ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃଦ୍ଧା ମା କୁ ଉଦ୍ଧାର କରି ତା ସମ୍ପର୍କୀୟ ଲୋକ ମାନଙ୍କ ପାଖରେ ଛାଡିବାକୁ ନିବେଦନ 

ବୃଦ୍ଧା ମା କୁ ଉଦ୍ଧାର କରି ତା ସମ୍ପର୍କୀୟ ଲୋକ ମାନଙ୍କ ପାଖରେ ଛାଡିବାକୁ ନିବେଦନ 

ନବରଙ୍ଗପୁର–(୨|୧) ଜଣେ ମା ନିଜର ସନ୍ତାନ ସନ୍ତତି ପାଇଁ ନିଜର ସବୁକିଛି ତ୍ୟାଗ କରି ତାକୁ ମଣିଷ କରିବାକୁ ଚେଷ୍ଟା ଅବିରତ କରି ଚାଲି ଥାଏ l ନ ଖାଇ ନ ପିଇ ନିଜ ଛୁଆ କୁ ଆହର ଦେଇ ଥାଏ l ତେବେ ମା ବୁଢୀ ହୋଇଗଲେ ତାର ସନ୍ତାନ ସନ୍ତତି ପାଇଁ ବୋଝ ହୋଇପଡ଼େ l ତାହା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସବଡିଭିଜନ ଗୋଲାମୁଣ୍ଡା ବ୍ଲକର ସୋସିଆ ଗ୍ରାମର ଅଯୋଗ୍ୟ ପୁତ୍ର କ୍ରୀଷ୍ଣା ଦୂର୍ଗା ଙ୍କ କ୍ଷେତ୍ରରେ l ବୟସ୍କ ବୃଦ୍ଧା ମା କୁ ବାପା ଙ୍କ ମୃତ୍ୟୁ ପରେ ପୁଅ ନିଜ ପାଖରେ ରଖି ଆସୁଥିଲା କିନ୍ତୁ କିଛି ଦିନ ତଳେ ନିରୀହ ବୁଢୀ ମା କୁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡଙ୍ଗରା ଗ୍ରାମ ପଞ୍ଚାୟତ ହୀର୍ଲାଗୁଡା ଗ୍ରାମର ସ୍ଵର୍ଗତ ନନ୍ଦ ଭତ୍ରl ଙ୍କ ଘରେ ଭଡାରେ ରହି ଆସୁଥିଲା l କିନ୍ତୁ ତିନିମାସ ହେଲା ମା କୁ ଛାଡ଼ି ସେହି ଅଯୋଗ୍ୟ ପୁଅ କୁଆଡେ ଚାଲି ଯାଇ ଥିବାରୁ ମା ଚାହିଁ ରହିଛି ତା ପୁଅ ଫେରିବା ବାଟକୁ l ଅଜଣା ଜାଗାରେ ବୃଦ୍ଧା ମା’ ଟି ଏକୁଟିଆ ରହିବା ପରେ ଭୋକ ଉପାସରେ ଡହଳ ବିକଳ ଦେଖି ସହୃଦୟ ବ୍ୟକ୍ତି ତିନି ମାସ ହେଲା ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଇଛନ୍ତି l ସମୟ କ୍ରମେ ହୀର୍ଲାଗୁଡା ର ନିରଞ୍ଜନ ଦାସ ଦୁଃଖ ଦେଖି ସହି ନ ପାରି ଆମ ପ୍ରତିନିଧି ରବି ନାରାୟଣ ମହାନ୍ତି ଙ୍କ ସହ ଯୋଗାଯୋଗ କରି ବୃଦ୍ଧା ଙ୍କ ଗ୍ରାମକୁ ଯୋଗ ଯୋଗ ଧର୍ମଗଡ଼ ସାମ୍ବାଦିକ ପିଙ୍କୁ ଭାଇଙ୍କ ଦ୍ଵାରା କରାଇ ସତ୍ୟାସତ୍ୟ ଜାଣି ପାରିଥିଲେ l ସୂଚନାରୁ ପ୍ରକାଶ ବୃଦ୍ଧା ମା ‘ଟି ସ୍ଵର୍ଗୀୟ କପିଳ ଦୁର୍ଗା ଙ୍କ ସ୍ତ୍ରୀ ଉମା ଦୁର୍ଗା l କଳାହାଣ୍ଡି ଜିଲ୍ଲାରେ ତାଙ୍କ ଘର l ହେଲେ ଦୀପାବଳୀ ସନ୍ଧ୍ୟାରେ ବୃଦ୍ଧା ମା କୁ ଏକାକୀ ଛାଡି ଦେଇ ଚାଲି ଯାଉଛି lକାନ୍ଦି କାନ୍ଦି ବୃଦ୍ଧା ମା ଟି ଅନେକ ଲୋକ ଙ୍କୁ ଗୁହାରୀ କରି କୁହନ୍ତି ମୋ ପୁତୁରା ପୁଅ ପପୁନ ପାଖରେ ହେଲେ ମୋତେ ଛାଡିଦିଅ l ଉକ୍ତ ବୃଦ୍ଧା ମା କୁ ତାଙ୍କ ନିଜ ଘରକୁ ଫେରାଇ ନେବା ପାଇଁ ଏବେ ନବରଙ୍ଗପୁର ପ୍ରଶାସନ ତରଫରୁ ସହଯୋଗ ହେଲେ ଏହି ନିରୀହ ବୃଦ୍ଧା ମା ‘ଟି ଉଦ୍ଧାର ହୋଇ ବାକି ଜୀବନ ତାଙ୍କ ସମ୍ପର୍କୀୟ ଙ୍କ ପାଖରେ ରହି ପାରିବ ବୋଲି ସ୍ଥାନୀୟ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସରପଞ୍ଚ ସଂଘ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ଗୌରବ ଆଣିଲେ ବିଶ୍ଵଜିତ 

Sunil Chandra Nayak

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!