ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୁକ୍ଷ ରୋପଣ କାର୍ଯ୍ୟକ୍ରମ 

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୁକ୍ଷ ରୋପଣ କାର୍ଯ୍ୟକ୍ରମ 

ଆଜି ତା. ୦୫.୦୬.୨୦୨୪ , ବୁଧବାର ଦିନ ପରିବେଷଟନୀ ଓ ପରିବେଶ ସୁରକ୍ଷା ପାଇଁ ଅନୁକୂଳ ବାତାବରଣ ଶୁଷ୍ଟି କରିବା ଦିଗରେ ଗୋଟେ ପଦକ୍ଷେପ ! ନିଜେ ଗଛ ଲଗେଇବା ଓ ଅନ୍ୟ କୁ କହିବା ! ଏହି କାର୍ଯ୍ୟ ଦିଗରେ ଲୋକ ଙ୍କୁ ସଚେତନ କରିବା ଏକ ଛୋଟ ପ୍ରୟାସ ! ଏହି ବୁକ୍ଷ ରୋପଣ କାର୍ଯ୍ୟ କ୍ରମରେ ଆଡ଼ଭୋକେଟ ନିବେଦିତା ମିଶ୍ର,ଫରେଷ୍ଟ ଡିପାର୍ଟମେଣ୍ଟ ର କର୍ମକର୍ତା, ଲିଗାଲ ଏଡ଼ ର ଯଶୋବନ୍ତ ନାଏକ, ଯୁଗଳ ଦୀପ, ସଞ୍ଜୟ ବେହେରା ଙ୍କ ଦ୍ୱାରା ବୁକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥଲା  ଏବଂ ଟାଉନ ଉଚ୍ଚ ବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ଓ ଅନନ୍ୟା ଭାଇ ଉପସ୍ଥିତ ରହି ସହଯୋଗ ର ହାଥ ବଢ଼େଇଥିଲେ  ଓ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ! ବର୍ତ୍ତମାନ ଖରାର ପ୍ରକୋପ ବଢିଥିବା ବେଳେ ଗରମରେ ଅତିଷ୍ଠ ! ବର୍ତ୍ତମାନ ପୃଥିବୀ ଧରା ପୁଷ୍ଟ ରେ ଗ୍ଲୋବାଲ ୱାର୍ମିଙ୍ଗ ଚାଲିଛି, ବରଫ ତରୁଲିଛି, ଅତ୍ୟଧିକ ମାତ୍ରା ରେ ଗରମ ହଉଛି, ଅମ୍ଳଜାନ କମି କମି ଯାଉଛି, ବୁକ୍ଷ ଲଗେଇବା ଅନିର୍ବାର୍ଯ୍ୟ ! ବୁକ୍ଷ ବିନା ପୁଥିବି ଧାରା ପୃଷ୍ଟରେ ଆମେ ବଂଚିବା ଅସମ୍ଭଵ ! ପ୍ରତେକ ମାନବ ସମାଜ ଆମର୍ କର୍ତଵ୍ୟ ଓ ନିଷ୍ଠା ପର ଗଛ ଟିଏ ଲଗେଇବା ଘର ହେଉ କିମ୍ବା ବାହାରେ, ବୁକ୍ଷରୋପଣ କଲେ ଅମ୍ଳଜାନ ଲେବେଲ ବଢ଼ିଯିବ ଛାଇ ମିଳିବ, ବୁକ୍ଷରୋପଣ କରି ତାକୁ ଭଲ ଭାବରେ ବଂଚେଇ କି ରଖିବା ତାକୁ ସବୁ ବେଲେ ପାଣି ଦେବା ନା ହେଲେ ଗଛ କୁ ଲେଗେଇଦେଲେ ଖାଲି କିଛି ଲାଭଵାନ ହେବ ନାହିଁ ତାକୁ ବଞ୍ଚେଇ କି ରଖିବା ଆମର ସମସ୍ତଙ୍କର ଦାଇତ୍ୱ ! ପୂର୍ବରୁ ଅନେକ ଜନହିତକର କାର୍ଯ୍ୟକ୍ରମ କରି ଜନମାନସରେ ଆଦୃତ ହୋଇପାରିଛି ! ଆଗରୁ ରକ୍ତଦାନ, ନିଶୁକ୍ଳ ଶିକ୍ଷାଦାନ, ଗରିବ ଲୋକଙ୍କୁ ସହଯୋଗ କରିବା ଦିଗରେ କାର୍ଯ୍ୟକରି ଆସୁ ଅଛନ୍ତି l ଏହା ଏକ ସମାଜ ସେବା କାର୍ଯ୍ୟ ! ଶେଷରେ ଯୁବକ ମାନେ ମଧ୍ୟ ସହଯୋଗ କରିଥିଲେ l ଯୁବଶକ୍ତି ର ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରେ ବହୁତ ପ୍ରଶଂସା କରାଯାଇଅଛି !

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ 

Related posts

ପଟ୍ଟା ପାଇବା ପାଇଁ ଗୁହାରୀ ଜଣାଇଲେ ପେରାଗ ଗ୍ରାମବାସୀ

Sunil Chandra Nayak

ସ୍ବେଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଆ” ର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ ଥିବା ବେଳେ ଉପସଭାପତି ସମ୍ପାଦକ ମନୋନୀତ !!!

Sunil Chandra Nayak

ଲୋକ ମାନଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର

masiha

Leave a Comment

error: Content is protected !!