ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ ସମ୍ମିଳିତ ସ୍ପିଡ୍ ସ୍କେଟିଂ ଚାମ୍ପିଅନ୍‌ଶିପ୍‌ ୨୦୨୬ ରେ ଜଳେଶ୍ଵର କ୍ରୀଡ଼ାବିତଙ୍କ କାମାଲ

କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ ସମ୍ମିଳିତ ସ୍ପିଡ୍ ସ୍କେଟିଂ ଚାମ୍ପିଅନ୍‌ଶିପ୍‌ ୨୦୨୬ ରେ ଜଳେଶ୍ଵର କ୍ରୀଡ଼ାବିତଙ୍କ କାମାଲ 

ଜଳେଶ୍ଵର,୨୬/୮(ମନିସ)-ସ୍କେଟିଂ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ୨୧ରୁ ୨୩ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ର ସ୍କେଟିଂ ରିଙ୍କ୍‌ରେ ୭ମ ରାଜ୍ୟ ର୍ୟାଙ୍କିଂ ସ୍ପିଡ୍ ସ୍କେଟିଂ ଚାମ୍ପିଅନ୍‌ଶିପ୍ ଏବଂ ୪ର୍ଥ ରାଜ୍ୟ ଇଣ୍ଟରସ୍କୁଲ୍ ସ୍ପିଡ୍ ସ୍କେଟିଂ ଚାମ୍ପିଅନ୍‌ସିପ୍ ସଫଳତାର ସହ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗ ଓ ସମର୍ଥନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଏହି ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ୧୮ଟି ଜିଲ୍ଲାରୁ ପ୍ରାୟ ୪୫୦ ଜଣ ସ୍କେଟର୍ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ର ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ନିର୍ଦ୍ଦେଶକ ଡ. ୟେଡୁଲା ବିଜୟ ପ୍ରମୁଖ ଉପସ୍ଥିତ ରହିଥିଲେ।ଜଳେଶ୍ୱରରେ ନୂତନ ଭାବେ ଗଠିତ ହୋଇଥିବା ନର୍ଥ ଓଡ଼ିଶା ସ୍କେଟିଙ୍ଗ ଏକାଡେମୀର ୧୨ଜଣ ଛାତ୍ର ଏହି ଚାମ୍ପିଅନ୍‌ସିପ୍‌ରେ ଅଂଶ ଗ୍ରହଣ କରିଥିଲେ।ସେମାନଙ୍କ ମଧ୍ୟରୁ ଆୟୁଷ କୁମାର ଜେନା ୩ ଟି ଗୋଲ୍ଡ ଓ ଗୋଟିଏ ବ୍ରୋଞ୍ଜ,ଶେକ୍ ରିହାନ୍ ୨ ଟି ଗୋଲ୍ଡ ଓ ୨ ଟି ବ୍ରୋଞ୍ଜ,ଦିବ୍ୟ ପ୍ରକାଶ ସାହୁ ଗୋଟିଏ ଗୋଲ୍ଡ ଓ ୩ ଟି ସିଲଭର , ପ୍ରତ୍ୟୁଷ ଦେ ୨ ଟି ସିଲଭର,ପ୍ରଣୟ ମିଶ୍ର ୨ ଟି ସିଲଭର,ଦିବ୍ୟାଂଶ ଜେନା ଗୋଟିଏ ସିଲଭର ଓ ଗୋଟିଏ ବ୍ରୋଞ୍ଜ,ଓମ୍ ସାଇ ପ୍ରଧାନ ଗୋଟିଏ ବ୍ରୋଞ୍ଜ ଓ ଆରୋଜିତ୍ ରାଉଳ ଗୋଟିଏ ବ୍ରୋଞ୍ଜ ହିସାବରେ ସମୁଦାୟ ୨୦ ଟି ମେଡାଲ ପାଇ ଜଳେଶ୍ଵର ପାଇଁ ସୁନାମ ଆଣି ପାରିଛନ୍ତି।ଏହି କାର୍ଯ୍ୟକ୍ରମରେ ଏକାଡେମୀ ପକ୍ଷରୁ ରୋହିତ୍ ଭୋଇ କୋଚ୍ ଓ ମ୍ୟାନେଜର ରୂପେ ଉପସଭାପତି ଜଗନ୍ନାଥ ରାଉଳ ଯୋଗ ଦେଇଥିଲେ।ବିଜୟୀ କ୍ରୀଡ଼ାବିତ୍ ମାନଙ୍କୁ ଏକାଡେମୀ ପକ୍ଷରୁ ସଭାପତି ସୁକୁମାର ରଣା,ଉପସଭାପତି ଗୀତାଶ୍ରୀ ଦେ,ସାଧାରଣ ସମ୍ପାଦକ ଭୂପତି ଭୋଇ,ସମ୍ପାଦିକା ଆରତୀ ଦାସ,ଯୁଗ୍ମ ସମ୍ପାଦିକା ପଦ୍ମିନୀ ଦାଶ,ସହ ସମ୍ପାଦିକା ରାନୁ ପରିଡ଼ା, କୋଷାଧ୍ୟକ୍ଷ ସଂଯୁକ୍ତା ଭୋଇ ପ୍ରମୁଖ କର୍ମକର୍ତ୍ତା ମାନେ ଅଭିନନ୍ଦନ ଜଣାଇଛନ୍ତି।ଉଦଯାପନ ଦିବସରେ ଆସୋସିଏସନ୍‌ର ଉପସଭାପତି ଡ. ପ୍ରଦ୍ୟୁମ୍ନ କେଶରୀ ପ୍ରହରାଜ, ଯୁଗ୍ମ ସମ୍ପାଦକ ନିମିଷ ଶର୍ମା, ଉପସଭାପତି ନବ ପଟ୍ଟନାୟକ, ଆର.ଏସ.ଏଫ୍. ଆଇର ମୁଖ୍ୟ ପର୍ଯ୍ୟବେକ୍ଷକ କାତ୍ୟାୟନୀ ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ବୈଷୟିକ ଅଧିକାରୀ ଓ ରେଫରୀମାନଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କ୍ରୀଡାବିତଙ୍କ ପାଇଁ କେନ୍ଦ୍ର ସରକାର ଲକ୍ଷାଧିକ ଟଙ୍କା ଦେଉଥିଲେ ବି ଓଡ଼ିଶାରେ କ୍ରୀଡା ବିଭାଗର ଦୟନୀୟ ସ୍ଥିତି

masiha

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

masiha

ଏମବିପିଏଲ ସିଜନ-୩ କ୍ରିକେଟ ଉଦଯାପିତ ,ଧର୍ମଗଡ ଲାୟନ ଚାମ୍ପିଅନ

Sunil Chandra Nayak

Leave a Comment

error: Content is protected !!