ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ନାବାଳକ ଆହତ 

ଭାଲୁ ଆକ୍ରମଣରେ ନାବାଳକ ଆହତ 

ଡାବୁଗାଁ, ୩୧/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ବରାଯୋଡି ଗ୍ରାମ ନିକଟରେ ଶୁକ୍ରବାର ରାତ୍ର ପ୍ରାୟ ୧୦ ଘ. ସମୟରେ ଭାଲୁ ଆକ୍ରମଣରେ ଜଣେ ନାବାଳକ ଆହତ ହୋଇଛି | ସୂଚନାଯୋଗ୍ୟ:- ଶୁକ୍ରବାର ଦିନ ଗ୍ରାମରେ ବରାଯୋଡି ଏକ ଦଶାହ କାର୍ଯ୍ୟ ଚାଲିଥିଲା | ଗ୍ରାମର ସନ୍ୟାସୀ ସାନ୍ତା (୧୫) ରାତିରେ ଗ୍ରାମର ଯାଇଥିଲା ରାସ୍ତାରେ ବୁଲୁଥିଲେ | ସେହି ସମୟରେ ପାଖ ଜଙ୍ଗଲ ଭିତରୁ ଏକ ଭାଲୁ ଆସି ବାହାରେ ବୁଲୁଥିଲା | ଅନ୍ଧାର ହୋଇଥିବାରୁ ପିଲାଟି ରାସ୍ତା କଡରେ ଭାଲୁ ଥିବା ଜାଣିପାରିନଥିଲା | ଭାଲୁଟି ହଠାତ ପିଲାଟିକୁ ଆକ୍ରମଣ କରିଥିଲା | ପିଲାଟି କୌଶଳ କ୍ରମେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲା | ପରେ ପରେ ପରିବାର ଲୋକେ ପିଲାଟିକୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ପିଲାଟିର ଡାହାଣ ଗୋଡରେ ୨ ଟି ସ୍ଥାନରେ ଭାଲୁ କାମୁଡି ଦେଇଥିଲା | ବର୍ତ୍ତମାନ ପିଲାଟିର ଅବସ୍ଥା ସୁସ୍ଥ ଥିବା ଡାକ୍ତର ଖାନା ପକ୍ଷରୁ ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ମଠ, ମନ୍ଦିର,ଦେବାଳୟ,ପୁର ପଲ୍ଲୀରେ ଧୂମଧାମରେ ସାବିତ୍ରୀ ବ୍ରତ ପାଳିତ

masiha

ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

masiha

ସମ୍ବର୍ଦ୍ଧିତ ହେଲେ ବିଏଲଓ ସୁପରଭାଇଜର ଭରତ ସାହୁ

masiha

Leave a Comment

error: Content is protected !!