ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଜିଲା ଫୁଟବଲ ଦଳର ସାହାଣୀ କପ ନିମନ୍ତେ କଟକ ଗସ୍ତ

ନବରଙ୍ଗପୁର– (ମସିହା)୬୨ ତମ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ଟୁର୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ସଙ୍ଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ପାରିସରରେ ସଦ୍ୟ ଶେଷ ହୋଇଥିବା ଚୟନ କାର୍ଯ୍ୟକ୍ରମ ରୁ ୨୦ଜଣ ଖେଳାଳିଙ୍କୁ ଚୟନ କରାଯାଇ ନବରଙ୍ଗପୁର ଜିଲ୍ଲା ଦଳରେ ସ୍ଥାନିତ କରାଯାଇଛି। ଲାଲା ହରିଜନ ଙ୍କ ନେତୃତ୍ୱରେ ଜିଲ୍ଲା ଦଳ ପାଇଁ ସ୍ଥାନ ପାଇଥିବା ଅନ୍ୟ ଖେଳାଳି ଭାବରେ ହରି ସାନ୍ତା, ପ୍ରେମ ପିୟୁସ ବାଘ, ରୋହିତ କୁମାର ଗାଦାବା, ସ୍ୱରାଜ ଜେବିଆର ସୁନା, ଚିଣ୍ଟୁ ନାଗ, ଧିରାଜ ରାଜ ଶୋବନ ଖୋସଲା, ଜସେନ ଏନି ବେନ୍ୟା,ଅମିତ ହରିଜନ, ବିରେନ୍ଦ୍ର କର୍କରା, ବିନୀତ କୁମାର ଲକ୍ଷ୍ମଣ, ସୁରେନ୍ଦ୍ର ସାନ୍ତା, ମନୀଷ ଯସ୍ମୀନ ଟାକରି, ନୂତନ ମାଡଙ୍ଗୀ, ଯୋନ ମହୁକା, ନିଉଟନ ଭତ୍ରା, ଉମେଶ ହାନ୍ତାଳ, ସୁନୀଲ ହରିଜନ, ଶଙ୍କର ପୂଜାରୀ, ବିନସେଣ୍ଟ ରନୀରାଜ ଟାକରି ପ୍ରମୁଖ ଙ୍କୁ ସୁଯୋଗ ମିଳିଛି। ଏହି ଦଳ ସହ କୋଚ ଭାବରେ ଦୁର୍ଯ୍ୟୋ ହରିଜନ ଏବଂ ମ୍ୟାନେଜର ଭାବରେ ଶଶାଙ୍କ ଶେଖର ବେହେରା ଗସ୍ତ କରିବେ ବୋଲି ସୂଚନା ମିଳିଛି। ଜିଲ୍ଲା କ୍ରୀଡ଼ା ସଙ୍ଘର ସଂପାଦକ ପ୍ରହ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ. ବାଳାକୃଷ୍ନ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସମେତ ସଙ୍ଘର ଅନ୍ୟ ସଦସ୍ୟ ଏବଂ ଜିଲ୍ଲାର ପ୍ରାକ୍ତନ ଖେଳାଳି ଦଳ ପାଇଁ ସୁବେଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଦଳ ଟୁର୍ଣାମେଣ୍ଟରେ ଜି ଗ୍ରୁପ ରେ ସ୍ଥାନ ପାଇଥିବା ବେଳେ ଯାଜପୁର, ସୁବର୍ଣ୍ଣପୁର ଏବଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସହ ଲିଗ ମ୍ୟାଚ ଖେଳିବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଡପଲ୍ଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଞ୍ଚଳା ଟ୍ରଫିରେ ପାରାଦ୍ବୀପ କ୍ରୀକେଟ କ୍ଲବ ଚମ୍ପିଆନ

masiha

ଜିଲ୍ଲା କ୍ରୀଡ଼ା ସଙ୍ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପକ୍ଷରୁ ଚଲିଥିବା ଏଚ୍‌ପିଏଲ କ୍ରିକେଟ୍‌ ଉଦ୍‌ଯାପିତ

masiha

Leave a Comment

error: Content is protected !!