ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର:(୨୧|୬)(ରବି ନାରାୟଣ ମହାନ୍ତି))- ନବରଙ୍ଗପୁର ଚରକ ବନ ଠାରେ ଓଡ଼ିଶା ଅଣ-ଗେଜେଟେଡ୍ ବନସେବା ସଂଘର ଏକ ଜରୁରୀକାଳୀନ ବୈଠକ ସଭାପତି ମଳୟ ରଞ୍ଜନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଢ଼େଙ୍କାନାଳ ଡ଼ିଭିଜନର ବନରକ୍ଷୀ ସ୍ବର୍ଗତ ପ୍ରହଲ୍ଲାଦ ପ୍ରଧାନଙ୍କ ହତ୍ୟାର ପ୍ରତିବାଦ ପାଇଁ ଉଦ୍ଦିଷ୍ଟ ବୈଠକରେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ହୋଇଥିଲା । ବୈଠକ ର ଆଭିମୁଖ୍ୟ ଓ କାର୍ଯ୍ୟସୂଚୀ ସମ୍ବନ୍ଧେ ସାଧାରଣ ସମ୍ପାଦକ ପ୍ରଭାତ କୁମାର ବିଷୋୟୀ ଅବଗତ କଲାପରେ ବିଭିନ୍ନ ଆଲୋଚନା ହୋଇଥଲା lଦୀର୍ଘ ୧୫ ବର୍ଷ ଧରି ବିଭାଗର ବ୍ୟବସ୍ଥା ଓ କାର୍ଯ୍ୟଶୈଳୀର ଉନ୍ନତି ପାଇଁ ସଂଘ ଦାବୀ କରିଆସୁଥିଲେ ମଧ୍ୟ ସରକାରଙ୍କ ଉଦାସିନତା ପାଇଁ ତିନିଗୋଟି ଦାବୀ ଉପସ୍ଥାପନ ସହ ଏକଦୁର୍ବାର ଆନ୍ଦୋଳନ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଦାବୀ ଗୁଡିକ ହେଲା ଗତ ଜୁନ ୨୩ ତାରିଖ ରାତ୍ରିରେ ଢ଼େଙ୍କାନାଳ ଡ଼ିଭିଜନର ବନରକ୍ଷୀ ପ୍ରହଲ୍ଲାଦ ପ୍ରଧାନଙ୍କୁ ଯେଭଳି କର୍ତ୍ତବ୍ୟରତ ସମୟରେ ହତ୍ୟା କରାଗଲା, ତାକୁ ସଂଘ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରୁଅଛି । ଫାଷ୍ଟଟ୍ରାକ୍ କୋର୍ଟରେ ସଂପୃକ୍ତ କେସ୍ ବିଚାର କରାଇ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଦାବୀ କରାଗଲା । ସରକାର ଏକ “ଫରେଷ୍ଟ କମିଶନ” ଗଠନ କରି ଓଡ଼ିଶା ବନବିଭାଗରେ ସଂରଚନା-ପୁନର୍ଗଠନ, ସୁରକ୍ଷା ବ୍ୟବସ୍ଥା, କ୍ୟାଡ଼ର ପରିମାର୍ଜନ, ନିଯୁକ୍ତି ପ୍ରକ୍ରିୟା ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ସମ୍ବନ୍ଧେ ବିଚାର କରି, ସରକାରଙ୍କୁ ଦୁଇମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଦାବୀ କରାଗଲା । ପଞ୍ଜିକୃତ ସଂଘ କିପରି କମିଶନଙ୍କ ନିକଟରେ ନିଜ ପକ୍ଷ ରଖିବେ ସେ ବ୍ୟବସ୍ଥା ପାଇଁ ଅନୁରୋଧ କରାଗଲା । ସମସ୍ତ ବନ/କ୍ଷେତ୍ର ଅଧିକାରୀଙ୍କୁ ଜାତୀୟ ବ୍ୟାଙ୍କ ଜରିଆରେ ପୋଲିସ୍ ଭଳି “ସାଲାରୀ ପ୍ୟାକେଜ ଇନସ୍ୟୁରାନ୍ସ” ପ୍ରଦାନ କରିବାକୁ ଦାବୀ କରାଗଲା ।ଉଲ୍ଲେଖ କରାଯାଇଥିବା ତିନିଦଫା ଦାବୀ ସମ୍ବନ୍ଧେ ସରକାରୀ ଜୁନ ୨୧ ତାରିଖ ସୁଦ୍ଧା ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ ନିମ୍ନ ସାରଣୀ ମୁତାବକ ସାମୂହିକ ଆନ୍ଦୋଳନ କରା‌ଯିବ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା ।ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମେମୋରେଣ୍ଡମ୍ ପ୍ରଦାନ କରାଯାଇଛି । ସର୍କଲର କାର୍ଯ୍ୟନିର୍ବାହୀ ସଦସ୍ୟମାନେ ୟୁନିଫର୍ମରେ ଥାଇ ଜୁନ ୨୧ ତାରିଖ ଯଦି ସରକାର ଅବହେଳା କରନ୍ତି, ପ୍ରତିକ ଅନଶନ ସ୍ବରୁପ ସମସ୍ତ ସଭ୍ୟ/ ସଭ୍ୟା କଳାବ୍ୟାଚ୍ ପିନ୍ଧି ପ୍ରଦର୍ଶନ କରିବେ ଜୁନ ୨୨ ଠାରୁ ଦାବୀ ପୁରଣ ହେବା ପର୍ଯ୍ୟନ୍ତ ସଭ୍ୟ/ ସଭ୍ୟାମାନେ ସାମୂହିକ ଛୁଟିରେ ରହି ସର୍କଲ ଅଫିସ ସାମ୍ନାରେ ୟୁନିଫର୍ମ ପିନ୍ଧି ଧାରଣା ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି l ଏହି ବୈଠକ ରେ ଜିଲ୍ଲା ଉପ ସଭାପତି କୃଷ୍ଣଚନ୍ଦ୍ର ବିଷୋୟୀ ଉପସମ୍ପାଦକ ଲାଲୁ ବିଷୋୟୀ,କୋରାପୁଟ ଜୋନ ଉପସଭାପତି ଗୋବିନ୍ଦ ନାୟକ,ସୁଶାନ୍ତ କୁମାର ମାଝୀ,ଗୁପ୍ତ ପ୍ରସାଦ ମାଝୀ,ତନୁଜ କୁମାର ପରିଚ୍ଛା,ମଧୂସୁଦନ ପାତ୍ର,ହରିହର ବ୍ରମହା, ଏ. ମନୋଜ,ରମେଶ ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅନ୍ବେଷାର ୧୧୮ ତମ ମାସିକିଆ ମାଗଣା ହାଟ

Sunil Chandra Nayak

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

Sunil Chandra Nayak

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ ତୃତୀୟ ଦିନରେ ,ସମର୍ଥନ ଦେଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ

Sunil Chandra Nayak

Leave a Comment

error: Content is protected !!