେଣୀ ଛାତ୍ରୀ ସ୍ବଦେଷ୍ନା ପାଣ୍ଡବ ମୋଟ ୧୦ ମାର୍କରୁ ୯ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରି ନିଜ ବିଦ୍ୟାଳୟ ତଥା ଅଞ୍ଚଳର ସୁନାମ ଅର୍ଜନ କରିଛନ୍ତି । ଭାଗ ନେଇଥିବା ମୋଟ ୧୪ ଜଣଙ୍କ ଉତ୍ତର ଗୁଡିକୁ ସମୀକ୍ଷା କରିଥିଲେ ଅପରାଜିତା ରଥ,ଭଦ୍ରକ । ତାଙ୍କୁ ସହଯୋଗ କରିଥିଲେ ତାଙ୍କର କୁନି ପ୍ରତିଭା ଝିଅ ସାଇ ସମୀକ୍ଷା ରଥ । ବୟସ କମ୍ ହେଲେବି କୌଣସି କଳାରେ କମ୍ ନୁହନ୍ତି ସାଇ ସମୀକ୍ଷା । ରାଜ୍ୟ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ଟପ୍ପର । ଶ୍ରୀମତୀ ରଥଙ୍କ ସମୀକ୍ଷାରୁ ଛାତ୍ରୀ ସ୍ବଦେଷ୍ନା ପାଣ୍ଡବଙ୍କୁ ପ୍ରଥମ ସ୍ଥାନ ମିଳିଛି । ଚଳିତ ବର୍ଷ ପାଇଁ କେବଳ ପ୍ରଥମ ସ୍ଥାନକୁ ପୁରସ୍କାର ପ୍ରଦାନ କରା ଯାଉଥିବାରୁ ଆଗାମୀ ଦିନରେ ସ୍ବଦେଷ୍ନାଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିବ ମୋ ଅନୁଷ୍ଠାନ । ଯାହା ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଘୋଷଣା କରିଛନ୍ତି । ଏଥିସହିତ ସମସ୍ତ ପ୍ରତିଯୋଗୀଙ୍କ ପ୍ରାପ୍ତ ନମ୍ବର ଓ ତାଲିକା ଏଠାରେ ଉଲ୍ଲେଖ କରାଗଲା । (୧) ଅଲିଭା ଘୋଷ, ଜଳେଶ୍ବର, ବାଲେଶ୍ଵର-୩ (୨) ଅନିତା ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ-୨ (୩) ନମିତା ଦାସ,ପାନ୍ଧଡା, ମୟୂରଭଞ୍ଜ-୩ (୪) ଭୁମିକ୍ ସାହୁ, ଧୂଷୁରୀ, ଭଦ୍ରକ-୪ (୫) ଡ଼. ଚପଳା ପଣ୍ଡା, ଖୋର୍ଦ୍ଧା-୩ (୬) ରଞ୍ଜୁଲତା ପାଢ଼ୀ, ରାଉରକେଲା-୫ (୭) ସୁଦେଷ୍ନା ପାଣ୍ଡବ, ଧୂଷୁରୀ, ଭଦ୍ରକ-୯ (୮) ଗୀତା ମଞ୍ଜରୀ ଦାସ,ମୁଣ୍ଡିମରା, ବରପଦା, ଭଦ୍ରକ-୬ (୯) ସାଇକ୍ରିଷ୍ଣ ଦଳାଇ, ଅସୁରାଳି, ଭଦ୍ରକ-୬ (୧୦) ସୁଦେଷ୍ଟା ପାତ୍ର, ଆଳଦା, ସୋର, ବାଲେଶ୍ଵର-୬ (୧୧) ଅନୁପମା ବିଶ୍ବାଳ, ସମ୍ବଲପୁର-୪ (୧୨) ଶାନ୍ତିଲତା ରଣା, କଲ୍ଯାଣପୁର, ଯାଜପୁର-୫ (୧୩) ପୂର୍ଣ୍ଣ ଚନ୍ଦ୍ର ସିଂହ, ଅଡର ବଜାର ,ବାଲେଶ୍ଵର-୬ (୧୪) ନିବେଦିତା ପଣ୍ଡା, ରାଉରକେଲା-୫ । ସମସ୍ତ ପ୍ରତିଯୋଗୀଙ୍କ ଆଗ୍ରହ ଓ ଉତ୍ସାହ ଉକ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହାୟକ ହେଉ ବୋଲି ମୋ ଅନୁଷ୍ଠାନ ପରିବାର ନିବେଦନ କରିଛି ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କେନାଲ ରୁ ନିଖୋଜ ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

ଅବସର ପ୍ରାପ୍ତ ପୋଲିସ ବାବୁ ଙ୍କ ପୁଅ, ଠକି ନେଲେ ସାମ୍ବାଦିକ ଟଙ୍କା

Sunil Chandra Nayak

ଡିଜିଟାଲ୍ ସେବାର ସମ୍ପ୍ରସାରଣ ବିଏସଏନଏଲର ନୂତନ ପଦକ୍ଷେପ ୧ ଟଙ୍କାରେ ମିଳୁଛି ସିମ 

Sunil Chandra Nayak

Leave a Comment

error: Content is protected !!