ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁର ରେ ଵାମନଘାଟୀ ଫୁଟବଲ ଆସୋସିଏସନ୍ ପକ୍ଷରୁ ୧୨ ତମ ବାର୍ଷିକ ତ୍ରୀଦିଵସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ 

ରାଇରଙ୍ଗପୁର ରେ ଵାମନଘାଟୀ ଫୁଟବଲ ଆସୋସିଏସନ୍ ପକ୍ଷରୁ ୧୨ ତମ ବାର୍ଷିକ ତ୍ରୀଦିଵସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ 

 ମୟୂରଭଞ୍ଜ – ୬/୦୯ ( ମସିହା) ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଵାମଘାଟୀ ଫୁଟବଲ ଆସୋସିଏସନ୍ ତରଫରୁ ତ୍ରିଦିବସୀୟ ୧୨ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟିତ ହୋଇଯାଇଛି । ଏଥିରେ ୧୬ ଟି ବଛାବଛା ଟିମ୍ ଅଂଶ ଗ୍ରହଣ କରିଛନ୍ତି ।ଏହି ଖେଳକୁ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଟାଉନଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ଯୋଗଦେଇଥିଲେ । ଆସୋସିଏସନ୍ ତରଫରୁ କମିଟି ସଦସ୍ୟ ମାନେ ଫୁଲ ତୋଡା ଦେଇ ପଡ଼ିଆ ମଧ୍ୟକୁ ପାଛୋଟି ନେଇଥିଲେ । ସେଠାରେ ଖେଳାଳି ମାନଙ୍କ ସହ ପରିଚୟ‌ କରାଇଵା ସହ ଖେଳକୁ ପ୍ରତିଦ୍ବନ୍ଦିତା ମୂଳକ , ଶୃଙ୍ଖଳା ର ସହ, ଏବଂ ଭାଇଚାରା ସହ ଖେଳିବାକୁ ପରାମର୍ଶ ଦେବାସହ ପ୍ରତ୍ୟେକ ଖେଳାଳି ଏହି ପଡ଼ିଆରେ ନିଜର ଦକ୍ଷତା ଓ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ ।ଵାମନଘାଟୀ ଉପଖଣ୍ଡର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟବଲ ।ଫୁଟବଲ କେବଳ ଆମୋଦ ଓ ପ୍ରମୋଦ ପାଇଁ ନୁହଁ ।ଭଲ ଖେଳାଳି ମାନଙ୍କ ପାଇଁ ସରକାର ମଧ୍ୟ ବିଭିନ୍ନ ଵିଭାଗରେ ନିଯୁକ୍ତି ବ୍ୟବସ୍ଥା ରଖିଛନ୍ତି । ତେଣୁ ଖେଳ ପ୍ରତି ମଧ୍ୟ ପ୍ରେମ,ଶ୍ରଦ୍ଧା ରହିବା ଦରକାର ।ପରେ ଫୁଟବଲ କୁ ଗୋଡ଼ରେ ମାରି ଖେଳର ଶୁଭାରମ୍ଭ କରିଥିଲେ ।ଏହି ଖେଳ ଶୁକ୍ରବାର, ଶନିବାର ଏବଂ ରବିବାର ଦିନ ୩ ଦିନ ଧରି ଅନୁଷ୍ଠିତ ହେବ ।ଫୁଟବଲ ପ୍ରେମୀ,ଖେଳ ପ୍ରେମୀ ପଡ଼ିଆରେ ଖେଳ ଉପଭୋଗ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ନିବେଦନ କରିଥିଲେ ।ଖେଳର ମୁଖ୍ୟ ରେଫେରୀ ଭାବେ ପାଣ୍ଡୁ ହାଁସଦା, ସହକାରୀ ରେଫେରୀ ଭାବେ ନୁନାରାମ ସୋରେନ, ଦେବରାଜ ହେମ୍ବ୍ରମ,ସଂଗ୍ରାମ ମୁର୍ମୁ ଖେଳ ପରିଚାଳନା ଦାୟିତ୍ଵ ନିଭାଉଛନ୍ତି । ସେହିଭଳି ଫୁଟବଲ ଭାଷ୍ଯକାର ଭାବେ ମନୋରଞ୍ଜନ ପରମାଣିକ,ଦୁଷ୍ମନ୍ତ ବସା ଦାୟିତ୍ଵ ନାଭାଉଛନ୍ତି ।ଖେଳର ପରିଚାଳନାକୁ ଚାରୁ ଚନ୍ଦ୍ର ମୁର୍ମୁ,ଅଇଁଠୁ ମାଝୀ,ଦିଲିପ ମହାନ୍ତି,ଦିଲିପ ମାଝୀ, ଶଙ୍କର ସାର୍, ଅଜିତ ବାସ୍କେ,ଲମ୍ବୋଦର ସୋରେନ, କିଶୋର ମହାନ୍ତ ( ବୁଲୁ) ଆଗେଇ ନେଉଛନ୍ତି ।ପଡିଆ ସାରା ଫୁଟବଲ୍ ମହକ ଆସୁଛି ।

ମୟୂରଭଞ୍ଜ  ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରଥମ ସତ୍ୟବାନ ମେମୋରିଆଲ ଟି – ୧୦ କ୍ରିକେଟ୍ ପ୍ରତିଯୋଗିତା, ବାଲିପଡା ଚାମ୍ପିଅନ୍ 

masiha

ଉତ୍କଳ କରାଟେ ସ୍କୁଲ ର ବେଲ୍ଟ ପରୀକ୍ଷା

masiha

ଶତାୟୁ,ବି.ବି.ହାଇସ୍କୁଲ,ଢେଙ୍କାନାଳର ପ୍ରାକ୍ତନ ଦଶମ ଶ୍ରେଣୀ ଛାତ୍ର ହୃଦାନନ୍ଦ ଦାସଙ୍କ “ଖେଲୋ ଇଣ୍ଡିଆ ” ଯୁବ କ୍ରୀଡ଼ା – ୨୦୨୪ର ଭାର ଉତ୍ତୋଳନରେ ବିରଳ ରୌପ୍ୟପଦକ ହାସଲ 

masiha

Leave a Comment

error: Content is protected !!